[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ଫାହିୟାନ ଗୁମ୍ଫା ପାହିୟାନଗାଲା ଗୁମ୍ଫା | |
ପାହିୟାନଗାଲା ଗୁମ୍ଫାରେ ବୁଦ୍ଧଙ୍କ ମହାନିର୍ବାଣ ମୂର୍ତ୍ତି | |
ଶ୍ରୀଲଙ୍କାରେ ଅବସ୍ଥିତି | |
ଅବସ୍ଥାନ | କାଲୁତାରା ଜିଲ୍ଲା |
---|---|
ଅଞ୍ଚଳ | ଶ୍ରୀଲଙ୍କା |
ଦିଗବାରେଣି | 6°36′6″N 80°13′6″E / 6.60167°N 80.21833°E |
ସ୍ଥାନ ଟୀକା | |
ପ୍ରତ୍ନରତ୍ତ୍ଵବିଦ | ସୁରେନ୍ ଡେରାନିୟାଗଲା |
ଫାହିୟାନ ଗୁମ୍ଫା ବା ପାହିୟାନଗାଲା ଗୁମ୍ଫା (ଇଂରାଜୀରେ Fa Hien Cave ଓ Pahiyangala Cave) ପଶ୍ଚିମ ଶ୍ରୀଲଙ୍କାର କାଲୁତାରା ଜିଲ୍ଲାରେ ଅବସ୍ଥିତ । ସ୍ଥାନୀୟ କିମ୍ବଦନ୍ତୀ ଅନୁଯାୟୀ ପୂର୍ବେ ଫାହିୟାନ ନାମକ ଜଣେ ବୌଦ୍ଧ ସନ୍ୟାସୀ ଏଠାରେ ବସବାସ କରୁଥିଲେ ଓ ତାଙ୍କ ନାମାନୁସାରେ ଏହାର ଏପରି ନାମକରଣ ହୋଇଛି । କିନ୍ତୁ ଏଠାରେ ଫାହିୟାନ ବାସ କରିଥିବାର କୌଣସି ପ୍ରତ୍ନତାତ୍ତ୍ୱିକ ବା ଐତିହାସିକ ପ୍ରମାଣ ମିଳିନାହିଁ ।[୧] କିନ୍ତୁ ୧୯୬୦ ଦଶନ୍ଧି, ୧୯୮୦ ଦଶନ୍ଧି ଓ ୨୦୧୩ ମସିହାରେ ଏହି ଗୁମ୍ଫାରେ କରାଯାଇଥିବା ପ୍ରତ୍ନତାତ୍ତ୍ୱିକ ଖନନରୁ ଆଦି ମାନବଙ୍କ ଜୀବାଶ୍ମ ଅବଶେଷ ମିଳିଛି ଯାହାର କାଳ ଅତ୍ୟନ୍ତ ନୂତନ ଯୁଗର ଶେଷ (ଇଂରାଜୀରେ Late Pleistocene) ସମୟର ବୋଲି ଅନୁମାନ କରାଯାଇଛି ।
ଶ୍ରୀଲଙ୍କା ସରକାରଙ୍କ ପ୍ରତ୍ନତାତ୍ତ୍ୱିକ ବିଭାଗର ସିରାନ ଉପେନ୍ଦ୍ର ଡେରାନିୟାଗଲା ୧୯୬୮ ମସିହାରେ ଏଠାରେ ଖନନ କରି ମାନବ କଙକାଳ ଅବଶେଷମାନ ଆବିଷ୍କାର କରିଥିଲେ । ୧୯୮୮ ମସିହାରେ ନିଜ ସହାୟକ ୱିଜେପାଲାଙ୍କ ସହିତ ସେ ଦ୍ୱିତୀୟ ଥର ପ୍ରତ୍ନତାତ୍ତ୍ୱିକ ଉତଖନନ କରିଥିଲେ । ଆଦିମ ଯୁଗର ପାଷାଣ ଉପକରଣ, ନିଆଁ ଲଗାଇବା ସ୍ଥାନ, ଫୁଲ ଓ ମାନବ ଅବଶେଷ ପ୍ରଭୃତି ଏହି ଖନନରୁ ମିଳିଥିଲା । କାର୍ବନ ଡେଟିଂ ପଦ୍ଧତିରୁ ଜଣା ପଡ଼ିଲା ଯେ ଏହି ଗୁମ୍ଫାରେ ପ୍ରାୟ ୩୩୦୦୦ ବର୍ଷ ପୂର୍ବେ ଲୋକ ରହୁଥିଲେ । ସେ ସମୟରୁ ୪୭୫୦ ବର୍ଷ ପୂର୍ବ ପର୍ଯ୍ୟନ୍ତ ଏହି ଗୁମ୍ଫାରେ ଲୋକ ବାସ କରିଥିବାର ପ୍ରମାଣ ମିଳିଛି । ଏହି ସମସ୍ତ ଅବଶେଷ ଶେଷ ଅତ୍ୟନ୍ତନୂତନ ଯୁଗ, ମଧ୍ୟ ପାଷାଣ ଯୁଗରୁ ନେଇ ନୂତନ ପାଷାଣ ଯୁଗ ଓ ନୂତନତମ ଯୁଗ ପର୍ଯ୍ୟନ୍ତ ସମୟର । କର୍ଣ୍ଣେଲ ବିଶ୍ୱବିଦ୍ୟାଳୟର କେନ୍ନେଥ୍ ଏ. ଆର୍. କେନେଡ଼ି ଓ ସ୍ନାତକ ଛାତ୍ର ଏଲ୍. ଜାହୋର୍ସ୍କି ଏଠାକାର ମାନବ କଙ୍କାଳ ଅବଶେଷମାନଙ୍କର ଅଧ୍ୟୟନ କରିଥିଲେ ।[୨]
ଖନନରୁ ପ୍ରାପ୍ତ ସର୍ବ ପୁରାତନ କଙ୍କାଳଗୁଡ଼ିକରେ ତିନୋଟି ଶିଶୁ, ଗୋଟିଏ କିଶୋର ଓ ଦୁଇଟି ବୟସ୍କ କଙ୍କାଳର ଅବଶେଷ ରହିଛି । ମୃତ୍ୟୁ ପରେ ଏମାନଙ୍କ ଶରୀରର ଦ୍ୱୈତ ଅନ୍ତ୍ୟେଷ୍ଟି (ଇଂରାଜୀରେ Secondary Burial)କରାଯାଇଥିବାର ପ୍ରମାଣ ମିଳୁଛି ଯାହା ଆଦିମ କାଳରେ ଅନେକ ଅଞ୍ଚଳରେ ପ୍ରଚଳିତ ଥିଲା । ଏହି ମୃତ ଶରୀରଗୁଡ଼ିକ ବିଘଟକମାନଙ୍କଦ୍ୱାରା ଖିଆ ଯାଇଥିବା ଓ ପରେ ହାଡ଼ଗୁଡ଼ିକୁ ପୋତାଯାଇଥିବା ଜଣାପଡ଼ିଥିଲା । ୬୮୫୦ ବର୍ଷ ପୂର୍ବର ଏକ କିଶୋର ଓ ୫୪୦୦ ବର୍ଷ ପୂର୍ବର ଏକ ଯୁବତୀର ଜୀବାଶ୍ମ ମଧ୍ୟ ମିଳିଛି । ଜୀବାଶ୍ମ ମିଳିଥିବା ଏହି ଯୁବତୀକୁ ପ୍ରତ୍ନତତ୍ତ୍ୱବିତ୍ମାନେ କାଲୁ-ମେନିକା ବୋଲି ନାମିତ କରିଥିଲେ । ଏହି ସବୁ ଅବଶେଷ ମଧ୍ୟ ଦ୍ୱୈତ ଅନ୍ତ୍ୟେଷ୍ଟି ଅବସ୍ଥାରୁ ଉଦ୍ଧାର କରାଯାଇଥିଲା ।
ଏହି ସମସ୍ତ ଆବିଷ୍କାର ଯୋଗୁଁ ପ୍ରତ୍ନତତ୍ତ୍ୱ ଓ ଜୀବାଶ୍ମବିଜ୍ଞାନ ତୁଳନାତ୍ମକ ପରୀକ୍ଷଣ କରାଯାଇ ଫାହିୟାନ ଗୁମ୍ଫାର ପ୍ରଥମ ନିବାସୀମାନଙ୍କ ସମୟ କାଳ ୟୁରୋପରେ କ୍ରୋମାଗ୍ନନ୍ ମାନବ ଓ ପୂର୍ବ ଗୋଲାର୍ଦ୍ଧରେ ହୋମିନିଡ୍ମାନଙ୍କ ସମୟ ସହିତ ସମାନ ବୋଲି ଜଣାପଡ଼ିଛି । ଶ୍ରୀଲଙ୍କାର ପ୍ରାଗୈତିହାସିକ ମାନବ ମଞ୍ଜି, ଶସ୍ୟ ଓ ଚଣା ପ୍ରଭୃତି ପଥରରେ ଖଣ୍ଡ ବା ଗୁଣ୍ଡ କରି ଖାଉଥିଲେ ବୋଲି ଗୁମ୍ଫାରୁ ମିଳିଥିବା ଦାନ୍ତର ଅବଶେଷ ସୂଚିତ କରୁଛି । ଖ୍ରୀଷ୍ଟପୂର୍ବ ୮ମ ଶତାବ୍ଦୀ ପର୍ଯ୍ୟନ୍ତ ଏଠାକାର ନିବାସୀମାନେ ଶିକାର କରି ଓ ଫଳମୂଳ ସଂଗ୍ରହ କରି ଜୀବନ ନିର୍ବାହ କରୁଥିଲେ । ୟୁରୋପରେ ନୂତନତମ ଯୁଗ ପର୍ଯ୍ୟନ୍ତ ସୂକ୍ଷ୍ମ ପାଷାଣ ଉପକରଣର ପ୍ରମାଣ ନଥିବା ବେଳେ ଶ୍ରୀଲଙ୍କାରେ ଏପରି ସୂକ୍ଷ୍ମ ଉପକରଣର ସର୍ବପୁରାତନ ପ୍ରମାଣ ମିଳିଛି ।[୩]
୨୦୨୦ ମସିହା ଜୁନ୍ ମାସରେ ଅଷ୍ଟ୍ରେଲିଆର ଗ୍ରିଫିଥ୍ ବିଶ୍ୱବିଦ୍ୟାଳୟର ମ୍ୟାକ୍ସ ପ୍ଲାଂକ୍ ଅନୁଷ୍ଠାନ ଏବଂ ଶ୍ରୀଲଙ୍କା ସରକାରଙ୍କ ପ୍ରତ୍ନତାତ୍ତ୍ୱିକ ବିଭାଗ ପ୍ରମାଣ କରି ଦର୍ଶାଇଥିଲେ ଯେ ଫାହିୟାନ ଗୁମ୍ଫାରେ ଆଜକୁ ୪୮୦୦୦ ବର୍ଷ ପୂର୍ବେ ଧନୁତୀର ବିକଶିତ ଓ ବ୍ୟବହୃତ ହୋଇ ସାରିଥିଲା । ଆଫ୍ରିକା ବାହାରେ ଏହି ଉଦାହରଣକୁ ଧନୁତୀରର ସର୍ବପୁରାତନ ବ୍ୟବହାର ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ମଧୁର ଜଳରେ ମାଛ ମାରିବା, ସୂତାରୁ ବସ୍ତ୍ର ଓ ଜାଲ ତିଆରି କରିବା ପ୍ରଭୃତି ସମ୍ପର୍କିତ ଉପକରଣ ମଧ୍ୟ ଗବେଷକମାନଙ୍କୁ ମିଳିଥିଲା । ମୁଖ୍ୟ ଗବେଷିକା ଗ୍ରିଫିଥ୍ ବିଶ୍ୱବିଦ୍ୟାଳୟର ମିଶେଲ୍ ଲାଙ୍ଗଲେ କହିଥିଲେ ଯେ ସେମାନଙ୍କୁ ରଙ୍ଗୀନ୍ ଅଳଙ୍କାର ମାଳି ପ୍ରଭୃତି ମଧ୍ୟ ମିଳିଛି ଯାହା ପ୍ରାୟ ୪୫୦୦୦ ବର୍ଷ ତଳର ।[୪]
ବାଟାଡୋମ୍ବାଲେନା (୨୮୫୦୦ ବର୍ଷ ପୂର୍ବର ଅବଶେଷ), ବେଲିଲେନା (୧୨୦୦୦ ବର୍ଷ ପୂର୍ବର ଅବଶେଷ) ଓ ବେଲ୍ଲାନବଣ୍ଡି ପଲାସା (ପ୍ରାୟ ୬୦୦୦ ବର୍ ପୂର୍ବର ଅବଶେଷ) ଇତ୍ୟାଦି ଶ୍ରୀଲଙ୍କାର ଅନ୍ୟ ମହତ୍ତ୍ୱପୂର୍ଣ ପ୍ରାଗୈତିହାସିକ ସ୍ଥଳ । ଏଠାରେ ମଧ୍ୟ ଆଦି ମାନବର ଅବଶେଷ ମିଳିଛି ।
{{cite web}}
: CS1 maint: bot: original URL status unknown (link)