ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ | |
---|---|
ବିଧାୟକ: ୧୩ଶ ଓ ୧୪ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୪ – ୨୦୧୪ | |
ପୂର୍ବ ଅଧିକାରୀ | ପ୍ରଦୀପ୍ତ ପଣ୍ଡା |
ପର ଅଧିକାରୀ | ସୁକାନ୍ତ କୁମାର ନାୟକ |
ନିର୍ବାଚନ ମଣ୍ଡଳୀ | ନୀଳଗିରି |
ସାଂସଦ: ୧୭ଶ, ୧୮ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୧୯ – ଏବେଯାଏଁ | |
ପୂର୍ବ ଅଧିକାରୀ | ରବିନ୍ଦ୍ର କୁମାର ଜେନା |
ନିର୍ବାଚନ ମଣ୍ଡଳୀ | ବାଲେଶ୍ୱର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୪ ଜାନୁଆରୀ ୧୯୫୫ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ବାପା/ବୋଉ | ଗୋବିନ୍ଦ ଚନ୍ଦ୍ର ଷଡ଼ଙ୍ଗୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ (ଜନ୍ମ: ୪ ଜାନୁଆରୀ ୧୯୫୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ବଜରଙ୍ଗ ଦଳ, ରାଷ୍ଟ୍ରୀୟ ସ୍ୱୟଂସେବକ ସେନା, ବିଶ୍ୱ ହିନ୍ଦୁ ପରିଷଦ ଓ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ଏବଂ ଅଧୁନା ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୪ ଓ ୨୦୦୯ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ ଓ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୨][୩] ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଜଣେ ରାଷ୍ଟ୍ରମନ୍ତ୍ରୀ ଭାବରେ, "ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ" ଏବଂ "ଦୁଗ୍ଧ, ପଶୁପାଳନ ଓ ମତ୍ସ୍ୟପାଳନ" ମନ୍ତ୍ରାଳୟର ଦାୟିତ୍ୱରେ ଅଛନ୍ତି ।[୪][୫] ୨୦୧୯ ଭାରତୀୟ ନିର୍ବାଚନ ସମୟରେ ତାଙ୍କୁ ତାଙ୍କ ସମର୍ଥକମାନେ "ଓଡ଼ିଶାର ମୋଦୀ" ନାମରେ ଡାକିଥିଲେ ।[୬]
୧୯୯୯ ମସିହାରେ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁଙ୍କ ପୋଡ଼ି ଘଟଣାରେ ଅଭିଯୁ୍କ୍ତ ଦାରା ସିଂହ ବଜରଙ୍ଗ ଦଳର କର୍ମୀ ବୋଲି ଅଭିଯୋଗ ହୋଇଥିଲା ବେଳେ ଷଡ଼ଙ୍ଗୀ ଦଳର ଓଡ଼ିଶା ଶାଖା ସଭାପତି ଥିଲେ । ବିଭିନ୍ନ ସାକ୍ଷାତକାରରେ ଷଡ଼ଙ୍ଗୀ ଖ୍ରୀଷ୍ଟିଆନ ମିଶନାରୀମାନଙ୍କ "ସାରା ଭାରତକୁ ବଦଳାଇବା ପାଇଁ ବଦ୍ଧପରିକରତା"କୁ "ଦାନବୀୟ କାମ" ବୋଲି ଅଭିହିତ କରିଛନ୍ତି ।[୭] ସେ ୨୦୦୨ ମସିହାରେ ବଜରଙ୍ଗ ଦଳ ଓଡ଼ିଶା ବିଧାନ ସଭା ଉପରେ କରିଥିବା ଆକ୍ରମଣରେ ଦଙ୍ଗା, ନିଆଁ ଲଗାଇବା, ପିଟାମରା, ସରକାରୀ ସମ୍ପତ୍ତିକୁ ନଷ୍ଟ କରିବା ପାଇଁ ମାମଲାରେ ଗିରଫ ହୋଇଥିଲେ ।[୮] ଆଦିବାସୀମାନଙ୍କୁ ଧର୍ମାନ୍ତରୀକରଣ ଅଭିଯୋଗ କରି ତାଙ୍କ ନେତୃତ୍ୱରେ ଅନେକ ଖ୍ରୀଷ୍ଟିଆନ ବିରୋଧୀ ଆନ୍ଦୋଳନମାନ ଓଡ଼ିଶାରେ ତେଜିଥିଲା ।[୯]
ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ୧୯୫୫ ମସିହାର ଜାନୁଆରୀ ମାସ ୪ ତାରିଖ ଦିନ ବାଲେଶ୍ୱର ଜିଲ୍ଲାର ଗୋପୀନାଥପୁର ଗ୍ରାମରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋବିନ୍ଦ ଚନ୍ଦ୍ର ଷଡ଼ଙ୍ଗୀ । ସେ ୧୯୭୫ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ବାଲେଶ୍ୱରର ଫକୀର ମୋହନ କଲେଜରୁ କଳାରେ ସ୍ନାତକ କରିଥିଲେ ।[୧୦]. ଏକ ସାଧାରଣ ବ୍ୟକ୍ତି ଭଳି ଜୀବନ ଯାପନ ଶୈଳୀ ଯୋଗୁଁ ସେ ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହୋଇପାରିଥିଲା ।[୪][୧୧]
ପ୍ରତାପ ଷଡ଼ଙ୍ଗୀ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଥିଲେ ଏବଂ ବର୍ତ୍ତମାନ ଲୋକ ସଭାରେ ଜଣେ ସାଂସଦ ଭାବରେ କାର୍ଯ୍ୟ କରୁଛନ୍ତି ।
୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ପ୍ରତାପ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧୨] ଏହି ବିଧାନ ସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହାଯାଏଁ କାର୍ଯ୍ୟ କରିଥିଲେ । ଏହାପରେ ୨୦୦୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ପ୍ରତାପ ଷଡ଼ଙ୍ଗୀ ସ୍ୱାଧୀନ ଭାବରେ ପୁଣିଥରେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୩୫,୫୨୫ ଖଣ୍ଡ ଭୋଟ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ସିପିଆର ପ୍ରାର୍ଥୀ ପ୍ରଦୀପ୍ତ ପଣ୍ଡାଙ୍କୁ ୩,୦୫୬ ଖଣ୍ଡ ଭୋଟରେ ପରାସ୍ତ କରି ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧୩] ଓଡ଼ିଶା ବିଧାନ ସଭାରେ ସେ ୨୦୦୯ ମସିହାରୁ ୨୦୧୪ ମସିହାଯାଏଁ କାର୍ଯ୍ୟ କରିଥିଲେ ।
୨୦୧୪ ଭାରତୀୟ ସଧାରଣ ନିର୍ବାଚନରେ ପ୍ରତାପ ଷଡ଼ଙ୍ଗୀ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ମାତ୍ର ଏହି ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ରବିନ୍ଦ୍ର କୁମାର ଜେନାଙ୍କଠାରୁ ୧,୪୧,୮୨୫ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ ।[୧୪][୧୫]
୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ପୁଣିଥରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[୧୬][୧୭] ଏହି ନିର୍ବାଚନରେ ସେ ସମୁଦାୟ ୪,୮୩,୮୫୮ ଖଣ୍ଡ ଭୋଟ ପାଇଥିଲେ[୧୮] ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଏବଂ ରବିନ୍ଦ୍ର କୁମାର ଜେନାଙ୍କୁ ୧୨,୯୫୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୧୯][୨୦]
୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ପୁଣିଥରେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୨୧] ଏହି ନିର୍ବାଚନରେ, ସେ ସମୁଦାୟ ୫,୬୩,୮୬୫ ଖଣ୍ଡ ଭୋଟ ପାଇଥିଲେ ଏବଂ ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ୧,୪୭,୧୫୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୨୨]
୧୯୯୯ ମସିହାରେ ଖ୍ରୀଷ୍ଟିଆନ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁଙ୍କୁ ଏକ ଷ୍ଟେସନ ୱାଗନ ଭିତରେ ରାତିରେ ଶୋଇଥିବା ଅବସ୍ଥାରେ ପୋଡ଼ି ହତ୍ୟା କରାଯାଇଥିବା ଘଟଣାରେ ମୁଖ୍ୟ ଅଭିଯୁ୍କ୍ତ ଦାରା ସିଂହ ବଜରଙ୍ଗ ଦଳର କର୍ମୀ ବୋଲି ଅଭିଯୋଗ ହୋଇଥିଲା । ଏହି ସମୟରେ ଷଡ଼ଙ୍ଗୀ ଦଳର ଓଡ଼ିଶା ଶାଖା ସଭାପତି ଭାବେ କାର୍ଯ୍ୟ କରୁଥିଲେ । ବିଚାର ସମୟରେ ସେ ନିଜକୁ ନିର୍ଦ୍ଦୋଶ ବୋଲି କହିଥିଲେ । ସାମ୍ବାଦିକମାନଙ୍କୁ ଦେଇଥିବା କେତେକ ସାକ୍ଷାତକାରରେ ଷଡ଼ଙ୍ଗୀ ଖ୍ରୀଷ୍ଟିଆନ ମିଶନାରୀମାନଙ୍କ "ସାରା ଭାରତକୁ ବଦଳାଇବା ପାଇଁ ବଦ୍ଧପରିକରତା"କୁ "ଦାନବୀୟ କାମ" ବୋଲି ଅଭିହିତ କରିଥିଲେ[୭] ଓ କେବଳ କେତେ ଜଣ ମିଶନାରୀଙ୍କୁ ଛାଡ଼ିଦେଲେ ବାକିମାନେ "ଇଡ଼ିଅଟ" ବୋଲି ମତ ଦେଇଥିଲେ ।[୯] ସେ ୨୦୦୨ ମସିହାରେ ବଜରଙ୍ଗ ଦଳ ଓ ତାହାର ଆଉ କେତେକ ସମର୍ଥକ ଦଳଦ୍ୱାରା ଓଡ଼ିଶା ବିଧାନ ସଭା ଉପରେ ୫୦୦ ଜଣ ଆକ୍ରମଣକାରୀଙ୍କଦ୍ୱାରା ଆକ୍ରମଣ କରାଯାଇଥିଲା । ଏହି ମାମଲରେ ଦଙ୍ଗା, ନିଆଁ ଲଗାଇବା, ପିଟାମରା, ସରକାରୀ ସମ୍ପତ୍ତିକୁ ନଷ୍ଟ କରିବା ପାଇଁ ସେ ଗିରଫ ହୋଇଥିଲେ ।[୮] ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆଦିବାସୀମାନଙ୍କୁ ଧର୍ମାନ୍ତରୀକରଣ ଅଭିଯୋଗ କରି ତାଙ୍କ ନେତୃତ୍ୱରେ ଖ୍ରୀଷ୍ଟିଆନ ବିରୋଧୀ ଆନ୍ଦୋଳନମାନ ରାଜ୍ୟରେ ତେଜିଥିଲା ।[୯]
ଷଡ଼ଙ୍ଗୀ ଗଣ ଶିକ୍ଷା ମନ୍ଦିର ଯୋଜନା ଅନ୍ତର୍ଗତରେ ବାଲେଶ୍ୱର ଜିଲ୍ଲାର ଆଦିବାସୀ ଗ୍ରାମଗୁଡ଼ିକ ପାଇଁ ପ୍ରତାପ ସମାରକର କେନ୍ଦ୍ର ଖୋଲାଇଥିଲେ ।[୨୩]
{{cite web}}
: |first3=
has numeric name (help)CS1 maint: extra punctuation (link) CS1 maint: numeric names: authors list (link)
{{cite web}}
: Cite has empty unknown parameter: |1=
(help)
{{cite web}}
: |first=
has generic name (help)