ପ୍ରତିଭା ଶତପଥୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ସତ୍ୟଭାମାପୁର, କଟକ ଜିଲ୍ଲା 20°43′32″N 86°16′22″E / 20.72556°N 86.27278°E | ୧୮ ଜାନୁଆରୀ ୧୯୪୫
ବୃତ୍ତି | କବି |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ |
ସାହିତ୍ୟ କୃତି | ନିମିଷେ ଅକ୍ଷର ଶବରୀ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଶାରଳା ପୁରସ୍କାର |
ଜୀବନସାଥୀ | ନିତ୍ୟାନନ୍ଦ ଶତପଥୀ |
ସନ୍ତାନ | ପାରମିତା ଶତପଥୀ |
ସମ୍ପର୍କୀୟ | ଗୋପାଳ ଚନ୍ଦ୍ର ପ୍ରହରାଜ |
ପ୍ରତିଭା ଶତପଥୀ (ଜନ୍ମ: ୧୮ ଜାନୁଆରୀ ୧୯୪୫) ଜଣେ ଓଡ଼ିଆ କବି । ପ୍ରତିଭା କଟକ ଜିଲ୍ଲାର ସତ୍ୟଭାମାପୁରଠାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ଜୀବନର ପ୍ରଥମ ପାଞ୍ଚ ବର୍ଷ କୋରାପୁଟରେ ବିତିଥିଲା । ସେ ଭଲ ବିଦ୍ୟାଳୟରୁ ପାଠ ପଢ଼ିବା ପାଇଁ, ତାଙ୍କ ପରିବାର ସତ୍ୟଭାମାପୁରକୁ ଚାଲିଆସିଥିଲେ । ପିଲାବେଳେ ସେ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ସେ କଲେଜ ଶିକ୍ଷାଲାଭ କରିଥିଲେ । ବିବାହ କରିସାରିବା ପରେ ୧୯୬୭ ମସିହାରେ ସେ ସ୍ନାତକୋତ୍ତର ଓ ୧୯୮୦ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି ହାସଲ କରିଥିଲେ ।
ପ୍ରତିଭା ପିଲାବେଳରୁ କବିତା ଲେଖିବା ଆରମ୍ଭ କରିଥିଲେ । ତାଙ୍କ କବିତାରେ ପ୍ରେମ, ପ୍ରକୃତିର ସମାବେଶ ଦେଖାଯାଏ ।[୨] ତାଙ୍କର ପ୍ରଥମ କବିତା ପୁସ୍ତକ ଶେଷ ଜହ୍ନ ୧୯୬୨ମସିହାରେ ପ୍ରକାଶିତ ହୋଇଥିଲା । ଦୀର୍ଘ ୨୫ ବର୍ଷ ଧରି ସେ ଓଡ଼ିଆ ପତ୍ରିକା ଇସ୍ତାହାରର ସମ୍ପାଦକ ଥିଲେ । ବର୍ତ୍ତମାନ ସେ ଏକ ପାକ୍ଷିକ କବିତା ପତ୍ରିକା 'ଉଦ୍ଭାଷା'ର ସମ୍ପାଦକ ଅଛନ୍ତି । [୩]
ପ୍ରତିଭା, ସାହିତ୍ୟିକ ନିତ୍ୟାନନ୍ଦ ଶତପଥୀଙ୍କୁ ବିବାହ କରିଛନ୍ତି । ପାରମିତା, ମଧୁବ୍ରତା, ଅସିତା ଓ ଇପ୍ସିତା ନାମରେ ତାଙ୍କର ଚାରି ଝିଅ ଅଛନ୍ତି ।[୪]
{{cite web}}
: Check date values in: |accessdate=
(help)
She received Jhankar Award in 1981