ବିନୋଦ ରାଠୋଡ | |
---|---|
![]() | |
Background information | |
ଜନ୍ମ | ମୁମ୍ବାଇ, ଭାରତ |
ଶୈଳୀ | ପ୍ରଚ୍ଛଦପଟ୍ଟ ଗାୟନ |
ପେଷା | ପ୍ରଚ୍ଛଦପଟ୍ଟ ଗାୟକ |
କାର୍ଯ୍ୟକାଳ | ୧୯୮୭–ଏବେଯାଏଁ |
ୱେବସାଇଟ | http://www.vinodrathod.com |
ବିନୋଦ ରାଠୋଡ ହେଉଛନ୍ତି ଗାୟକ ପଣ୍ଡିତ ଚତୁର୍ଭୁଜ ରାଠୋଡଙ୍କ ସୁପୁତ୍ର । ସେ ଜଣେ ସୁବିଦିତ ବଲିଉଡ ପ୍ରଚ୍ଛଦପଟ ଗାୟକ । ତାଙ୍କର ସୁପ୍ରସିଦ୍ଧି ଲାଭ କରିଥିବା ଗିତର ଚଳଚ୍ଚିତ୍ରଗୁଡ଼ିକ ହେଲା ଚଲ୍ ମେରେ ଭାଇ, ଲଗେ ରହୋ ମୁନ୍ନା ଭାଇ, ମିସନ୍ କସ୍ମିର୍ ଏବଂ ବାଜିଗର । [୧]
ବିନୋଦଙ୍କ ଜନ୍ମ ଶାସ୍ତ୍ରୀୟ ସଙ୍ଗିତଜ୍ଞ ପଣ୍ଡିତ ଚତୁର୍ଭୁଜ ରାଠୋଡଙ୍କ ଘରେ ହୋଇଥିଲା । ପିତା ତାଙ୍କ ଭିତରେ ସଙ୍ଗିତ ପ୍ରତି ପ୍ରଗାଢ ଆଗ୍ରହ ଓ ପ୍ରତିଭା ଦେଖିଥିଲେ । ପରେ ପିତା ତାଙ୍କୁ ସଙ୍ଗିତର ପ୍ରାରମ୍ଭିକ ଶିକ୍ଷା ପ୍ରଦାନ କରିଥିଲେ ।
ବିନୋଦ ପ୍ରେରଣାଙ୍କୁ ବିବାହ କରିଛନ୍ତି । ସେ ହଉଛନ୍ତି ପ୍ରଖ୍ୟାତ ବଲିଉଡ ଗାୟକ ରୁପ୍କୁମାର ରାଠୋଡ ଓ ଲୋକପ୍ରିୟ ବଲିଉଡ ସଙ୍ଗିତ ନିର୍ଦ୍ଧେଶକ ଶ୍ରବଣ ରାଠୋଡଙ୍କ ଭାଇ ।