ପ୍ରିକର୍ଡ଼ିଆଲ କ୍ୟାଚ ସିଣ୍ଡ୍ରୋମ (Precordial catch syndrome) | |
---|---|
Texidor's twinge[୧] | |
ବିଭାଗ | ଶିଶୁରୋଗ ବିଜ୍ଞାନ (Pediatrics), ପାରିବାରିକ ଭେଷଜ ବିଜ୍ଞାନ (family medicine) |
ଲକ୍ଷଣ | ଅଳ୍ପ ଜାଗାରେ ଫୋଡ଼ିଲା ଭଳି ତୀକ୍ଷ୍ନ ଯନ୍ତ୍ରଣା [୧] |
ଆକ୍ରାନ୍ତ ସମୟ | ହଠାତ[୧] |
ଅବଧି | ୩ ମିନିଟରୁ କମ୍ ସମୟ [୧] |
କାରଣ | ଅସ୍ପଷ୍ଟ[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ଆଞ୍ଜାଇନା (Angina), ପେରିକାର୍ଡ଼ାଇଟିସ, ପ୍ଲୁରିସି, ଛାତି ଆଘାତ[୧] |
ଚିକିତ୍ସା | ଆଶ୍ୱାସନା[୧] |
Prognosis | ଭଲ[୧] |
ପୁନଃପୌନିକ | ଅପେକ୍ଷାକୃତ ସାଧାରଣ[୧] |
ପ୍ରିକର୍ଡ଼ିଆଲ କ୍ୟାଚ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ precordial catch syndrome ବା PCS) ଏକ ଅଣସାଂଘାତିକ ରୋଗ ଯେଉଁଥିରେ ଛୁରୀ ମାରିଲା ଭଳି ତୀକ୍ଷ୍ନ ଛାତି ଯନ୍ତ୍ରଣା (pains in the chest) ଅନୁଭବ ହୁଏ ।[୧] ସ୍ୱାଭାବିକ ଭାବରେ ଏହା ପ୍ରଶ୍ୱାସରେ ଅଧିକ ହୁଏ ଓ ଛୋଟ ଜାଗାରେ ହୁଏ ।[୧] ଏହା ମାତ୍ର ୩ ମିନିଟ ନିମନ୍ତେ ରହେ ।[୧] ବିଶ୍ରାମ ସମୟରେ ଆରମ୍ଭ ହୁଏ ଓ ଅନ୍ୟ କୌଣସି ଲକ୍ଷଣ ନଥାଏ ।[୧] ଯନ୍ତ୍ରଣା ଯୋଗୁ କେବଳ ଉତ୍କଣ୍ଠା anxiety ହୁଏ ।[୧]
ଏହାର ଅନ୍ତର୍ନିହିତ କାରଣ ଅଦ୍ୟାବଧି ଅସ୍ପଷ୍ଟ ଅଛି ।[୧] କେତେକଙ୍କ ମତରେ ଏହା ଛାତି କାନ୍ଥରେ ହୁଏ ବା ଇଣ୍ଟରକୋଷ୍ଟାଲ ସ୍ନାୟୁର (intercostal nerve) ଉତ୍ତେଜନା ଯୋଗୁ ହୁଏ ।[୧][୨] ମାନସିକ ଚାପ (psychological stress) ଏହି ରୋଗ ସଙ୍କଟ ସୃଷ୍ଟି କରେ ।[୨] ହୃତ୍ପିଣ୍ଡରୁ ଏହା ସୃଷ୍ଟି ହୁଏନାହିଁ ।[୧] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ ।[୧] ଆଞ୍ଜାଇନା (Angina), ପେରିକାର୍ଡ଼ାଇଟିସ, ପ୍ଲୁରିସି, ଛାତି ଆଘାତ ଯୋଗୁ ମଧ୍ୟ ଏହିଭଳି ଯନ୍ତ୍ରଣା ହୋଇପାରେ ।[୧]
ବିନା ଔଷଧରେ ରୋଗୀଙ୍କୁ ଆଶ୍ୱାସନା ଦେଇ ଉପଶମ ହେବା ନିମନ୍ତେ ଅପେକ୍ଷା କରାଯାଏ ।[୧] Outcomes are good.[୧] ସାଧାରଣତଃ ୬-୧୨ ବୟସର ପିଲାଙ୍କୁ ଏହି ପ୍ରିକର୍ଡ଼ିଆଲ କ୍ୟାଚ ସିଣ୍ଡ୍ରୋମ ରୋଗ ହୁଏ ।[୧] ଉଭୟ ପୁଅ ଓ ଝିଅଙ୍କୁ ସମ ଭାବରେ ରୋଗ ହୁଏ । [୧] ଅନ୍ୟ ବୟସରେ ଏହ ଖୁବ୍ କମ୍ ଦେଖାଯାଏ ।[୨] The condition was first described in 1955.[୧]
ଶ୍ରେଣୀବିଭାଗ |
---|