![]() | |
Clinical data | |
---|---|
Trade names | Frova, Migard, others |
Synonyms | Frovatriptan succinate, 6-methylamino-6,7,8,9-tetrahydro-5H-carbazole-3-carboxamide (6R)-6-methylamino-6,7,8,9-tetrahydro-5H-carbazole-3-carboxamide |
AHFS/Drugs.com | monograph |
MedlinePlus | a604013 |
Pregnancy category | |
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | 20–30% |
Metabolism | Liver |
Elimination half-life | 26 hours |
Excretion | Kidney |
Identifiers | |
| |
Chemical and physical data | |
Formula | C14H17N3O |
Molar mass | ୨୪୩.୩୧ g·mol−1 |
3D model (JSmol) | |
| |
| |
(verify) |
ଫ୍ରୋଭାଟ୍ରିପଟାନ (ଇଂରାଜୀ ଭାଷାରେ Frovatriptan), ଅନ୍ୟମାନଙ୍କ ମଧ୍ୟରେ ଫ୍ରୋଭା ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଅଧକପାଳି ମୁଣ୍ଡବିନ୍ଧାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ମାସିକ ଋତୁସ୍ରାବ ଅଧକପାଳିକୁ ରୋକିବା ପାଇଁ ଏହା ମଧ୍ୟ ବ୍ୟବହୃତ ହୋଇପାରେ ।[୨] ଏହା ପାଟିରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ଳାନ୍ତି, କାଲୁଆ, ଲାଲ ପଡ଼ିବା, ଶୁଖିଲା ପାଟି, ଯନ୍ତ୍ରଣା, ବୁକୁଜ୍ୱାଳା ଏବଂ ଶୋଇବାରେ ଅସୁବିଧା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସେରୋଟୋନିନ ସିଣ୍ଡ୍ରୋମ, ଉଚ୍ଚ ରକ୍ତଚାପ, ହୃଦ୍ଘାତ ଏବଂ ଅତ୍ୟଧିକ ଔଷଧର ବ୍ୟବହାର ଜନିତ ମୁଣ୍ଡବିନ୍ଧା ହୋଇପାରେ ।[୧] ଗର୍ଭାବସ୍ଥାରେ ନିରାପତ୍ତା ଅସ୍ପଷ୍ଟ, ଏବଂ ସ୍ତନ୍ୟପାନର ୨୪ ଘଣ୍ଟା ମଧ୍ୟରେ ବ୍ୟବହାର କରିବା ସୁପାରିଶ କରାଯାଏ ନାହିଁ ।[୩] ଏହା ଏକ ଟ୍ରିପ୍ଟାନ ଧରଣର ଔଷଧ ।[୧]
୨୦୦୧ ମସିହାସରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ଚିକିତ୍ସା ପାଇଁ ଫ୍ରୋଭାଟ୍ରିପଟାନ ଅନୁମୋଦିତ ହୋଇଥିଲା ।[୧] ଏହା ଏକ ଡାକ୍ତରୀ ପ୍ରେସକ୍ରିପସନରେ ଉପଲବ୍ଧ ହୁଏ ।[୪] ଯୁକ୍ତରାଜ୍ୟରେ ୨ ମିଗ୍ରା ବିଶିଷ୍ଟ ୬ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ୬ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୬୭ ଡଲାର ଅଟେ ।[୫]