ପ୍ରେମଲତା ଅଗ୍ରୱାଲ (ଜନ୍ମ: 1963) ଏକ ଭାରତୀୟ ମହିଳା ପର୍ବତାରୋହି ଅଟନ୍ତି, ଯିଏ ୨୦ ମଇ, ୨୦୧୧ ମସିହାରେ ସକାଳ ୯:୩୫ ସମୟରେ ୪୮ ବର୍ଷ ବୟସରେ ୨୯,୦୨୯ ଫୁଟ ଉଚ୍ଚରେ ପହଞ୍ଚି ମାଉଣ୍ଟ ଏଭରେଷ୍ଟ ଶିଖରକୁ ଛୁଇଁଥିବା ପ୍ରଥମ ଭାରତୀୟ ମହିଳା ହେବାର ଗୌରବ ଲାଭ କରିଥିଲେ । ପରେ ୫୦ ବର୍ଷ ବୟସରେ ୨୩ ମଇ ୨୦୧୩ ମସିହାରେ ଉତ୍ତରୀ ଆମେରିକାର ଅଲସ୍କାର ମାଉଣ୍ଟ ମୌକେନାଲକୁ ପାରି କରି ସେ ନୂଆ ଉପଲବ୍ଧି ହାସିଲ କରିଥିଲେ । ସାତୋଟି ମହାଦ୍ୱୀପର ଶିଖରରେ ଚଢୁଥିବା ପ୍ରେମଲତା ଜଣେ କୁଶଳ ଗୃହିଣୀ ଅଟନ୍ତି । ସେ ୩୫ ବର୍ଷ ବୟସ ପରେ ପ୍ରଥମ ଥର ପାଇଁ ପର୍ବତରୋହଣ ସହ ସମ୍ପର୍କ ଯୋଡିଥିଲେ । ୧୯୮୪ ମସିହା ପ୍ରାୟ ୨୯ ବର୍ଷ ବୟସରେ ଏଭରେଷ୍ଟରେ ଚଢିଥିବା ପ୍ରଥମ ମହିଳାର ଗୌରବ ହାସିଲ କରିଥିବା ବଛେନ୍ଦ୍ରୀ ପାଲ ମଧ୍ୟ ତାଙ୍କ ଅଭିଯାନକୁ ଅନୁସରଣ କରୁଥିଲେ । ବଛେନ୍ଦ୍ରୀଙ୍କ ପ୍ରୋତ୍ସାହନଦ୍ୱାରା ପର୍ବତରୋହି ପ୍ରେମଲତା ନେପାଳର ଏସିଆନ ଟ୍ରେକିଙ୍ଗ କମ୍ପାନୀର ଦେଖା ରେଖାରେ ମାର୍ଚ୍ଚ ମାସ ଶେଷରେ ଆରମ୍ଭ ହୋଇଥିବା ଇକୋ ଏଭରେଷ୍ଟ ଅଭିଯାନ ୨୦୧୧ ମସିହାରେ ୨୨ ସଦସ୍ୟ ଯୁକ୍ତ ଅନ୍ତଃରାଷ୍ଟ୍ରୀୟ ଦଳର ପ୍ରତିଯୋଗୀ ଥିଲେ । ସେ ଦାର୍ଜିଲିଙ୍ଗରୁ ପର୍ବତରୋହଣର ଶିକ୍ଷା ପ୍ରାପ୍ତ କରିଥିଲେ । ସେ ଝାଡ଼ଖଣ୍ଡର ଯୁଗସଲାଇ, ଜାମସେଦପୁରରେ ରହୁଥିଲେ । [୧][୨][୩][୪]
{{cite web}}
: Cite has empty unknown parameter: |accessmonthday=
(help); Unknown parameter |accessyear=
ignored (|access-date=
suggested) (help)
{{cite web}}
: Cite has empty unknown parameter: |accessmonthday=
(help); Unknown parameter |accessyear=
ignored (|access-date=
suggested) (help)
{{cite web}}
: Unknown parameter |accessmonthday=
ignored (help); Unknown parameter |accessyear=
ignored (|access-date=
suggested) (help)
{{cite web}}
: Cite has empty unknown parameter: |accessmonthday=
(help); Unknown parameter |accessyear=
ignored (|access-date=
suggested) (help)