Clinical data | |
---|---|
Trade names | Eulexin, others |
Synonyms | Niftolide; SCH-13521; 4'-Nitro-3'-trifluoromethyl-isobutyranilide |
AHFS/Drugs.com | monograph |
MedlinePlus | a697045 |
Pregnancy category |
|
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | Complete (>90%)[୩] |
Protein binding | Flutamide: 94–96%[୩] Hydroxyflutamide: 92–94%[୩] |
Metabolism | Liver (CYP1A2)[୧][୨] |
Metabolites | Hydroxyflutamide[୪][୨] |
Elimination half-life | Flutamide: 5–6 hours[୫][୨] Hydroxyflutamide: 8–10 hours[୬][୭][୨][୩] |
Excretion | Urine (mainly)[୩] Feces (4.2%)[୩] |
Identifiers | |
| |
ECHA InfoCard | 100.033.024 |
Chemical and physical data | |
Formula | C11H11F3N2O3 |
Molar mass | ୨୭୬.୨୨ g·mol−1 |
3D model (JSmol) | |
Melting point | 111.5 to 112.5 °C (232.7 to 234.5 °F) |
| |
| |
(verify) |
ଫ୍ଲୁଟାମାଇଡ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଇଉଲେକ୍ସିନ, ହେଉଛି ଏକ ଔଷଧ ଯାହା ମୁଖ୍ୟତଃ ପ୍ରୋଷ୍ଟେଟ୍ କ୍ୟାନସରର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୮] ପ୍ରୋଷ୍ଟେଟ କର୍କଟ ପାଇଁ ଏହା ଲ୍ୟୁଟିନାଇଜିଂ ହରମୋନ-ରିଲିଜ୍ ହରମୋନ୍ (LHRH) ସହିତ ମିଳିତ ଭାବରେ ବ୍ୟବହୃତ ହୁଏ ।[୯] ଏହା ଅବାଞ୍ଛିତ କେଶ ବୃଦ୍ଧି ଏବଂ ପଲିସିଷ୍ଟିକ୍ ଓଭାରିଆନ ସିଣ୍ଡ୍ରୋମରେ କେଶ ଝଡ଼ିବା ପାଇଁ ମଧ୍ୟ ବ୍ୟବହୃତ ହୁଏ ।[୧୦] ଏହାକୁ ଦିନକୁ ତିନିଥର ପାଟିରେ ଦିଆଯାଏ ।[୧୧]
ପୁରୁଷମାନଙ୍କ ମଧ୍ୟରେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗରମ ଲାଲିମା, ଯୌନକ୍ରିୟାରେ ଅସୁବିଧା, ସ୍ତନ ବୃଦ୍ଧି ଏବଂ ଅଇ ଲାଗେ ।[୯] ମହିଳାମାନଙ୍କ କ୍ଷେତ୍ରରେ କେବଳ ଶୁଷ୍କ ଚର୍ମ ହେବା ସହିତ ଏହାକୁ ଭଲ ଭାବରେ ସହ୍ୟ କରିହୁଏ ।[୧୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ, ଏବଂ ଆତପଦାହ ହୋଇପାରେ ।[୯] [୮] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୯] ଏହା ଏକ ନନ ଷ୍ଟେରଏଡାଲ ଆଣ୍ଟିଆଣ୍ଡ୍ରୋଜେନ (NSA) ଯାହା ଆଣ୍ଡ୍ରୋଜେନ୍ ରିସେପ୍ଟର (ଆର୍) ଚୟନ କରିବା ସହିତ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୯]
୧୯୬୭ ମସିହାରେ ଫ୍ଲୁଟାମାଇଡ ବିଷୟ ପ୍ରଥମେ ବର୍ଣ୍ଣନା କରାଯାଇଥିଲା ଏବଂ ୧୯୮୩ରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୧୩] ଏହା ୧୯୮୯ରେ ଯୁକ୍ତରାଷ୍ଟ୍ରରେ ଅନୁମୋଦିତ ହୋଇଥିଲା ।[୯] ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ସ୍ଥାନ ପାଇଛି ।[୧୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୮] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୪ ସପ୍ତାହର ଔଷଧ ବ୍ୟବହାରରର ମୂଲ୍ୟ ୧୧୦ ପାଉଣ୍ଡ ଥିଲା ।[୮] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୮୫ ଡଲାର ଥିଲା ।[୧୫] ଏହାର ବ୍ୟବହାରକୁ ବାଇକାଲୁଟାମାଇଡ ଭଳି ଏନଏସଏଏଦ୍ୱାରା ବାରମ୍ବାର ବଦଳା ଯାଇଛି ଯେହେତୁ ଏହା ଭଲ କାମ କରେ, ଏହାର ପାର୍ଶ୍ୱ ପ୍ରତିକ୍ରିୟା କମ ଏବଂ ଗ୍ରହଣ କରିବା ସହଜ ଅଟେ ।[୫] [୧୬]
The use of these agents as antiandrogens in transgender patients has been limited by concerns of hepatotoxicity. However, at low doses, these agents have shown to be both well tolerated and effective when used for the treatment of hirsutism [57].
Latest studies suggest that [flutamide] also reduces adrenal and ovarian androgen synthesis [58,59].