ବଟକୃଷ୍ଣ ସାହୁ | |
---|---|
ଜନ୍ମ | |
ବୃତ୍ତି | ମତ୍ସ୍ୟ ଚାଷ |
ସକ୍ରିୟ ବର୍ଷ | ୧୯୮୬ରୁ ଏପର୍ଯ୍ୟନ୍ତ |
ପୁରସ୍କାର | ପଦ୍ମଶ୍ରୀ ୨୦୨୦ |
ବଟକୃଷ୍ଣ ସାହୁ ଓଡ଼ିଶାର ଜଣେ ମତ୍ସ୍ୟ ଚାଷୀ ।[୧] ମତ୍ସ୍ୟ ଚାଷରେ ତାଙ୍କର ଅବଦାନ ପାଇଁ ତାଙ୍କୁ ୨୦୨୦ ମସିହାରେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। [୨] [୩] [୪]
ବଟକୃଷ୍ଣ ୧୯୮୬ ମସିହାରେ ଖୋର୍ଦ୍ଧା ଜିଲ୍ଲାରେ ନିଜ ପୌତୃକ ଗ୍ରାମ ସରକଣାରେ ମତ୍ସ୍ୟ ଚାଷ ଆରମ୍ଭ କରିଥିଲେ । [୫] ୧୯୮୮ ମସିହାରେ ଭୁବନେଶ୍ୱର ନିକଟସ୍ଥ ସିଫାରୁ ଜାଁଆଳ ନେଇ ସେ ମାଛ ଚାଷ ଆରମ୍ଭ କରିଥିଲେ ।[୬] ପ୍ରଥମ ପର୍ଯ୍ୟାୟରେ ସେ ୩ଲକ୍ଷ ଜାଆଁଳ ଉତ୍ପାଦନ କରିଥିଲେ । ଦେଢ଼ ଏକର ପୋଖରୀରୁ ସେ ମାଛ ଚାଷ ଆରମ୍ଭ କରିଥିଲେ । ଏବେ ସେ ୧୦ ଏକରରେ ପୋଖରୀରେ ମାଛ ଚାଷ କରୁଛନ୍ତି । ୩ ଲକ୍ଷ ଜାଆଁଳ ଉତ୍ପାଦନରୁ ଆରମ୍ଭ କରି ସେ ବର୍ତ୍ତମାନ ୨୦ କୋଟି ଜାଆଁଳ ଉତ୍ପାଦନ କରି ବିକ୍ରି କରୁଛନ୍ତି । ଏହି ବ୍ୟବସାୟରେ ତାଙ୍କ ସହିତ ଏବେ ହୃଷିକେଶ ପଣ୍ଡା ଓ ତାଙ୍କ ୩ ପୁତ୍ର ଜଡ଼ିତ । ତାଙ୍କ ଜାଆଁଳ ଉତ୍ପାଦନ କେନ୍ଦ୍ରରେ ସେ ଅନେକ ଲୋକଙ୍କୁ ଚାକିରୀ ଦେଇ, ସେମାନଙ୍କୁ ଉପାର୍ଜନକ୍ଷମ କରିଛନ୍ତି ।[୭] ସେ ଓଡ଼ିଶାର ଅନେକ ମହାବିଦ୍ୟାଳୟର ଛାତ୍ରମାନଙ୍କୁ ମଧ୍ୟ ତାଲିମ ଦେଇଛନ୍ତି । [୫] ଆସିଏଆର ସହଯୋଗରେ ତାଙ୍କ ଗ୍ରାମରେ ଏକ ମତ୍ସ୍ୟପାଳନ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ସେଠାରେ ମତ୍ସ୍ୟପାଳନ ନିମନ୍ତେ ମାଗଣା ପ୍ରଶିକ୍ଷଣ ପ୍ରଦାନ କରାଯାଏ ।[୮]
ପଶୁପାଳନରେ ତାଙ୍କର ଅବଦାନ ପାଇଁ ବଟକୃଷ୍ଣଙ୍କୁ ୨୦୨୦ ମସିହାରେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା ।