Clinical data | |
---|---|
Synonyms | stored packed red blood cells, packed cells, red cell concentrate |
Routes of administration | IV |
ATC code | |
Identifiers | |
ChemSpider |
|
ପ୍ୟାକ୍ଡ ରେଡ ବ୍ଲଡ ସେଲ୍ସ ବା ଏକତ୍ରିତ ଲୋହିତ ରକ୍ତ କଣିକା (ଇଂରାଜୀ ଭାଷାରେ Packed red blood cells, ଅନ୍ୟ ନାମ ରେଡ ସେଲ ଇନସେଣ୍ଟ୍ରେଟ/red cell concentrate ବା ପ୍ୟାକ୍ଡ ସେଲ୍ସ/ packed cells) ପ୍ୟାକେଟରେ ପୃଥକ୍ କରାଯାଇଥିବା ଲୋହିତ ରକ୍ତ କଣିକା (red blood cells) ସମୂହ ରକ୍ତ ଟ୍ରାନ୍ସଫ୍ୟୁଜନ (en:blood transfusion) ନିମନ୍ତେ ଥାଏ । ଏହା ଆନିମିଆ ରୋଗରେ ବ୍ୟବହାର କରାଯାଏ ଯେଉଁଥିରେ ହେମୋଗ୍ଲୋବିନ ୭-୮ ଗ୍ରା/ଡେ:ଲି:ରୁ କମ୍ ଥାଏ ।[୧][୨] ଏକ ୟୁନିଟ ଦେଲେ ହେମୋଗ୍ଲୋବିନ ସ୍ତର ୧୦ଗ୍ରା/ଲି ହୋଇଯାଏ ।[୩] କର୍କଟ କେମୋଥେରାପିରେ (cancer chemotherapy) ବା ହେମୋଗ୍ଲୋବିନୋପାଥିରେ (hemoglobin disorders) ବାରମ୍ବାର ଏହି ଟ୍ରାନସ୍ଫ୍ୟୁଜନ ଆବଶ୍ୟକ ହୁଏ । ରକ୍ତଦାନ ପୂର୍ବରୁ କ୍ରସ ମ୍ୟାଚିଙ୍ଗ (Cross matching) ଆବଶ୍ୟକ ହୁଏ । [୧] ଏହା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[୪]
ପାର୍ଶ୍ୱ ପ୍ରତିକ୍ରିୟାରେ ଦେଖାଯାଉଥିବା ଆଲର୍ଜି ପ୍ରତିକ୍ରିୟା ମଧ୍ୟରେ ଆନାଫାଇଲାକ୍ସିସ, ହେମୋଲାଇସିସ (red blood cell breakdown), ସଂକ୍ରମଣ (infection), ଭଲ୍ୟୁମ ଓଭରଲୋଡ଼ (volume overload) ଓ ଫୁସଫୁସ ଆଘାତ (lung injury) ହୋଇପାରେ । ଅଧୁନା ବିକଶିତ ଦେଶମାନଙ୍କରେ (developed world) ଏହାର ଉନ୍ନତ ପ୍ରସ୍ତୁତି ଯୋଗୁ ହେପାଟାଇଟିସ ସି ଓ ଏଚଆଇଭି/ଏଡସ ଭଳି ଭୁତାଣୁ ସଂକ୍ରମଣ (viral infections) ସଙ୍କଟ ଏକ ନିୟୁତରେ ଗୋଟିଏ ହୋଇପାରେ ।[୧] ଏହା ସମ୍ପୁର୍ଣ୍ଣ ରକ୍ତରୁ (whole blood) ଆଫେରେସିସଦ୍ୱାରା (apheresis) ପ୍ରସ୍ତୁତ କରାଯାଏ । ଏହା ୩ରୁ ୬ସପ୍ତାହ ପର୍ଯ୍ୟନ୍ତ ରହିପାରେ ।[୫]
ସନ ୧୯୬୦ରୁ ପ୍ୟାକ୍ଡ ରେଡ ବ୍ଲଡ ସେଲ୍ସ ବ୍ୟାପକ ଭାବରେ ବ୍ୟବହାର କରାଗଲା ।[୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ସଂଯୁକ୍ତ ରାଷ୍ଟ୍ରରେ ଏହାର ଏକ ୟୁନିଟର ମୂଲ୍ୟ ୧୨୦ ପାଉଣ୍ଡ ।[୮] ହୋଲ ବ୍ଲଡ, ଲିଉକୋସାଇଟ ରିଡୁସ୍ଡ ରେଡ ବ୍ଲଡ ସେଲ୍ସ (en:leukocyte reduced red blood cells) ଓ ୱାସ୍ଡ ରେଡ ବ୍ଲଡ ସେଲ୍ସ (washed red blood cells) ଆଦି ଅନେକ ରକମରେ ସଂକଳନ ଆଜିକାଲି ଉପଲବ୍ଧ ହେଉଛି ।[୧]