Pradhan Mantri Jan Dhan Yojana (PMJDY ) ନରେନ୍ଦ୍ର ମୋଦୀଙ୍କଦ୍ୱାରା ଅଗଷ୍ଟ ୨୮, ୨୦୧୪ରେ ଶୁଭାରମ୍ଭ ହୋଇଥିବା ବ୍ୟାପକ ଆର୍ଥିକ ସମ୍ମେଳନ ପାଇଁ ଏକ ଯୋଜନା ।[୧] ଏହି ଯୋଜନାକୁ ସେ ତାଙ୍କର ପ୍ରଥମ ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ ।
ଭାରତୀୟ ବିତ୍ତ ମନ୍ତ୍ରଣାଳୟଦ୍ୱାରା ପରିଚାଳିତ, ଉଲ୍ଲେଖନୀୟ ଭାବେ ଏହା ଉଦ୍ଘାଟନର ପ୍ରଥମ ଦିବସରେ ୧.୫ କୋଟି (୧୫ ଅୟୁତ) ବ୍ୟାଙ୍କ ଖାତା ଏହି ଯୋଜନା ଅଧିନରେ ଖୋଲାଯାଇଥିଲା । [୨][୩] ୨୮ ଜାନୁଅରୀ ୨୦୧୫ ସୁଦ୍ଧା ୧୨.୫୮ କୋଟି ଆକାଉଣ୍ଟ ଖୋଲା ଯାଇଥିଲା ଯେଉଁଥିରେ ପାଖାପାଖି ୧୦୫୯୦ କୋଟି ଟଙ୍କା ଜମା ରଖାଯାଇଥିଲା । [୪] ଏଥିରେ ଶୁନ୍ୟ ବାଲାନ୍ସର ନୂଆ ଆକାଉଣ୍ଟ ଖୋଲାଯିବାକୁ ବିକଳ୍ପ ମଧ୍ୟ ଥିଲା ।
ଏହି ଯୋଜନାର ଶୁଭାରମ୍ଭ ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ପବ୍ଲିକ ସେକ୍ଟର ବ୍ୟାଙ୍କର ଚେୟାରମ୍ୟାନମାନଙ୍କୁ ପତ୍ର ଲେଖି ୭.୫ କୋଟି ଗୃହର ଆକାଉଣ୍ଟ ପଂଜୀକରଣ ସହ ସେମାନଙ୍କ ଆକାଉଣ୍ଟ ଖୋଲି ଏହି ବିଶାଳ ଯୋଜନାକୁ ଆଗେଇ ନେବାକୁ ଅନୁରୋଧ କରିଥିଲେ । [୫] ଏହି ଇମେଲରେ ସେ ଦର୍ଶାଇଥିଲେ ଯେ ପ୍ରତି ଘରକୁ ଏକ ବ୍ୟାଙ୍କ ଆକାଉଣ୍ଟ ଏକ ‘’ରାଷ୍ଟ୍ରୀୟ ପ୍ରାଥମିକତା’’ ।
ଏହି ଯୋଜନ’ସମସ୍ତଙ୍କ ପାଇଁ ମୌଳିକ ବ୍ୟାଙ୍କସେବା ‘ଯୋଗାଇଦେବା ଉଦ୍ଦେଶ୍ୟ ନେଇ ପ୍ରାରମ୍ଭ ହୋଇଥିଲା । ଯେଉଁଥିରେ ଆକାଉଣ୍ଟ ଖୋଲାଯିବାର ୬ ମାସ ପରେ ୫୦୦୦ ଟଙ୍କାର ଆଗୁଆ ଉଠାଣ (ଓଭର ଡ୍ରାଫ୍ଟ )ର ବ୍ୟବସ୍ଥା ଅଛି । [୬] ରୁପେ ଡେବିଟ କାର୍ଡ, ଦୁର୍ଘଟଣା ବୀମା ରାଶି ୧ ଲକ୍ଷ ଟଙ୍କା ସହିତ ରୁପେ କୃଷକ କାର୍ଡ ସୁବିଧା ମିଳିପାରିବ । ପରବର୍ତ୍ତୀ ପର୍ଯ୍ୟାୟରେ କ୍ଷୁଦ୍ର ବୀମା ଏବଂ ଭତ୍ତା ଇତ୍ୟାଦି ଯୋଡ଼ାଯିବ । [୧]
{{cite web}}
: Cite has empty unknown parameter: |1=
(help)