ବିଞ୍ଜମୁରି ସୀତାଦେବୀ | |
---|---|
Background information | |
ଜନ୍ମ | କାକିନାଡ଼ା, ଭାରତ |
ମୃତ୍ୟୁ | ୧୭ ମଇ ୨୦୧୬ ଯୁକ୍ତରାଷ୍ଟ୍ର ଆମେରିକା |
ଶୈଳୀ | ତେଲୁଗୁ ଲୋକଗୀତ |
ବିଞ୍ଜମୁରି ସୀତାଦେବୀ (ମୃତ୍ୟୁ: ୧୭ ମଇ ୨୦୧୬) ଜଣେ ଭାରତୀୟ ସଙ୍ଗୀତକାର ଏବଂ ଗାୟିକା ଥିଲେ । ସେ ତେଲୁଗୁ ଭାଷାର ଲୋକଗୀତ ଉପରେ ଗବେଷଣା କରୁଥିଲେ ।
ସେ ଅଲ୍ ଇଣ୍ଡିଆ ରେଡିଓର ଜଣେ ପ୍ରଯୋଜିକା ଭାବରେ କାର୍ଯ୍ୟ କରିଥିଲେ ।[୧] ତାଙ୍କ ଭଉଣୀ ବିଞ୍ଜମୁରି ଅନସୂୟା ଦେବୀଙ୍କ ସହିତ ସେ ଆନ୍ଧ୍ର ପ୍ରଦେଶର ଅନେକ ଜଣାଶୁଣା କବିଙ୍କ ପାଇଁ ସଙ୍ଗୀତ ସଂଯୋଜନା କରିଥିଲେ, ଯେଉଁମାନଙ୍କ ମଧ୍ୟରେ ଶ୍ରୀରଙ୍ଗମ୍ ଶ୍ରୀନିବାସ ରାଓ, ଶ୍ରୀ ଶ୍ରୀ ଆଦି ଅନ୍ୟତମ ।[୨] ୧୯୭୯ ମସିହାରେ ମୁକ୍ତିଲାଭ କରିଥିବା ମାଆ ଭୂମି କଥାଚିତ୍ରରେ ସେ ସଙ୍ଗୀତ ସଂଯୋଜନା କରିଥିଲେ । ସେ "ଫୋକ୍ ମ୍ୟୁଜିକ୍ ଅଫ୍ ଆନ୍ଧ୍ର ପ୍ରଦେଶ" ନାମକ ଏକ ପୁସ୍ତକ ରଚନା କରିଥିଲେ ।
୨୦୧୬ ମସିହାର ମଇ ୧୭ ତାରିଖରେ ସେ ଯୁକ୍ତରାଷ୍ଟ୍ର ଆମେରିକାରେ ମୃତ୍ୟୁବରଣ କରିଥିଲେ ।[୩]