Clinical data | |
---|---|
Trade names | Prudac, Resolor, Resotran, other |
AHFS/Drugs.com | monograph |
MedlinePlus | a619011 |
data |
|
Pregnancy category | |
Routes of administration | By mouth |
Legal status | |
Legal status | |
Identifiers | |
| |
Chemical and physical data | |
Formula | C18H26ClN3O3 |
Molar mass | ୩୬୭.୮୭ g·mol−1 |
3D model (JSmol) | |
| |
| |
(verify) |
ପ୍ରୁକାଲୋପ୍ରାଇଡ, ଏକ ବେପାର ନାମ ରେଜୋଲର, ହେଉଛି ଏକ ଔଷଧ ଯାହା କୌଣସି ଅଜ୍ଞାତ କାରଣରୁ କ୍ରନିକ କୋଷ୍ଠକାଠିନ୍ୟ ହେଉଥିଲେ ତାହାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] କୌଣସି ରେଚକ ବା ଲାକ୍ସେଟିଭ ପ୍ରଭାବଶାଳୀ ନ ହେଲେ ଏହା ବ୍ୟବହୃତ ହୋଇପାରେ; ଯଦିଓ ସ୍କଟଲ୍ୟାଣ୍ଡରେ ଏହାର ବ୍ୟବହାର ସୁପାରିଶ କରାଯାଏ ନାହିଁ ।[୩] ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଅଇ, ତରଳ ଝାଡ଼ା ଏବଂ ପେଟ ଯନ୍ତ୍ରଣା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଏବଂ ଆତ୍ମହତ୍ୟା ପ୍ରବଣତା ହୋଇପାରେ।[୨] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୨] ଏହା ଏକ ୫-ଏଚଟି୪(5-HT4ରିସେପ୍ଟର) ଆଗୋନିଷ୍ଟ ଯାହା ଅନ୍ତନଳୀକୁ ଅଧିକ ଗତିଶୀଳ କରେ ଓ ଏହାଦ୍ୱାରା କାର୍ଯ୍ୟକ୍ଷମ ହୁଏ ।[୧]
୨୦୦୯ ମସିହାରେ ୟୁରୋପରେ,[୧] ୨୦୧୧ରେ କାନାଡାରେ,[୪] ୨୦୧୪ରେ ଇସ୍ରାଏଲରେ,[୫] ଏବଂ ୨୦୧୮ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ପ୍ରୁକାଲୋପ୍ରାଇଡ ଅନୁମୋଦିତ ହୋଇଥିଲା। [୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହି ଔଷଧର ୪ ସପ୍ତାହ ଖର୍ଚ୍ଚର ମୂଲ୍ୟ ୬୦ ପାଉଣ୍ଡ ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୩୦ ଡଲାର ଥିଲା ।[୬]