![]() | |
Clinical data | |
---|---|
Trade names | Pomalyst, Imnovid |
AHFS/Drugs.com | monograph |
MedlinePlus | a613030 |
data |
|
Pregnancy category | |
Routes of administration | By mouth (capsules) |
Legal status | |
Legal status | |
Pharmacokinetic data | |
Bioavailability | 73% (at least)[୫] |
Protein binding | 12–44% |
Metabolism | Liver (mostly CYP1A2- and CYP3A4-mediated; some minor contributions by CYP2C19 and CYP2D6) |
Elimination half-life | 7.5 hours |
Excretion | Urine (73%), faeces (15%) |
Identifiers | |
| |
ECHA InfoCard | 100.232.884 |
Chemical and physical data | |
Formula | C13H11N3O4 |
Molar mass | ୨୭୩.୨୫ g·mol−1 |
3D model (JSmol) | |
| |
| |
(verify) |
ପୋମାଲିଡୋମାଇଡ (ଇଂରାଜୀ ଭାଷାରେ Pomalidomide), ପୋମାଲିଷ୍ଟ ଏବଂ ଇମ୍ନୋଭିଡ ନାମରେ ବିକ୍ରି ହେଉଥିବା ଏକ ଔଷଧ ଯାହା ଏକାଧିକ ମାଇଲୋମା (ଏମଏମ/ MM) ଏବଂ କାପୋସି ସାର୍କୋମା (କେଏସ/ KS) ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୪] ଏମଏମ ପାଇଁ ଏହା ବ୍ୟବହୃତ ହୁଏ ଯେତେବେଳେ ଅନ୍ୟ ଚିକିତ୍ସା ବିଫଳ ହୁଏ ।[୪] କେଏସ ପାଇଁ ଏହା ବ୍ୟବହୃତ ହୁଏ ଯେତେବେଳେ ଏଚଏଏଆରଟି (<b>highly active antiretroviral therapy</b> (<b>HAART</b>) ପ୍ରଭାବିତ ହୁଏ ନାହିଁ କିମ୍ବା ଯେଉଁମାନେ ଏଚ୍.ଆଇ.ଭି ନକାରାତ୍ମକ ଅଟନ୍ତି ।[୪] ଏହା ପାଟିରେ ଦିଆଯାଏ ।[୪]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ସ୍ୱଳ୍ପ ନିଉଟ୍ରୋଫିଲ୍, ସ୍ୱଳ୍ପ ଲାଲ ରକ୍ତ କଣିକା, ବାନ୍ତି, ତରଳ ଝାଡ଼ା, ଅଣନିଶ୍ୱାସ, ଜ୍ୱର ଏବଂ ଥ୍ରୋମ୍ବୋସାଇଟୋପେନିଆ ବା ଅଳ୍ପ ପ୍ଲାଲେଟ୍ ହୋଇପାରେ ।[୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ଟ୍ୟୁମର ଲାଇସିସ ସିଣ୍ଡ୍ରୋମ, ରକ୍ତ ଜମାଟ ବାନ୍ଧିବା ଏବଂ ଆନାଫାଇଲକ୍ସିସ ହୋଇପାରେ ।[୪] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୪] ଏହା ଥାଲିଡୋମାଇଡ ସହିତ ସଦୃଶ ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ପରିବର୍ତ୍ତନ କରି କାର୍ଯ୍ୟକ୍ଷମ ହୁଏ ।[୬] [୨]
୨୦୧୩ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ପୋମାଲିଡୋମାଇଡ ଅନୁମୋଦିତ ହୋଇଥିଲା ।[୪] [୨] ଯୁକ୍ତରାଜ୍ୟରେ ୨୦ ସପ୍ତାହର ଚିକିତ୍ସା ପାଇଁ ୨୦୨୧ ମସିହାରେ ପ୍ରାୟ ୮,୯୦୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[୭] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୦,୦୦୦ ଡଲାର ଅଟେ ।[୮]