ବହୁଚର ମାତା | |
---|---|
![]() | |
ନିରୀହ, କରୁଣା, ଦୟା, ସାଧୁତା, ଅନବଚ୍ଛିନ୍ନ, ଆତ୍ମ ବିଶ୍ୱାସ, en:କନ୍ୟା, ନପୁଂସକ, ସତ୍ୟନିଷ୍ଠ ଓ ଜନ କଲ୍ୟାଣ ଇତ୍ୟାଦି ଗୁଣଗୁଡିକର ଦେବୀ । | |
ଅନ୍ଯ ନାମ | ବହୁଚର, ଦେବଲ ସୂତା ଷଷ୍ଠୀ, ଶକ୍ତିପୂତ୍ରୀ, ପରଶକ୍ତି କନ୍ୟା |
Affiliation | ଦେବୀ, ଶକ୍ତି |
ଲୋକ | ମଣିଦ୍ୱୀପ |
Mount | ଗଞ୍ଜା |
ପର୍ବପର୍ବାଣି | ବହୁଚର ନବମୀ |
ବହୁଚର ମାତା (ହିନ୍ଦୀ : बहुचर माता; ଗୁଜରାଟୀ: બહુચર માતા) ସତୀତ୍ୱ ଓ ଉର୍ବରତାର ଜଣେ ହିନ୍ଦୁ ଦେବୀ ଯିଏ ହିଂଗଲାଜ ମାତାଙ୍କର (Hinglaj) ଏକ ଅବତାର । ଗୁଜରାଟ ଓ ରାଜସ୍ଥାନର ଅନ୍ୟ ସ୍ୱର୍ଗୀୟ ଦେବାଦେବୀ ଭଳି ସେ ଚାରଣ (Charan) ଥିଲେ ।[୧] ବୋଦାପାଲ ଦେଠାଙ୍କର କନ୍ୟା ଥିଲେ ଦେବୀ ବହୁଚର । ଆଉ ମଧ୍ୟ ସେ ହିଜରା ଗୋଷ୍ଠୀର ରକ୍ଷକ ଥିଲେ ।[୨] ଗୁଜରାଟ ପ୍ରଦେଶ, ଭାରତରେ ଥିବା ମେହସାନା ଜିଲ୍ଲାର ବେଚରାଜୀ (Becharaji) ଟାଉନରେ ତାଙ୍କର ମୂଖ୍ୟ ମନ୍ଦିର ଅବସ୍ଥିତ । କୋଲି (Koli) ଡକାୟତ ବାପାଇୟା ପୂଜା କରୁଥିଲା ବହୁଚର ମାତାଙ୍କୁ ଯାହାଙ୍କର ଶଙ୍ଖଳପୁରରେ ମୃତ୍ୟୁ ପରେ ଏକ ଗଛମୂଳେ ଗୋଟିଏ ଟିକି ମନ୍ଦିର କରି ପୂଜା କରୁଥିଲା ।[୩]
ବହୁଚର ଏକ ଚାରଣ ସମାଜରେ ଜନ୍ମଗ୍ରହଣ କରିଥିଲେ । ଦେବୀ ବହୁଚର ଥିଲେ ବୋଦାପାଲ ଦେଠାଙ୍କର କନ୍ୟା । ବହୁଚର ମାତାଙ୍କର ବାମ ତଳ ହାତରେ ଖଣ୍ଡା ଥାଏ, ବାମ ଉପର ହାତରେ ପବିତ୍ର ବହି ଥାଏ, ଡାହାଣ ତଳ ହାତଟି ଅଭୟ ମୁଦ୍ରାରେ ଥାଏ ଓ ଡାହାଣ ଉପର ହାତରେ ତ୍ରିଶୂଳ ଥାଏ । ତାଙ୍କର ବାହନ ଗଞ୍ଜା ଅଟେ ଯାହା ଏକ ନିଷ୍କପଟ ଚିହ୍ନ । ଏକ ତଥ୍ୟ ଅନୁସାରେ ସେ ଶ୍ରୀ ଚକ୍ରର ଜଣେ ଦେବୀ ଥିଲେ । ତାଙ୍କର ପ୍ରକୃତ ବାହନ କୁରକୁଟ ଯିଏ ଦୁଇ ପାଟି ବିଶିଷ୍ଟ ଏକ ସାପ । ବହୁଚର ତଳ ପାଖରେ ବସୁଥିଲେ ଓ ଅନ୍ୟଟିରେ ଥିଲେ ସହସ୍ରର Sahasrara, ଯାହାର ଅର୍ଥ ସେ ମୋକ୍ଷ ହେବା କୁଣ୍ଡାଳିନୀ ଜାଗ୍ରତ କରୁଛନ୍ତି ।[୪]
ଗୋଟିଏ ପୁରାତନ ପରମ୍ପରା ଅନୁସାରେ ମାରୱାରର (Marwar) ଗୋଟିଏ ଦେଠେ ପରିବାରରେ ବହୁଚର ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା କାଠିଆୱାରର (Kathiawad) କୋର୍ଟ କବି ଥିଲେ ଓ ତାଙ୍କର ମାତା ଦେବଲ ଜଣେ ଦେବୀ ଅବତାର ଥିଲେ । ଏକଦା ବହୁଚର ତାଙ୍କ ଭଉଣୀମାନଙ୍କ ସହିତ ପିତାଙ୍କୁ ସାକ୍ଷାତ କରିବାକୁ ଯିବା ଅବସରରେ ଶଙ୍ଖଳପୁରରେ ବିଶ୍ରାମ କଲେ ।[୫] ସେଠାରେ ତାଙ୍କୁ କୋଲି ସମ୍ପ୍ରଦାୟର ବାପାଇୟା (Bapaiya) ଆକ୍ରମଣ କରି ମାରିଦେଲା ।[୬] ମୃତ୍ୟୁ ପୂର୍ବରୁ ବାପାଇୟାକୁ ନପୁଂସକ ହୋଇଯିବାକୁ ବହୁଚର ଅଭିଶାପ ଦେଲେ । ଅଭିଶାପ ପାଇବା ପରେ ସେ କ୍ଷମା ମାଗିବାରୁ ବହୁଚର ତାଙ୍କୁ କ୍ଷମା ଦେଇ କହିଲେ, “ଗୋଟିଏ ମନ୍ଦିର ତିଆରି କରି ମୋତେ ଦେବୀ ଭାବରେ ପୂଜା କରିବୁ ।”[୭] ତା’ ପରେ ଆଶ୍ୱାସନା ଦେଇ କହିଲେ ନପୁଂସକମାନେ ମହିଳା ପୋଷାକରେ ସେହି ମନ୍ଦିର ପାଖରେ ରହି ତାଙ୍କୁ ଦେବୀ ଭାବରେ ପୂଜା କଲେ ମୁକ୍ତି ପାଇ ସ୍ୱର୍ଗର ମଣିଦ୍ୱୀପରେ ତାଙ୍କ ପାଖରେ ଏକ ସ୍ଥାନ ପାଇବେ । ନପୁଂସକ ବାପାଇୟା ସେଠାରେ ଏକ ବରଖଡ ଗଛ ପାଖରେ ଏକ ମନ୍ଦିର ତୋଳେଇ ସାରା ଜୀବନ ବିତେଇଲା । ଅନ୍ୟ ପକ୍ଷରେ ବହୁଚର ଜଣେ ପୁରୁଣା କୋଲି ଦେବୀ ହୋଇଥିବା ଅନେକ ବିଶ୍ୱାସ କରନ୍ତି ।[୮]
ମନ୍ଦିର ପରିସରରେ ତିନୋଟି ମନ୍ଦିର ସ୍ଥାପିତ ହୋଇଛି । ସବୁଠାରୁ ପୁରାତନ ମନ୍ଦିର ଆଦ୍ୟସ୍ଥାନ ଏକ ଛୋଟ ମନ୍ଦିର ଯାହା ଚାରି ପାଖରେ ଛୋଟ ପତ୍ର ଥିବା ବରଖଡ଼ ଗଛ ବେଢି ରହିଛି ଓ ସେଠାରେ ଦେବୀ ପ୍ରଥମେ ଆବିର୍ଭାବ ହୋଇଥିବା ବିଶ୍ୱାସ କରାଯାଏ । ଏହି ମନ୍ଦିର ପାଖରେ ‘ମଧ୍ୟସ୍ଥାନ’ ନାମକ ଏକ ଛୋଟ ମନ୍ଦିର ଅଛି ଯାହା ବାହାର ପାଖରେ ରୂପା ତାଲା ପଡ଼ିଛି ଓ ଭିତରେ ଦେବୀଙ୍କର ଏକ କଟା ମୂର୍ତ୍ତି ଅଛି । ଏହି ମନ୍ଦିରକୁ ଅଷ୍ଟାଦଶ ଶତାବ୍ଦୀରେ ଫଡନାଭିସ ନାମକ ଜଣେ ମରହଟ୍ଟା ବ୍ୟକ୍ତି ତୋଳେଇଥିଲେ । ୧୭୭୯ ଖ୍ରୀଷ୍ଟାବ୍ଦରେ ବରୋଦାର ମରହଟ୍ଟା ଶାସକଙ୍କ ସାନ ଭାଇ ମାନାଜିରାଓ ଗାଇକୋୱାଡ ମୂଳ ମନ୍ଦିର ପାଖରେ ଏକ ଗୃହ ତିଆରି କରିବାରୁ ଦେବୀ ତାଙ୍କୁ ଏକ ଅର୍ବୁଦ ରୋଗର ଶିକାର ହେବାକୁ ଅଭିଶାପ ଦେଇଥିଲେ । ଅଧୁନା ତୃତୀୟ ମନ୍ଦିରକୁ ମୁଖ୍ୟ ମନ୍ଦିର ମାନ୍ୟତା ଦିଆଯାଇଛି ଯେଉଁଥିରେ କ୍ୱାର୍ଜ କ୍ରିଷ୍ଟାଲ ତିଆରି ବାଲା ଯନ୍ତ୍ର (Bala Yantra) ଅଛି ଯାହା ଦେବୀଙ୍କର ପ୍ରତିନିଧିତ୍ୱ କରୁଛି । ଅଷ୍ଟାଦଶ ଶତାବ୍ଦୀରେ ଫଡାନାଭିସ ତାହାକୁ ତିଆର କରିଥିଲେ । ସନ୍ଥ କପିଲଦେବ ଓ କଲରି ରାଜା ତେଜପାଲଙ୍କର ସେହି ମନ୍ଦିର ତିଆରି କରିବାରେ ଅନୁଦାନ ରହିଛି । ଏହି ମନ୍ଦିରରେ ପ୍ରସ୍ତର କାରୁକାର୍ଯ୍ୟ ଭରି ରହିଛି ଓ କାନ୍ଥ ରଙ୍ଗୀନ ହୋଇଛି । ଏହି ମନ୍ଦିର ବିଷୟରେ ଗୁଜରାଟ ଓ ରାଜସ୍ଥାନ ବାହାର ଲୋକମାନେ ଅଜ୍ଞାତ ଥିଲେ ମଧ୍ୟ ଏହାକୁ ଏକ ଛୋଟ ଶକ୍ତି ପୀଠ ମାନ୍ୟତା ଦିଆଯାଇଛି । ଏଠାକୁ ପ୍ରତିବର୍ଷ ପ୍ରାୟ ୧.୫ ନିୟୁତ ତୀର୍ଥ ଯାତ୍ରୀ ଆସନ୍ତି ।[୯]
{{cite book}}
: CS1 maint: date and year (link)
{{cite book}}
: CS1 maint: date and year (link)
{{cite book}}
: CS1 maint: date and year (link)
{{cite book}}
: CS1 maint: date and year (link)
{{cite book}}
: CS1 maint: date and year (link)
{{cite book}}
: CS1 maint: date and year (link)