ପ୍ରୀତିକା ରାଓ | |
---|---|
ଜନ୍ମ | ପ୍ରୀତିକା ରାଓ କର୍ଣ୍ଣାଟକ, ଭାରତ |
ଜାତୀୟତା | ଭାରତୀୟ |
ଶିକ୍ଷା | ସୋଫିଆ କଲେଜ |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ, ପ୍ରଚ୍ଛଦପଟ ଗାୟିକା, ବ୍ଲଗ୍ର୍, ପତ୍ରକାର |
ସକ୍ରିୟ ବର୍ଷ | ୨୦୧୨–ଏବେଯାଏଁ |
ଉଚ୍ଚତା | ୫ ଫୁଟ ୩ ଇଞ୍ଚ |
ସମ୍ପର୍କୀୟ | ଅମ୍ରିତା ରାଓ (sister) |
ପ୍ରୀତିକା ରାଓ ଜଣେ ଭାରତୀୟ ଦୂରଦର୍ଶନ ଏବଂ କଥାଚିତ୍ର ଅଭିନେତ୍ରୀ, ମଡେଲ, ଲେଖକ, ପ୍ରଚ୍ଛଦପଟ ଗାୟିକା । ସେ ହିନ୍ଦୀ ଦୂରଦର୍ଶନ ଧାରାବାହିକ ବେଇନ୍ତେହା ପାଇଁ ଲୋକପ୍ରିୟ ହୋଇଥିଲେ ।[୧][୨]
ପ୍ରୀତିକାଙ୍କ ବାପାଙ୍କର ଏକ ବିଜ୍ଞାପନ ନିର୍ମାଣ ସଂସ୍ଥା ମୁମ୍ବାଇରେ ଅଛି । ସେ ଅଭିନେତ୍ରୀ ଅମ୍ରିତା ରାଓଙ୍କ ସାନ ଭଉଣୀ । ପ୍ରୀତିକା ସୋଫିଆ କଲେଜରୁ ଇତିହାସରେ ସ୍ନାତକ ହାସଲ କରିଥିଲେ । ଏହିସହ ସେ ବିଜ୍ଞାପନ ଏବଂ ସାମ୍ବାଦିକତାରେ ଡିପ୍ଲୋମା କରିଥିଲେ ।[୨][୩]
ଜଣେ କିଶୋରୀ ମଡେଲ ଭାବରେ ପ୍ରୀତିକା କ୍ୟାଡାବରି ଡେରୀ ମିଲ୍କ ଚକୋଲେଟ୍ ପାଇଁ ବିଜ୍ଞାପନରେ ଅମିତାଭ ବଚ୍ଚନଙ୍କ ସହ ଅଭିନୟ କରିଥିଲେ । ସେ ଜଣେ ମଡେଲ ଭାବରେ ଫୋର୍ଟି ପ୍ଲସ୍ ଏବଂ ପେପର କ୍ୟାମ୍ପେନ୍ ସହ କାର୍ଯ୍ୟ କରିଥିଲେ ।[୪] ମଡେଲିଂରେ ସଫଳ ହେବା ପରେ ପ୍ରୀତିକା ସାମ୍ବାଦିକତାରେ କିଛି ଚଳଚ୍ଚିତ୍ର ନିର୍ମାଣ କରିବା ଆରମ୍ଭ କରିଥିଲେ । ସେ ଚେନ୍ନାଇ ଟାଇମ୍ସ୍, ମୁମ୍ବାଇ ମିରର୍, ବାଙ୍ଗାଲୋର ମିରର୍, ଇଣ୍ଡିଆନ ଫରମ୍ସ୍, ଡେକାନ କ୍ରୋନିକଲ୍ ଏବଂ ଏସିଆନ୍ ଏଜ୍ ଭଳି ସମ୍ବାଦପତ୍ର ପାଇଁ କାର୍ଯ୍ୟକରିଥିଲେ ।
ପ୍ରୀତିକା ତାଙ୍କର ପାଠପଢ଼ା ପାଇଁ ହିନ୍ଦୀ କଥାଚିତ୍ର ଜଗତରୁ ଅସିଥିବା ବଡ଼ ବଡ଼ ଚଳଚ୍ଚିତ୍ରର ସୁଯୋଗ ଛାଡ଼ିଥିଲେ । ତାଙ୍କୁ ଯାନେ ତୁ ୟା ଯାନେନା ଏବଂ ଆଶିକ୍ ୨ ଭଳି ଚଳଚ୍ଚିତ୍ରରେ କାମ କରିବାକୁ ମନା କରିଥିଲେ ।[୫]
ପ୍ରତୀକା ୨୦୧୧ରେ ତାମିଲ କଥାଚିତ୍ର ଚିକୁ ବକୁ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ।[୩] ମାତ୍ର ସେ ନିଉ ୟର୍କ ଫିଲ୍ମ ଆକାଡେମୀରେ ବ୍ରଡକାଷ୍ଟ ଜର୍ଣ୍ଣାଲିଜିମ୍ରେ ଡିପ୍ଲୋମା କରିବା ପାଇଁ ଦକ୍ଷିଣ ଭାରତୀୟ କଥାଚିତ୍ରରୁ ବିରାମ ନେଇଥିଲେ ।[୬]
୨୦୧୪ରେ ପ୍ରୀତିକା କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ବେଇନ୍ତେହା ଜରିଆରେ ଚଳଚ୍ଚିତ୍ର ଦୁନିଆରୁ ଦୂରଦର୍ଶନ ଜଗତରେ ପ୍ରବେଶ କରିଥିଲେ । ଏହି ଧାରାବାହିକ ପାଇଁ ତାଙ୍କୁ କଳାକର ଆୱାର୍ଡ଼ରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା ।[୭] ଏଥି ସହ ସେ ଜୀ ଗୋଲ୍ଡ ଶ୍ରେଷ୍ଠ ନବାଗତା ପୁରସ୍କାର ପାଇଥିଲେ ।[୮]