Clinical data | |
---|---|
Trade names | Tavalisse, Tavlesse |
Synonyms | Fostamatinib disodium hexahydrate, tamatinib fosdium, R-788, NSC-745942, R-935788 |
AHFS/Drugs.com | monograph |
MedlinePlus | a618025 |
data |
|
Pregnancy category | |
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | 55% (tamatinib metabolite) |
Protein binding | 98% (tamatinib metabolite) |
Metabolism | Gut (ALP to tamatinib) Liver (tamatinib metabolite by CYP3A4, UGT1A9) |
Elimination half-life | 15 hours |
Excretion | faecal (80%), urine (20%) |
Identifiers | |
| |
ECHA InfoCard | 100.125.771 |
Chemical and physical data | |
Formula | C23H26FN6O9P |
Molar mass | ୫୮୦.୪୭ g·mol−1 |
3D model (JSmol) | |
| |
|
ଫୋଷ୍ଟାମାଟିନିବ (ଇଂରାଜୀ ଭାଷାରେ Fostamatinib), ଟାଭାଲିସ୍ ଏବଂ ଟାଭଲେସ୍ ଏହାର ବେପାର ନାମ, ହେଉଛି ଏକ ଔଷଧ ଯାହା କ୍ରନିକ ଇମ୍ୟୁନ ଥ୍ରୋମ୍ବୋସାଇଟୋପେନିଆ (ITP) ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] ଅନ୍ୟାନ୍ୟ ଔଷଧ କାମ କରୁନଥିବା କ୍ଷେତ୍ରରେ ଏହା ବ୍ୟବହୃତ ହୁଏ ।[୩] ଏହା ପାଟିରେ ଦିଆଯାଏ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଉଚ୍ଚ ରକ୍ତଚାପ, ଅଇ, ଶ୍ୱାସନଳୀ ସଂକ୍ରମଣ, ମୁଣ୍ଡ ବୁଲାଇବା, ଯକୃତ ସମସ୍ୟା, ରାସ, ପେଟ ଯନ୍ତ୍ରଣା, ଥକାପଣ, ଛାତି ଯନ୍ତ୍ରଣା ଏବଂ ସ୍ୱଳ୍ପ ଶ୍ୱେତ ରକ୍ତକଣିକା ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । [୩] ଏହା ଏକ ଟାଇରୋସିନ କାଇନେଜ ଇନହିବିଟର ଯାହା ଏନଜାଇମ ସ୍ପ୍ଲିନ ଟାଇରୋସିନ କାଇନେଜକୁ (SYK) ଅବରୋଧ କରିଥାଏ । ଏହା ପ୍ଲାଟେଲେଟର ପ୍ରତିରକ୍ଷା ପ୍ରଣାଳୀର ବିନାଶକୁ ହ୍ରାସ କରିଥାଏ ।[୨]
୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୦ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଫୋଷ୍ଟାମାଟିନିବ ଅନୁମୋଦିତ ହୋଇଥିଲା ।[୪] ଯୁକ୍ତରାଜ୍ୟରେ ୨୦୨୧ ମସିହାରେ ଥରକୁ ୧୫୦ ମିଗ୍ରା, ଦିନକୁ ଦୁଇଥର ଭାବରେ ଦେଲେ ମାସକୁ ପ୍ରାୟ ୪,୬୦୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା । [୫] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୁଲ୍ୟ ପ୍ରାୟ ୧୩,୦୦୦ ଡଲାର ଅଟେ ।[୬]