ପ୍ରବୋଧ ତିର୍କି | |
---|---|
ଜନ୍ମ | |
ପିତାମାତା(s) | ୱାଲଟର ତିର୍କି, ରେଜିନା |
ସମ୍ପର୍କୀୟ | ଇଗ୍ନେଶ ତିର୍କୀ (ବଡ଼ ଭାଇ) |
ପୁରସ୍କାର | ଏକଲବ୍ୟ ପୁରସ୍କାର |
ପ୍ରବୋଧ ତିର୍କି ଜଣେ ଭାରତୀୟ ହକି ଖେଳାଳି ଓ ପୂର୍ବତନ ଅଧିନାୟକ ।[୧] ସେ ଜଣେ ମିଡ଼ଫିଲ୍ଡର ଭାବରେ ଖେଳନ୍ତି[୨] ଓ ୧୬୧ଟି ଆନ୍ତର୍ଜାତୀୟ ମ୍ୟାଚରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି ।[୩]
ପ୍ରବୋଧ ୧୯୮୪ମସିହାରେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ଲୁଲକିଡିହିଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ୱାଲଟର ତିର୍କି ଓ ମାତାଙ୍କ ନାମ ରେଜିନା । ସେମାନେ ଥିଲେ ୭ ଭାଇ ଓ ସମସ୍ତେ ହକି ଖେଳନ୍ତି । ସବୁ ଭାଇମାନେ ସୁନ୍ଦରଗଡ଼ର "ଖାସି କପ"ର ନାମକରା ଖେଳାଳି ଥିଲେ । ତାଙ୍କ ବଡ଼ ଭାଇ ଇଗ୍ନେଶ ତିର୍କି ମଧ୍ୟ ଭାରତ ତରଫରୁ ଖେଳିବାର ସୁଯୋଗ ପାଇଛନ୍ତି ।
ସେ ଭାରତ ପକ୍ଷରୁ ବେଲଜିୟମ ବିପକ୍ଷରେ ୨୦୦୧ ମସିହାରେ ନିଜର ପ୍ରଥମ ମ୍ୟାଚ ଖେଳିଥିଲେ । ସେ ୨୦୦୪ରେ ଅନୁଷ୍ଠିତ ଅଲମ୍ପିକରେ ଭାରତ ପକ୍ଷରୁ ଖେଳିଥିଲେ । ୨୦୦୭ରେ ଚେନ୍ନାଇଠାରେ ଅନୁଷ୍ଠିତ ହୋଇଥିବା ଏସୀୟ କ୍ରୀଡାରେ ତାଙ୍କ ନେତୃତ୍ତ୍ୱରେ ଭାରତ ଚାମ୍ପିୟନ ହୋଇଥିଲା । ଏହାବ୍ୟତିତ, ପ୍ରବୋଧ ୨୦୧୦ ଗୁଆଁଝୁ ଏସୀୟ କ୍ରୀଡାରେ କାଂସ୍ୟ, ୨୦୦୭ ଚାମ୍ପିୟନ୍ସ ଚାଲେଞ୍ଜରେ କାଂସ୍ୟ, ୨୦୦୭ ସୁଲତାନ ଆଜଲାନ ଶାହା ହକିରେ କାଂସ୍ୟ, ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ଜିତିଥିବା ଭାରତୀୟ ଦଳରେ ଖେଳିଥିଲେ ।[୪]