![]() | |
![]() | |
Clinical data | |
---|---|
Trade names | Rukobia |
Synonyms | Fostemsavir tromethamine, BMS-663068, GSK3684934 |
AHFS/Drugs.com | monograph |
MedlinePlus | a620046 |
data |
|
Pregnancy category | |
Routes of administration | By mouth |
Legal status | |
Legal status | |
Identifiers | |
| |
Chemical and physical data | |
Formula | C25H26N7O8P |
Molar mass | ୫୮୩.୫0 g·mol−1 |
3D model (JSmol) | |
| |
|
ଫୋଷ୍ଟେମସାଭିର (ଇଂରାଜୀ ଭାଷାରେ Fostemsavir), ରୁକୋବିୟା ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଏଚଆଇଭି/ଏଡସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ଅନ୍ୟାନ୍ୟ ଔଷଧ ସହିତ ଏକତ୍ର ବ୍ୟବହୃତ ହୁଏ ଯେତେବେଳେ କିଛି ଚିକିତ୍ସା ଫଳପ୍ରଦ ହୁଏ ନାହିଁ ।[୩] ଏହା ପାଟିରେ ଦିଆଯାଏ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ା, ରାସ ଏବଂ ପେଟ ଯନ୍ତ୍ରଣା ହୋଇପାରେ ।[୩] [୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, କ୍ୟୁଟି (QT) ବିସ୍ତାର, ଏବଂ ପ୍ରତିରକ୍ଷା ପୁନର୍ନିର୍ମାଣ ସିଣ୍ଡ୍ରୋମ (immune reconstitution syndrome) ହୋଇପାରେ ।[୩] ଏହାକୁ ଶକ୍ତିଶାଳୀ ସିୱାଇପି୩ଏ (CYP3A) ପ୍ରବର୍ତ୍ତକ ସହିତ ଦିଆଯିବା ଉଚିତ ନୁହେଁ ।[୨] ଏହା ଏଚ୍.ଆଇ.ଭି ଭୁତାଣୁ ସହିତ ଅନୁବନ୍ଧିତ ହୋଇ ତାକୁଟି କୋଷରେ ପ୍ରବେଶ ନ କରେଇବାଦ୍ୱାରା କାର୍ଯ୍ୟକ୍ଷମ ହୁଏ ।[୨]
ଯୁକ୍ତରାଷ୍ଟ୍ରରେ ୨୦୨୦ ଏବଂ ୟୁରୋପରେ ୨୦୨୧ରେ ଡାକ୍ତରୀ ବ୍ୟବହାର ପାଇଁ ଫୋଷ୍ଟେମସାଭିର ଅନୁମୋଦିତ ହୋଇଥିଲା ।[୪] [୨] ଯୁକ୍ତରାଜ୍ୟରେ ଏକ ମାସର ଚିକିତ୍ସା ବାବଦ ୨୦୨୧ ସୁଦ୍ଧା ୨୯୦୦ ପାଉଣ୍ଡ ଖର୍ଚ୍ଚ ହୋଇଥାଏ ।[୫] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୮୦୦୦ ଡଲାର ଅଟେ ।[୬]
{{cite web}}
: CS1 maint: url-status (link)