Monoclonal antibody | |
---|---|
Type | Whole antibody |
Source | Chimeric (mouse/human) |
Target | CD25 |
Clinical data | |
Trade names | Simulect |
AHFS/Drugs.com | monograph |
data | |
Pregnancy category | |
Pharmacokinetic data | |
Elimination half-life | 7.2 days |
Chemical and physical data | |
Formula | C6378H9844N1698O1997S48 |
Molar mass | ୧,୪୩,୮୦୧.୬୮ g·mol−1 |
(verify) |
ବାସିଲିକ୍ସିମାବ, ବେପାର ନାମ ସିମୁଲେକ୍ଟ, ଏକ ଔଷଧ ଯାହା କିଡନୀ ପ୍ରତିରୋପଣ ପରେ ପ୍ରତ୍ୟାଖ୍ୟାନକୁ ରୋକିବା ପାଇଁ ବ୍ୟବହୃତ ହୁଏ । [୧] ଏହା ସିକ୍ଲୋସ୍ପୋରିନ ଏବଂ କର୍ଟିକୋଷ୍ଟିରଏଡ ସହିତ ମିଳିତ ଭାବରେ ବ୍ୟବହୃତ ହୁଏ | [୨] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ | [୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ, ବାନ୍ତି, ପେଟ ଯନ୍ତ୍ରଣା, ହୃଦଘାତ, ଉଚ୍ଚ ପୋଟାସିୟମ୍, କମ୍ ପୋଟାସିୟମ୍, ମୁଣ୍ଡବିନ୍ଧା, ଫୁଲା, ଜ୍ୱର, ଅଣନିଶ୍ୱାସ ଏବଂ ଶୋଇବାରେ ଅସୁବିଧା ଅନ୍ତର୍ଭୁକ୍ତ । [୧] ଅନ୍ୟ ଅନ୍ୟାନ୍ୟ ପ୍ରତିକ୍ରିୟାରେ ସଂକ୍ରମଣ ଏବଂ ଆନାଫାଇଲକ୍ସିସ୍ ହୋଇପାରେ। [୧] ଗର୍ଭାବସ୍ଥାରେ ବ୍ୟବହାର କରିବା ସୁପାରିଶ କରାଯାଏ ନାହିଁ । [୨] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହାଟି କୋଷରେ ଥିବାସିଡି୨୫ CD25 ସହିତ ସଂଲଗ୍ନ ହୁଏ ଏବଂ ଏହିପରି ଇଣ୍ଟରଲୁକିନ୍ -୨କୁ ଅବରୋଧ କରେ । [୩]
୧୯୯୮ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ବାସିଲିକ୍ସିମାବ ଅନୁମୋଦିତ ହୋଇଥିଲା। [୧] [୩] [୨] ୨୦୨୧ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ସାଧାରଣ ଡୋଜର ମୂଲ୍ୟ ପ୍ରାୟ ୪,୧୦୦ ଡଲାର ରହିଛି। [୪]