ପ୍ରଥମ ନରସିଂହ ଦେବ (ଲାଙ୍ଗୁଳା ନରସିଂହ ଦେବ ନାମରେ ମଧ୍ୟ ଜଣା) ପୂର୍ବ ଗଙ୍ଗବଂଶ ଶାସିତ ଉତ୍କଳର ଜଣେ ନରପତି ଥିଲେ । ସେ ୧୨୩୮ ଖ୍ରୀ.ଅ.ରୁ ୧୨୬୪ ଯାଏଁ ଶାସନ କରିଥିଲେ । ତାଙ୍କ ଶାସନକାଳରେ ପ୍ରତିଷ୍ଠିତ ମନ୍ଦିରମାନଙ୍କ ଭିତରୁ କୋଣାର୍କର କୋଣାର୍କ ମନ୍ଦିର[୧], ବାଲେଶ୍ୱରର ରାଇବଣିଆ ଦୁର୍ଗସମୂହ[୨][୩], ଢେଙ୍କାନାଳର କପିଳାସ ଶିବ ମନ୍ଦିର ତଥା ରେମୁଣାର କ୍ଷୀରଚୋରା ଗୋପୀନାଥ ମନ୍ଦିର ତୋଳାଇଥିଲେ ।