ପ୍ରୋଜେସ୍ଟିରନ ଯୋନୀପଥ ମୁଦ୍ରିକା | |
---|---|
Background | |
Type | Hormonal |
First use | 1998 |
Failure rates (first year) | |
Perfect use | ? |
Typical use | 1.5%[୧] |
Usage | |
Duration effect | 3 months |
User reminders | ? |
Advantages and disadvantages | |
STI protection | no[୨] |
Period advantages | periods may not occur while ring is inserted |
Benefits | easy insertion and removal[୩] |
ପ୍ରୋଜେସ୍ଟିରନ ଯୋନୀପଥ ମୁଦ୍ରିକା (ଇଂରାଜୀ ଭାଷାରେ Progesterone vaginal ring, ଅନ୍ୟ ନାମ ପ୍ରୋଜେସ୍ଟିରନ-କେବଳ ଯୋନୀପଥ ମୁଦ୍ରିକା) ଏକ ପ୍ରକାର ଯୋନୀପଥ ମୁଦ୍ରିକା (vaginal ring) ଯାହା ଶିଶୁର ସ୍ତନ୍ୟପାନ ଅବଧିରେ ମାତାର ଜନ୍ମ ନିରୋଧ ନିମନ୍ତେ ବ୍ୟବହାର କରାଯାଏ ।[୧] ପ୍ରସବ ପରେ ଏକ ମାସଠାରୁ ଆରମ୍ଭ କରାଯାଇ ଏକ ବର୍ଷ ପର୍ଯ୍ୟନ୍ତ ଏହା ବ୍ୟବହାର କରାଯାଏ ।[୪][୩] ଏକ ଶତ ମହିଳାଙ୍କ ମଧ୍ୟରୁ ୧.୫ ଜଣଙ୍କ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହୋଇନପାରେ ।[୧] ଗୋଟିଏ ମୁଦ୍ରିକା ଯୋନୀପଥରେ (vagina) ୩ମାସ ପର୍ଯ୍ୟନ୍ତ ରଖାଯାଏ ।[୪] ମହିଳାମାନେ ନିଜେ ଏହାକୁ ଯୋନୀପଥରେ ରଖିପାରିବେ ଓ ବାହାରକରିପାରିବେ ।[୩]
ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଯୋନୀପଥ ସ୍ରାବ (vaginal discharge) ଓ ପରିସ୍ରା କଲାବେଳେ (urination) ଯନ୍ତ୍ରଣା ହୋଇପାରେ ।[୩] ଏହାଦ୍ୱାରା କୌଣସି ସାଂଘାତିକ ପ୍ରତିକ୍ରିୟା ହେବା ଜଣାଯାଇନାହିଁ ।[୩][୫] ଏହାର ବ୍ୟବହାର ଅବଧିରେ ଋତୁସ୍ରାବ ପ୍ରାୟ ଆରମ୍ଭ ହୁଏନାହିଁ । ଏହାର ବ୍ୟବହାର ଅବଧିରେ ସ୍ତନ୍ୟଦୁଗ୍ଧ ତିଆରିରେ କୌଣସି ସମସ୍ୟା ହେଉନଥିବାରୁ ନିର୍ଦ୍ଦିଷ୍ଟ ଭାବରେ ଏହି କାରଣରୁ ଏହା ତିଆରି ହୋଇଛି । ଏହାଦ୍ୱାରା ପ୍ରୋଜେସ୍ଟିରନ (progesterone) ହରମୋନ ଧୀରେ ନିର୍ଗତ ହେବାରୁ କାର୍ଯ୍ୟକ୍ଷମ ହୁଏ ।[୧]
ସନ ୧୯୯୮ରୁ ଡାକ୍ତରୀ ବ୍ୟବହାର ନିମନ୍ତେ ପ୍ରୋଜେସ୍ଟିରନ ଯୋନୀପଥ ମୁଦ୍ରିକା ସ୍ୱୀକୃତ ହୋଇଛି ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ସନ ୨୦୧୪ରେ ଏହା ଦକ୍ଷିଣ ଓ ମଧ୍ୟ ଆମେରିକା (Central American) ଆଦି ଦେଶମାନଙ୍କରେ ମିଳୁଛି ।[୧] ସନ ୨୦୧୬ ସୁଦ୍ଧା ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ମିଳିନାହିଁ ।[୪] ଏହା ପୋପୁଲେସନ କାଉନସିଲଦ୍ୱାରା (Population Council) ପ୍ରସ୍ତୁତ ହୋଇ ପ୍ରୋଜେରିଙ୍ଗ ନାମରେ ବିକ୍ରୟ ହେଉଛି ।[୭][୨]