Restrictive cardiomyopathy | |
---|---|
Obliterative cardiomyopathy, infiltrative cardiomyopathy, constrictive cardiomyopathy[୧] | |
ବିଭାଗ | Cardiology |
ଲକ୍ଷଣ | Decreased ability to exercise, palpitations, shortness of breath, leg swelling[୨][୩] |
କାରଣ | Amyloidosis, sarcoidosis, hemochromatosis, Loeffler endocarditis, storage diseases, diabetes, scleroderma, radiation therapy, certain medications, cancer[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Electrocardiogram (ECG), ultrasound of the heart, endomyocardial biopsy[୨] |
ସଠିକ ରୋଗ ନିର୍ଣ୍ଣୟ | Constrictive pericarditis, hypertensive heart disease, hypertrophic cardiomyopathy[୨] |
ଚିକିତ୍ସା | Based on symptoms and the underlying cause[୨] |
Prognosis | Life expectancy 2 to 5 years[୨] |
ପୁନଃପୌନିକ | Rare[୨] |
ପ୍ରତିବନ୍ଧକ କାର୍ଡିଓମାଇଓପାଥି (Restrictive cardiomyopathy/ RCM ) ହେଉଛି ହୃତ୍ପିଣ୍ଡ ମାଂସପେଶୀର ଏକ ରୋଗ ଯେଉଁଥିରେ ନିଳୟଗୁଡ଼ିକ ସଠିକ୍ ଭାବରେ ସଂକୋଚନ ସତ୍ତ୍ୱେ ଉପଯୁକ୍ତ ଭାବରେ ଶିଥିଳ ହୁଏ ନାହିଁ ଓ ରକ୍ତ ଭରି ପାରେ ନାହିଁ ।[୪] [୩] ଏହାର ଲକ୍ଷଣରେ ବ୍ୟାୟାମ କରିବା ଶକ୍ତି କମିଯିବାଠାରୁ ଆରମ୍ଭ କରି ଆଟ୍ରିଆଲ ଫିବ୍ରିଲେସନ ଓ ହୃଦ୍ପାତ ହୋଇପାରେ । [୨] କେତେକ କ୍ଷେତ୍ରରେ ହଠାତ୍ ହୃଦ୍ରୋଧ ହୋଇ ରୋଗର ପ୍ରଥମ ସୂଚନା ଦିଏ । [୨] ଅନ୍ୟାନ୍ୟ ଜଟିଳତା ମଧ୍ୟରେ ଯକୃତ ବିଫଳତା ଓ ରକ୍ତ ଜମାଟ ବାନ୍ଧିପାରେ ।[୨]
ଏହାର ସାଧାରଣ କାରଣ ହେଉଛି ଆମିଲଏଡୋସିସ, ସାର୍କଏଡୋସିସ୍, ହେମୋକ୍ରୋମାଟୋସିସ୍ ଏବଂ ଲୋଫଲର ଏଣ୍ଡୋକାର୍ଡ଼ାଇଟିସ । [୨] ଅନ୍ୟାନ୍ୟ କାରଣ ମଧ୍ୟରେ ଷ୍ଟୋରେଜ ରୋଗ, ମଧୁମେହ, ସ୍କ୍ଲେରୋଡର୍ମା, ବିକିରଣ ଥେରାପି, କେତେକ ଔଷଧ ଏବଂ କର୍କଟ ରୋଗ ଅନ୍ତର୍ଭୁକ୍ତ ଥାଏ | [୨] ଇଲେକ୍ଟ୍ରୋକାର୍ଡ଼ିଓଗ୍ରାମ, ହୃତ୍ପିଣ୍ଡର ଅଲଟ୍ରାସାଉଣ୍ଡ ଓ ଏଣ୍ଡୋକାର୍ଡ଼ିଆଲ ବାୟିପ୍ସି କରି ରୋଗ ସମର୍ଥିତ କରିପାରନ୍ତି ।[୨]
ଏହି ରୋଗ ଆରୋଗ୍ୟ ସାଧ୍ୟ ନୁହେଁ | [୨] ମୂଳ କାରଣ ଏବଂ ହୃଦ୍ପାତ ନ ହେବା ପାଇଁ ପଦକ୍ଷେପ ନେଇ ଚିକିତ୍ସା କରାଯାଏ | [୨] ହୃଦ୍ଘାତକୁ ଡାଇୟୁରେଟିକ, ଫୁରୋସେମାଇଡ, କ୍ୟାଲସିଅମ ଚ୍ୟାନେଲ ବ୍ଲକର କିମ୍ବା ବିଟା ବ୍ଲକର ଦେଇ ଚିକିତ୍ସା କରାଯାଇପାରେ | [୨] ସାର୍କଏଡୋସିସ୍ ପାଇଁ ଆଣ୍ଟିଆରିଦମିକ ଏବଂ ଇମ୍ମ୍ୟୁନୋସପ୍ରେସାଣ୍ଟସ ସାଧାରଣ ଭାବରେ ବ୍ୟବହୃତ ହୋଇଥାଏ। [୨] ରକ୍ତ ଅପସାରଣ କରି ହେମୋକ୍ରୋମାଟୋସିସ ଚିକିତ୍ସା କରାଯାଏ । [୨] କେତେକ କ୍ଷେତ୍ରରେ ହୃତ୍ପିଣ୍ଡ ପ୍ରତିରୋପଣ ଏକ ବିକଳ୍ପ ହୋଇପାରେ | [୨]
ପ୍ରତିବନ୍ଧକ କାର୍ଡିଓମୋପାଥି ଏକ ଅପେକ୍ଷାକୃତ ବିରଳ ରୋଗ | [୨] ଏହା କାର୍ଡ଼ିଓମାୟୋପାଥି ରୋଗୀଙ୍କ ମଧ୍ୟରୁ ୫% ଥାଆନ୍ତି; ଡାଇଲେଟେଡ ଓ ହାଇପରଟ୍ରଫିକ ଶ୍ରେଣୀ ଅଧିକ ଥାଏ ।[୨] ଆୟୁଷ ସାଧାରଣତଃ ୨ରୁ ୫ ବର୍ଷ ଅଟେ | [୨] ୧୯୩୦ ଦଶକରେ ଏହି ରୋଗ ବର୍ଣ୍ଣନା କରାଯାଇଥିଲା | [୫] ୧୯୬୧ ମସିହା ପର୍ଯ୍ୟନ୍ତ ଏହା ତିନି ମୁଖ୍ୟ ଦଳରେ ବିଭକ୍ତ କରାଯାଇ ନଥିଲା । [୧]
{{cite journal}}
: CS1 maint: DOI inactive as of ମଇ 2020 (link)
{{cite journal}}
: Cite journal requires |journal=
(help)