ପ୍ରିୟଙ୍କା ଦତ୍ତ | |
---|---|
ଜନ୍ମ | ପ୍ରିୟଙ୍କା ଦତ୍ତ ଚାଲସାଣି[୧] ୧୯ ଡିସେମ୍ବର ୧୯୮୪ ବିଜୟୱାଡା, ଆନ୍ଧ୍ରପ୍ରଦେଶ, ଭାରତ |
ବୃତ୍ତି | ଚଳଚ୍ଚିତ୍ର ନିର୍ମାତା |
ସକ୍ରିୟ ବର୍ଷ | ୨୦୦୪-ବର୍ତ୍ତମାନ |
ବୈବାହିକ-ସାଥୀ | ନାଗ ଅଶ୍ୱିନ୍ |
ପିତାମାତା | ସି. ଆସୱାନି ଦତ୍ତ (ପିତା) |
ସମ୍ପର୍କୀୟ | ସ୍ୱପ୍ନା ଦତ୍ତ, ଶ୍ରୀବନ୍ଥୀ ଦତ୍ତ (ଭଉଣୀ) |
ପ୍ରିୟଙ୍କା ଦତ୍ତ (ଜନ୍ମ ୧୯ ଡିସେମ୍ବର ୧୯୮୪) ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଅଟନ୍ତି ।[୨] ସେ ତେଲୁଗୁ ସିନେମାରେ କାମ ପାଇଁ ଜଣାଶୁଣା ଅଟନ୍ତି । ସେ ଜଣେ ଜଣାଶୁଣା ଭାରତୀୟ ଚଳଚ୍ଚିତ୍ର ନିର୍ମାତା ତଥା ଭୈଜୟନ୍ତୀ ଚଳଚ୍ଚିତ୍ରର ପ୍ରତିଷ୍ଠାତା ସି. ଅଶ୍ୱିନୀ ଦତ୍ତଙ୍କ ଝିଅ ଅଟନ୍ତି । ଦତ୍ତ ଲସ୍ ଆଞ୍ଜେଲ୍ସର କାଲିଫର୍ଣ୍ଣିଆ ୟୁନିଭରସିଟିରୁ ଚଳଚ୍ଚିତ୍ର ନିର୍ମାଣ ଅଧ୍ୟୟନ କରିଥିଲେ । ସେ ୨୦୦୪ ମସିହାରେ ବାଲୁ ଚଳଚ୍ଚିତ୍ରର ପ୍ରଯୋଜନା କରି ୨୦ ବର୍ଷ ବୟସରେ ଚଳଚ୍ଚିତ୍ର ନିର୍ମାତା ଭାବରେ ଡେବ୍ୟୁ କରିଥିଲେ । ସେ ଥ୍ରୀ ଏଞ୍ଜେଲସ୍ ଷ୍ଟୁଡିଓର ପ୍ରତିଷ୍ଠାତା ଏବଂ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ।[୩]
ବିଭିନ୍ନ ବ୍ରାଣ୍ଡ ପାଇଁ ତାଙ୍କର ଅନେକ ବିଜ୍ଞାପନ ଚଳଚ୍ଚିତ୍ରରେ ବମ୍ବେ ଭିତ୍ତିକ ନିର୍ଦ୍ଦେଶକ ତଥା ଆଡମେକର ଶୁଜିତ ସିର୍କରଙ୍କୁ ସାହାଯ୍ୟ କରି ଦତ୍ତ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ସେ ପିତାଙ୍କ ସହିତ ଭୈଜୟନ୍ତୀ ଚଳଚ୍ଚିତ୍ରର ନିର୍ମାଣ ପାଇଁ ହାଇଦ୍ରାବାଦ ଯାଇଥିଲେ । ସେ; ବାଲୁ (୨୦୦୫), ଜୟ ଚିରଞ୍ଜୀବ (୨୦୦୫), ଏବଂ ଶକ୍ତି (୨୦୧୧) ନାମକ ତିନୋଟି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ।
ନୂଆ ଯୁଗର ସିନେମାକୁ ଉତ୍ସାହିତ କରିବା ପାଇଁ ଦତ୍ତ ୨୦୦୯ ମସିହାରେ ନିଜର ପ୍ରଡକ୍ସନ ହାଉସ, ଥ୍ରୀ ଆଞ୍ଜେଲ୍ସ ଷ୍ଟୁଡିଓ[୪] ଆରମ୍ଭ କରିଥିଲେ । ଷ୍ଟୁଡିଓ ଏହାର ଡେବ୍ୟୁ ଚଳଚ୍ଚିତ୍ର "ବନାମ (୨୦୦୯)" କରିଥିଲା ଯାହାକି ଜଣେ ନକ୍ସଲଙ୍କ ପୁଅ ଥିବା ଜଣେ ଆଇପିଏସ୍ ଅଧିକାରୀଙ୍କ କାହାଣୀକୁ ଅନୁସନ୍ଧାନ କରିଥିଲା । ଏହି ସମସ୍ୟାର ମୁକାବିଲା ପାଇଁ ଏହି ଚଳଚ୍ଚିତ୍ରଟି ସମାଲୋଚିତ ହୋଇଥିଲା ।[୫] ଏହି ଚଳଚ୍ଚିତ୍ର ୨୦୦୯ ମସିହାରେ ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ପ୍ରିୟଙ୍କା ସିଲଭର ନନ୍ଦୀ ପୁରସ୍କାର ଲାଭ କରିଥିଲା ।[୬] ସେ ଥ୍ରୀ ଆଞ୍ଜେଲ୍ସ ଷ୍ଟୁଡିଓ ଅଧୀନରେ ଭାରତରେ ପ୍ରିମିୟମ ଗ୍ରାହକମାନଙ୍କ ପାଇଁ କର୍ପୋରେଟ ଚଳଚ୍ଚିତ୍ର ମଧ୍ୟ ପ୍ରସ୍ତୁତ କରିଥିଲେ ।