![]() | |
![]() | |
Clinical data | |
---|---|
Trade names | ATNAA, DuoDote, Protopam, others |
Synonyms | 2-pyridine aldoxime methyl chloride, 1-methylpyridine-6-carbaldehyde oxime |
AHFS/Drugs.com | monograph |
Pregnancy category |
|
Legal status | |
Legal status |
|
Identifiers | |
| |
ECHA InfoCard | 100.027.080 |
Chemical and physical data | |
Formula | C7H9N2O+ |
Molar mass | ୧୩୭.୧୬ g·mol−1 |
3D model (JSmol) | |
| |
| |
(verify) |
ପ୍ରାଲିଡୋକ୍ସାଇମ ( 2-PAM ) ହେଉଛି ଏକ ଔଷଧ ଯାହା ଅର୍ଗାନୋଫସଫେଟ, ଆଣ୍ଟିକୋଲିନେଷ୍ଟେରେଜ୍ ଏବଂ ସ୍ନାୟୁ ଏଜେଣ୍ଟ ବିଷକ୍ରିୟା ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଆଟ୍ରୋପିନ୍ ସହିତ ଏକତ୍ର ବ୍ୟବହୃତ ହୁଏ । [୧] ଏହା କାର୍ବାମେଟ ବିଷକ୍ରିୟା ଚିକିତ୍ସା ପାଇଁ ବ୍ୟବହୃତ ହୁଏ ନାହିଁ ।[୨] ଏହା ଶିରା କିମ୍ବା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ପଷ୍ଟ ଦୃଷ୍ଟି, ମୁଣ୍ଡବିନ୍ଧା, ନିଦ୍ରାଳୁ ଭାବ, ଅଇ, ଦ୍ରୁତ ହୃଦସ୍ପନ୍ଦନ, ଉଚ୍ଚ ରକ୍ତଚାପ ଏବଂ ଇଞ୍ଜେକ୍ସନ ସ୍ଥାନରେ ଯନ୍ତ୍ରଣା ହୋଇପାରେ ।[୧] ଏହା ଅକ୍ସାଇମ୍ ପରିବାରର ଏକ ଔଷଧ ।[୧]
୧୯୬୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ପ୍ରାଲିଡକ୍ସାଇମକୁ ଅନୁମୋଦନ କରାଯାଇଥିଲା ।[୧] ୨୦୨୧ ସୁଦ୍ଧା ଏହାର ଏକ ଗ୍ରାମ ପିଛା ମୂଲ୍ୟ ପ୍ରାୟ ୯୦ ଡଲାର ଥିଲା ।[୩] ଆଟ୍ରୋପାଇନ୍ ଏବଂ ଡାଏଜେପାମ ସହିତ ଏକ ଅଟୋ ଇଞ୍ଜେକ୍ଟର ମଧ୍ୟ ଉପଲବ୍ଧ ।[୪] କେତେକ ମିଲିଟାରୀ ସେମାନଙ୍କର ସୈନିକମାନଙ୍କୁ ଏହି ଅଟୋ ଇଞ୍ଜେକ୍ଟର ଯୋଗାନ୍ତି ।[୪]
{{cite journal}}
: Cite journal requires |journal=
(help)