B-cell lymphoma | |
---|---|
![]() Micrograph showing a large B cell lymphoma. Field stain. | |
ବିଭାଗ | Hematology, oncology |
ଲକ୍ଷଣ | Swollen lymph nodes, abdominal pain, tiredness, fever, night sweats, weight loss[୧] |
ବିପଦ କାରକ | Genetics, environmental factors, viral infections, connective tissue disorders, poor immune function[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Tissue biopsy[୨] |
ଚିକିତ୍ସା | Radiation therapy, chemotherapy, immunotherapy, stem cell transplant[୨] |
ପୁନଃପୌନିକ | 19 per 100,000 per year (the West)[୩] |
ବି-ଜୀବକୋଷ ଲିମ୍ଫୋମା ହେଉଛି ଏକ ପ୍ରକାର ଲିମ୍ଫୋମା ଯାହା ବି କୋଷକୁ ପ୍ରଭାବିତ କରିଥାଏ ଓ ଏହି ବି-କୋଷ ହେଉଛି ଏକ ପ୍ରକାର ଧଳା ରକ୍ତ କଣିକା ଯାହା ଆଣ୍ଟିବଡି ତିଆରି କରେ । [୧] [୩] ଲକ୍ଷଣରେ ଫୁଲିଯାଇଥିବା ଲିମ୍ଫ ନୋଡ, ପେଟ ଯନ୍ତ୍ରଣା, ଥକାପଣ, ଜ୍ୱର, ରାତିର ଝାଳ ବୋହିବା କିମ୍ବା ଓଜନ ହ୍ରାସ ହୋଇପାରେ । [୧] ସେମାନେ ସାଧାରଣତଃ ଲସିକା ଗ୍ରନ୍ଥି, ପ୍ଲୀହା, ଅସ୍ଥି ମଜ୍ଜା କିମ୍ବା ରକ୍ତ ମଧ୍ୟରେ ଆରମ୍ଭ ହୁଏ ।[୪]
ବିପଦ କାରଣଗୁଡ଼ିକରେ କେତେକ ଜେନେଟିକ୍ ଅବସ୍ଥା, ପରିବେଶ କାରକ, ଭୂତାଣୂ ସଂକ୍ରମଣ, କନେକ୍ଟିଭ୍ ଟିସୁ ବ୍ୟାଧି ଏବଂ ଖରାପ ପ୍ରତିରକ୍ଷା କାର୍ଯ୍ୟ ହୋଇପାରେ । [୧] ସେଗୁଡ଼ିକ ହେଉଛି ଏକ ପ୍ରକାର ରକ୍ତ କର୍କଟ । [୫] ଉପ ପ୍ରକାରଗୁଡ଼ିକରେ ହଜକିନ ଲିମ୍ଫୋମା ଏବଂ ୪୦ରୁ ଅଧିକ ପ୍ରକାରର ଅଣ-ହଜକିନ ଲିମ୍ଫୋମାହୋଇପାରେ । [୩] ସେଗୁଡିକ ଧୀରେ ବଢ଼ହୁଥିବା ଏବଂ ଆକ୍ରମଣାତ୍ମକ ଲିମ୍ଫୋମା, ଏହି ଦୁଇ ପ୍ରକାରରେ ବିଭକ୍ତ କରାଯାଏ । [୨] ତନ୍ତୁ ବାୟୋପ୍ସିଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ। [୨]
ଧିରେ ଧିରେ ବଢୁଥିବା ଲିମ୍ଫୋମା ରୋଗ ଚିକିତ୍ସାକୁ ପାଇଁ ଭଲ ପ୍ରତିକ୍ରିୟା କରେ, ଅନେକ ବର୍ଷ ବଞ୍ଚି ରହିଥାଏ, କିନ୍ତୁ ସାଧାରଣତଃ ଆରୋଗ୍ୟ ହୁଏନି । [୨] ଅନ୍ୟ ପଟେ ଆକ୍ରମଣାତ୍ମକ ଲିମ୍ଫୋମା ମଧ୍ୟରୁ ଅନେକ ଗୁଡ଼ିଏ ଆରୋଗ୍ୟସାଧ୍ୟ କିନ୍ତୁ ଯେତେବେଳେ ଏହା ହାସଲ ନହୁଏ ସେତେବେଳେ ଶୀଘ୍ର ମାରାତ୍ମକ ହୋଇଥାଏ । [୨] ଚିକିତ୍ସାରେ ରେଡିଏସନ୍ ଥେରାପି, କେମୋଥେରାପି, ଇମ୍ୟୁନୋଥେରାପି କିମ୍ବା ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଣ୍ଟ ଅନ୍ତର୍ଭୁକ୍ତ ହୋଇପାରେ। [୨]
ପାଶ୍ଚାତ୍ୟ ଦେଶଗୁଡିକରେ ବି-ସେଲ୍ ଲିମ୍ଫୋମା ପ୍ରତି ବର୍ଷ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୧୯ ଜଣଙ୍କୁ ପ୍ରଭାବିତ କରିଥାଏ ଏବଂ ପ୍ରାୟ ୯୫% ଲିମ୍ଫୋମା ରୋଗର ପ୍ରତିନିଧିତ୍ୱ କରିଥାଏ । [୩] ଅଣ-ହଜକିନ ଲିମ୍ଫୋମା ମଧ୍ୟରୁ ପ୍ରାୟ ୮୦% ହେଉଛି ବି-ସେଲ୍ ଲିମ୍ଫୋମା । [୨] ବୟସ୍କ ବ୍ୟକ୍ତିଙ୍କଠାରେ ଅଧିକ ସାଧାରଣ ହୋଇଥିଲେ ମଧ୍ୟ ପିଲାମାନଙ୍କଠାରେ କିଛି ପ୍ରକାର ହୋଇପାରେ । [୨] [୩]