ବିଠଲଭାଇ ଜାଭେରୀ | |
---|---|
ଜନ୍ମ | ୧୯୧୬ ଭାରତ |
ମୃତ୍ୟୁ | ୧୯୮୫ |
ଜାତୀୟତା | ବ୍ରିଟିଶ ଭାରତ ଭାରତୀୟ |
ବୃତ୍ତି(ସମୂହ) | ଭାରତୀୟ ସ୍ୱାଧୀନତା ସଂଗ୍ରାମୀ କଥାଚିତ୍ର ନିର୍ମାତା ଫଟୋଗ୍ରାଫର୍ ଲେଖକ |
ପୁରସ୍କାର | ପଦ୍ମ ଭୂଷଣ |
ବିଠଲଭାଇ ଜାଭେରୀ (୧୯୧୬ – ୧୯୮୫) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, କଥାଚିତ୍ର ନିର୍ମାତା, ଫଟୋଗ୍ରାଫର, ଲେଖକ ତଥା ମହାତ୍ମା ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ଥିଲେ ।[୧][୨] ସେ ଦାଣ୍ଡି ଯାତ୍ରାଠାରୁ ୧୯୪୮ ମସିହାରେ ମୃତ୍ୟୁ ପର୍ଯ୍ୟନ୍ତ ଫଟୋଗ୍ରାଫ୍ ମାଧ୍ୟମରେ ମହାତ୍ମା ଗାନ୍ଧୀଙ୍କୁ ଡକ୍ୟୁମେଣ୍ଟ୍ କରିଥିଲେ, ଯାହାକି ଅନେକ ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଥିଲା ଏବଂ ଅନେକ ସାହିତ୍ୟିକ କାର୍ଯ୍ୟରେ ବ୍ୟବହୃତ ହୋଇଥିଲା ।[୩][୪] ପିଟର ରୁହେଙ୍କଦ୍ୱାରା ରଚିତ ପୁସ୍ତକ ଗାନ୍ଧୀ-ଏ ଫଟୋ ବାଇଓଗ୍ରାଫିରେ ତାଙ୍କର ଅନେକ ଫଟୋଗ୍ରାଫ୍ ବ୍ୟବହାର ହୋଇଥିଲା ।[୫] ଦିନାନାଥ ଗୋପାଳ ତେନ୍ଦୁଲକରଙ୍କଦ୍ୱାରା ନିର୍ମିତ ମହାତ୍ମା ଗାନ୍ଧୀଙ୍କ ଜୀବନୀ, ମହାତ୍ମା: ଲାଇଫ୍ ଅଫ୍ ମୋହନଦାସ କରମଚାନ୍ଦ ଗାନ୍ଧୀରେ ସେ ସହକର୍ମୀ ଥିଲେ ।[୬][୭] ତାଙ୍କଦ୍ୱାରା ଗାନ୍ଧୀଜୀଙ୍କ ଉପରେ ନିର୍ମିତ ୩୩୦ ମିନିଟ୍ର ଡକ୍ୟୁମେଣ୍ଟାରୀ ମହାତ୍ମା: ଲାଇଫ୍ ଅଫ୍ ଗାନ୍ଧୀ, ୧୮୬୯–୧୯୪୮, ୧୪ଟି ଅଧ୍ୟାୟରେ ମୁକ୍ତିଲାଭ କରିଥିଲା ।[୮] ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ୧୯୬୯ ମସିହାରେ ଭାରତ ସରକାର ତାଙ୍କୁ ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ଭୂଷଣ ପ୍ରଦାନ କରିଥିଲେ ।[୯]
{{cite book}}
: CS1 maint: multiple names: authors list (link)