ବ୍ୟକ୍ତିଗତ ସୂଚନା | |||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|
ଜନ୍ମ |
Uttar Pradesh, India | ୧୫ ଅପ୍ରେଲ ୧୯୯୨||||||||||||||||
ଉଚ୍ଚତା | 159 cm (5 ft 3 in) | ||||||||||||||||
Playing position | Forward | ||||||||||||||||
Club information | |||||||||||||||||
Current club | Railways | ||||||||||||||||
National team | |||||||||||||||||
2010–present | India | 120 | (35) | ||||||||||||||
Medal record
| |||||||||||||||||
Last updated on: 6 April 2015 |
ବନ୍ଦନା କଟାରିଆ (ଜନ୍ମ ୧୫ ଏପ୍ରିଲ ୧୯୯୨) ଜଣେ ଭାରତୀୟ ଫିଲ୍ଡ ହକି ଖେଳାଳି । ସେ ଭାରତୀୟ ଜାତୀୟ ଦଳରେ ଫରୱାର୍ଡ ଭାବରେ ଖେଳନ୍ତି । ୨୦୧୩ ମହିଳା ହକି ଜୁନିୟର ବିଶ୍ୱକପରେ ଭାରତର ଶ୍ରେଷ୍ଠ ଗୋଲ ସ୍କୋରର ହେବା ପରେ ସେ ପ୍ରସିଦ୍ଧି ଲାଭ କରିଥିଲେ । ସେହି ମ୍ୟାଚରେ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା । ଉକ୍ତ ଟୁର୍ନାମେଣ୍ଟରେ ସେ ପାଞ୍ଚଟି ଗୋଲ ସ୍କୋର କରିଥିଲେ ଏବଂ ତାହା କୌଣସି ଖେଳାଳିଙ୍କଦ୍ୱାରା ତୃତୀୟ ଥିଲା ।
କଟାରିଆ ୨୦୦ରୁ ଅଧିକ ଆନ୍ତର୍ଜାତୀୟ ମ୍ୟାଚରେ ବରିଷ୍ଠ ଜାତୀୟ ଦଳ ପାଇଁ ଖେଳିଛନ୍ତି । ସେ ୨୦୧୪ ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଦଳର ଏକ ଅଂଶ ଥିଲେ ଏବଂ ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ସେ ଆର୍ଜେଣ୍ଟିନାର ଲୁସିଆନା ଆୟମାରଙ୍କୁ ତାଙ୍କର ପ୍ରିୟ ଖେଳାଳି ବୋଲି ମାନନ୍ତି ।[୧]
ବନ୍ଦନାଙ୍କ ଜନ୍ମ ଉତ୍ତର ପ୍ରଦେଶରେ (ବର୍ତ୍ତମାନ ଉତ୍ତରାଖଣ୍ଡ) ୧୫ ଏପ୍ରିଲ ୧୯୯୨ ମସିହାରେ ହେଇଥିଲା । ତାଙ୍କ ପିତା BHELର ଜଣେ କର୍ମଚାରୀ ଥିଲେ [୨]। ବନ୍ଦନା ରୋଷନାବାଦ ଗ୍ରାମାଞ୍ଚଳରେ ଜନ୍ମଗ୍ରହଣ କରି ବିଗତ ଦୁଇ ବର୍ଷରେ ଭାରତର ଜଣେ ଅଗ୍ରଣୀ ଖେଳାଳି ନ୍ଯାବରେ ନିଜକୁ ଭାରତରେ ପ୍ରତିଷ୍ଠିତ କରେଇ ପାରିଛନ୍ତି । ୨୦୦୬ ମସିହାରେ ସେ ପ୍ରଥମେ ଜୁନିଅର ଦଳରେ ପ୍ରବେଶ କରିଥିଲେ ଓ ପରେ ସିନିଯର ଦଳ ପାଇଁ ଖେଳିଥିଲେ । .[୩]
୨୦୧୦ ମସିହାରେ ଭାରତୀୟ ସିନିଯର ଦଳରେ ପ୍ରବେଶ ପାଇଥିବା କଳ୍ପନା ୨୦୧୩ ମସିହାରେ ହେଇଥିବା ସିନିଯର ବିଶ୍ୱ କପ ପ୍ରତିଯୋଗୀତାରେ ଦଳକୁ ବ୍ରୋମ୍ଜ ପଦକ ଜିତିବାରେ ସାହାଜୀ କରିଥିଲେ । ସେ ୪ଟି ଖେଳରେ ୫ଟି ଗୋଲ ସ୍କୋର କରିଥିଲେ । .[୪] ଏହା ତାଙ୍କର ଓ ତାଙ୍କ ପିତାଙ୍କୁ ଖୁବ ଆତ୍ମସନ୍ତୋଷ ଅନିଦେଇଥିଲା । "[୫] ସ୍କଟଲଣ୍ଡର ଗ୍ଲାସଗୋଠାରେ ହେଇଥିବା ୨୦୧୪ କମନୱେଲ୍ଥ ଗେମରେ ସେ ତାଙ୍କର ୧୦୦ ତମ ଆନତଜାତିକ ମେଚ ଖେଳିଥିଲେ । .[୬] ତାହା ପରେ ଦଳରୁ ସାମୟିକ ଅବ୍ଯାହତି ନେଇଥିଲେ ମଧ୍ୟ ସେ ୨୦୧୪ -୧୫ରେ FIH ବିଶ୍ୱ ହକି ଌଗରେ ସେ ପୁଣି ଖେଳି ସେ ୧୧ଟି ଗୋଲ ସ୍କୋର କରି ସର୍ବାଧିକ ସ୍କୋରରର ସମ୍ମାନ ପାଇଥିଲେ ।.[୭]