ବିଚ୍ଛିନ୍ନ କାନ୍ଧ (Separated shoulder) | |
---|---|
Acromioclavicular joint injury, acromioclavicular separation, AC joint separation, AC separation | |
ବିଭାଗ | ଅସ୍ଥି ଶଲ୍ୟ ବିଭାଗ (Orthopedics), ଆଶୁ ଚିକିତ୍ସା ବିଭାଗ (emergency medicine) |
ଲକ୍ଷଣ | ଯନ୍ତ୍ରଣା, ଚଳନ ସୀମା ସଙ୍କୁଚିତ, କଦାକାର [୧][୨] |
କାରଣ | ପଡ଼ିଯିବା ଭଳି ଆଘାତ [୨] |
ବିପଦ କାରକ | ସଂଘର୍ଷ ଖେଳ (Contact sports)[୩] |
ରୋଗ ନିର୍ଣ୍ଣୟ ପଦ୍ଧତି | ରୋଗୀ ପରୀକ୍ଷା ଓ ଏକ୍ସ-ରେ [୨] |
ସଠିକ ରୋଗ ନିର୍ଣ୍ଣୟ | ସ୍ଥାନଚ୍ୟୁତ କାନ୍ଧ (Dislocated shoulder), ଅସ୍ଥି ଭଗ୍ନ[୪] |
ଚିକିତ୍ସା | ଟାଇପ ୧ ଓ ୨ ନିମନ୍ତେ ସ୍ଲିଙ୍ଗ (Sling) ଓ ଔଷଧ,[୨] ଟାଇପ ୩ ନିମନ୍ତେ ରକ୍ଷଣଶୀଳ ଚିକିତ୍ସା, ଉପଶମ ନହେଲେ ଅପରେଶନ,[୨] ଟାଇପ ୪, ୫ ଓ ୬ ନିମନ୍ତେ ଅପରେଶନ [୨] |
ପୁନଃପୌନିକ | ସାମାନ୍ୟ ସାଧାରଣ[୩] |
ବିଚ୍ଛିନ୍ନ କାନ୍ଧ (separated shoulder, also known as acromioclavicular joint injury) ଏକ ସାମାନ୍ୟ ସାଧାରଣ ଆଘାତ ଯାହା ଆକ୍ରୋମିଓକ୍ଲାଭିକୁଲାର ଗଣ୍ଠି (acromioclavicular joint)ରେ ସଂଘଟିତ ହୋଇଥାଏ ।[୨] କ୍ଲାଭିକ୍ଲ ଅସ୍ଥିର ବହିର୍ଭାଗ ସହିତ ସ୍କାପୁଲାର ଆକ୍ରୋମିଅନ ପ୍ରୋସେସ ସଂଯୁକ୍ତ ହୋଇ ଏହି ଗଣ୍ଠି ନିର୍ମାଣ ହୋଇଥାଏ ।[୨] ଯନ୍ତ୍ରଣା ଯୋଗୁ କାନ୍ଧ ଚଳପ୍ରଚଳ କରିହୁଏନାହିଁ ଓ ପ୍ରଭାବିତ କାନ୍ଧ ବକ୍ରାକାର ଦେଖାଯାଏ ।[୨][୧]
ବାହୁ ଦେହର ପାର୍ଶ୍ୱ ଭାଗରେ ଥିବା ସମୟରେ କାନ୍ଧର ସାମନା ଓ ଉର୍ଦ୍ଧ୍ୱ ଭାଗରେ ଆଘାତଗ୍ରସ୍ତ ହେଲେ ଏହି ବିଚ୍ଛିନ୍ନ କାନ୍ଧ ହୁଏ ।[୨] ବର୍ଗୀକରଣର ସଂଖ୍ୟା ବୃଦ୍ଧି ସଙ୍ଗେ ସଙ୍ଗେ ଏହା ଅଧିକ ସାଂଘାତିକ ହୋଇଥିବା ଜଣାଯାଏ ।[୨] ରୋଗୀର କାନ୍ଧ ପରୀକ୍ଷା ଓ ଏକ୍ସ-ରେ (X-rays) ସାହାଯ୍ୟରେ ଏହି ଆଘାତ ନିର୍ଣ୍ଣୟ କରାଯାଏ । [୨] ଟାଇପ ୧ ଓ ୨ରେ କାନ୍ଧ ସାମାନ୍ୟ ବକ୍ରାକାର ଦେଖାଯାଏ ଓ ଟାଇପ ୩ରେ କାନ୍ଧ ଟେକିଦେଲେ (lifting the arm upwards) ଏହାର ଆକାର ସଠିକ ହୋଇଯାଏ ।[୨] ଟାଇପ ୪, ୫ ଓ ୬ରେ ଏଭଳି କାନ୍ଧ ଟେକିଦେଲେ ଆକାର ସଠିକ ଦେଖାଯାଏନାହିଁ । [୨]
ସାଧାରଣତଃ ଟାଇପ ୧ ଓ ୨ ଆଘାତ ବିନା ଅପରେଶନରେ ଚିକିତ୍ସା କରାଯାଏ, ଟାଇପ ୩ ନିମନ୍ତେ ରକ୍ଷଣଶୀଳ ଚିକିତ୍ସା, ଉପଶମ ନହେଲେ ଅପରେଶନ ଓ ଟାଇପ ୪, ୫ ଓ ୬ ନିମନ୍ତେ ଅପରେଶନ କରାଯାଏ ।[୩] ଟାଇପ ୧ ଓ ୨ ନିମନ୍ତେ ୧ବା ୨ ସପ୍ତାହ ନିମନ୍ତେ ସ୍ଲିଙ୍ଗ (sling) ଓ ଔଷଧ ଦିଆଯାଏ ।[୨] ଟାଇପ ୩ ନିମନ୍ତେ ରକ୍ଷଣଶୀଳ ଚିକିତ୍ସା କରାଯାଏ ଓ ଲକ୍ଷଣ ଉପଶମ ନହେଲେ ଅପରେଶନ କରାଯାଏ ।[୨]
ଖେଳକୁଦରେ ଓ ବିଶେଷତଃ ସଂଘର୍ଷ ଖେଳରେ (contact sports) ଭାଗ ନେଉଥିବା ଲୋକଙ୍କର ବିଚ୍ଛିନ୍ନ କାନ୍ଧ ଏକ ସାଧାରଣ ଆଘାତ । [୩] ହକି, ଫୁଟବଲ ଓ ରଗବି ଖେଳରେ ହେଉଥିବା କାନ୍ଧ ଆଘାତ (shoulder injuries) ମଧ୍ୟରୁ ଅର୍ଦ୍ଧକ ସଂଖ୍ୟକ କେବଳ ଏହି ବିଚ୍ଛିନ୍ନ କାନ୍ଧ ଆଘାତ ।[୧] କୋଡ଼ିଏରୁ ତିରିଶ ବର୍ଷ ବୟସ୍କ ଲୋକଙ୍କର ଏହି ଆଘାତ ଅଧିକ ହୁଏ । [୩] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧକ ଆଘାତ ପ୍ରାପ୍ତ ହୁଅନ୍ତି ।[୩] ପ୍ରଚଳିତ ବର୍ଗୀକରଣ ସନ ୧୯୮୪ରୁ ରହିଛି । [୧]
ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |