ପ୍ରସବ ଅବଶିଷ୍ଟ ଅପରା ଉତ୍ପାଦ | |
---|---|
Retained placenta | |
ଫାଇଲ:Incomplete-miscarriage-mri.jpg | |
ବିଭାଗ | Obstetrics |
ଲକ୍ଷଣ | Bleeding, infection[୨] |
କାରଣ | Uterine atony, placenta accreta, early closure of the cervix[୨] |
ବିପଦ କାରକ | Multiple prior deliveries, previous surgery of the uterus, preterm delivery[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms, examination of the placenta[୩] |
ସଠିକ ରୋଗ ନିର୍ଣ୍ଣୟ | Gestational trophoblastic disease[୪] |
ଚିକିତ୍ସା | Oxytocin, dilation and curettage, manual removal[୩][୨][୪] |
ପୁନଃପୌନିକ | 2% of term pregnancies[୨] |
ପ୍ରସବ ଅବଶିଷ୍ଟ ଅପରା ଉତ୍ପାଦ (ଇଂରାଜୀ ଭାଷାରେ Retained products of conception/RPOC ) କୁହାଯାଏ ଯେତେବେଳେ ସମ୍ପୁର୍ଣ୍ଣ କିମ୍ବା କିଛି ଆଂଶିକ ଭାବରେ ଗର୍ଭାଶୟରେ ଅପରା ବା ଗର୍ଭଫୁଲ ରହିଯାଇଥାଏ, ଶିଶୁର ପ୍ରସବ ପରେ ମହତ୍ୱପୂର୍ଣ୍ଣ ରକ୍ତସ୍ରାବ ପ୍ରାୟ ୩୦ରୁ ୬୦ ମିନିଟ୍ ପର୍ଯ୍ୟନ୍ତ ହୋଇଥାଏ ।[୨] [୩] ସ୍ୱତଃ ଗର୍ଭପାତ କିମ୍ବା ଗର୍ଭପାତ ପରେ ମଧ୍ୟ ଏହି ଅବସ୍ଥା ହୋଇପାରେ ।[୪] ଲକ୍ଷଣଗୁଡ଼ିକ ପ୍ରସବ ସମୟରେ ବା ପରେ, ପେଲଭିକ ଯନ୍ତ୍ରଣା, ସଂକ୍ରମଣ କିମ୍ବା ପ୍ରସବ ପରବର୍ତ୍ତୀ ରକ୍ତସ୍ରାବ ସମୟରେ ହୋଇପାରେ ।[୩] [୨] [୪]
ଏହାର କାରଣଗୁଡ଼ିକ ମଧ୍ୟରେ ଜରାୟୁ ଆଟୋନି, ପ୍ଲେସେଣ୍ଟା ଆକ୍ରେଟା କିମ୍ବା ଶୀଘ୍ର ଜରାୟୁଗ୍ରୀବା ବନ୍ଦ ହୋଇଯିବା ଯୋଗୁ ହୋଇପାରେ ।[୨] ବିପଦ କାରକଗୁଡ଼ିକ ମଧ୍ୟରେ ଏକାଧିକ ପୂର୍ବବର୍ତ୍ତୀ ପ୍ରସବ, ଗର୍ଭାଶୟର ପୂର୍ବତନ ଅସ୍ତ୍ରୋପଚାର ଏବଂ ଅବଧିପୂର୍ବ ପ୍ରସବ ହୋଇପାରେ ।[୨] ଅନ୍ତର୍ନିହିତ କାର୍ଯ୍ୟବିଧିରେ ଗର୍ଭାଶୟରୁ ପ୍ଲେସେଣ୍ଟାର ବିଫଳ ପୃଥକୀକରଣ କିମ୍ବା ପୃଥକ କିନ୍ତୁ ସଂରକ୍ଷିତ ପ୍ଲାସେଣ୍ଟା ବା ଅପରା ସହିତ ଜଡ଼ିତ ହୋଇପାରେ ।[୩] ଲକ୍ଷଣ ଦେଖି କିମ୍ବା ପ୍ଲେସେଣ୍ଟାର ପରୀକ୍ଷଣ ଦ୍ୱାରା ନିଖୋଜ ଅଂଶଗୁଡିକ ପାଇବା ପରେ ରୋଗ ନିର୍ଣ୍ଣୟକୁ ସମର୍ଥନ କରାଯାଇପାରେ ।[୩] ଅନ୍ୟାନ୍ୟ ଉପାୟ ମଧ୍ୟରେ ଅଲଟ୍ରାସାଉଣ୍ଡ ଅନ୍ତର୍ଭୁକ୍ତ ହୋଇପାରେ ।[୪]
ଏହାର ଚିକିତ୍ସାରେ ସାଧାରଣତଃ ନିଶ୍ଚେତକ ଦେଇ ଉତ୍ପାଦଗୁଡିକର ହସ୍ତକୃତ ଅପସାରଣ କିମ୍ବା ପ୍ରସାରଣ ଓ କ୍ୟୁରେଟେଜ୍ ଦ୍ୱାରା ଅପସାରଣ କରାଯାଇଥାଏ ।[୩] [୨] [୪] ଅକ୍ସିଟୋସିନ୍ ସାହାଯ୍ୟରେ ନାଡ଼ରେ ଇଞ୍ଜେକ୍ସନ ଦେବା ଲାଭଦାୟକ ହୋଇପାରେ କିନ୍ତୁ ୨୦୨୦ ସୁଦ୍ଧା ଅଧିକ ଅଧ୍ୟୟନ ଆବଶ୍ୟକ ହେଉଥିଲା ।[୩] [୫] ରକ୍ତ କ୍ଷୟ ପାଇଁ ରକ୍ତଦାନ, ଗର୍ଭାଶୟ ବେଲୁନ୍ ଟାମ୍ପୋନେଡ କିମ୍ବା ଆବଶ୍ୟକ ଅସ୍ତ୍ରୋପଚାର ସାହାଯ୍ୟରେ ଜରାୟୁ ଅପସାରଣ କରାଯାଇପାରେ ।[୨] ବିକାଶଶୀଳ ଦେଶର ଗ୍ରାମାଞ୍ଚଳରେ ଏହା ଯୋଗୁ ୧୦% ମୃତ୍ୟୁ ଆଶଙ୍କା ଥାଏ ।[୬] ଏହା ପ୍ରାୟ ୨% ପୂର୍ଣ୍ଣ ଗର୍ଭଧାରଣକୁ ପ୍ରଭାବିତ କରେ; ଯଦିଓ ୪୦% ପର୍ଯ୍ୟନ୍ତ ଅସମ୍ପୁର୍ଣ୍ଣ ଗର୍ଭଧାରଣକୁ ପ୍ରଭାବିତ କରିପାରେ ।[୨] [୪]
{{cite journal}}
: CS1 maint: unflagged free DOI (link)
{{cite journal}}
: Cite journal requires |journal=
(help)