![]() | |
Clinical data | |
---|---|
Pronunciation | flay vox' ate[୧] |
Trade names | Urispas, others |
Synonyms | Flavoxate hydrochloride |
AHFS/Drugs.com | monograph |
MedlinePlus | a682706 |
Identifiers | |
| |
ECHA InfoCard | 100.035.745 |
Chemical and physical data | |
Formula | C24H25NO4 |
Molar mass | ୩୯୧.୪୭ g·mol−1 |
3D model (JSmol) | |
| |
| |
(verify) |
ଫ୍ଲାଭୋକ୍ସେଟ (ଇଂରାଜୀ ଭାଷାରେ Flavoxate), ଅନ୍ୟମାନଙ୍କ ମଧ୍ୟରେ ୟୁରିସ୍ପାସ (Urispas) ହେଉଛି ଏକ ଔଷଧ ଯାହା ଅତିସକ୍ରିୟ ମୂତ୍ରାଶୟର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ମୂତ୍ରାଙ୍ଗ ସଂକ୍ରମଣର ଲକ୍ଷଣ ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ ।[୩] ଏହା ପାଟିରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, ଝାଳ ବୋହିବା ହ୍ରାସ, ମୁଣ୍ଡବିନ୍ଧା, ଅସ୍ପଷ୍ଟ ଦୃଷ୍ଟିଶକ୍ତି, କୋଷ୍ଠକାଠିନ୍ୟ, ମୂତ୍ର ଧାରଣ, ଯୌନ ଅସୁବିଧା, ଛାତି ଧଡ଼ ଧଡ଼ ହେବା ଏବଂ ଉତେଜନା ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ, ଏପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ | [୪] ଏହା ଏକ ଆଣ୍ଟିସ୍ପାଜମୋଡିକ ଏବଂ ଆଣ୍ଟିକୋଲିନରଜିକ୍ ଯାହା ମୂତ୍ରାଶୟର କ୍ଷମତା ବୃଦ୍ଧି କରାଇଥାଏ ଏବଂ ମୂତ୍ର ଆବୃତ୍ତି ହ୍ରାସ କରିଥାଏ ।[୨] [୧]
୧୯୭୦ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଫ୍ଲାଭୋକ୍ସେଟ ଅନୁମୋଦିତ ହୋଇଥିଲା ।[୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [୧] ଯୁକ୍ତରାଜ୍ୟରେ ୨୦୦ ମିଗ୍ରା ବିଶିଷ୍ଟ ୯୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ୧୨ ପାଉଣ୍ଡ ଥିଲା ।[୫] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୮ ଡଲାର ଅଟେ ।[୬]