ବିନ୍ଧ୍ୟବାସିନୀ ଦେବୀ | |
---|---|
ଜନ୍ମ | |
ମୃତ୍ୟୁ | ୧୮ ଅପ୍ରେଲ ୨୦୦୬ କଙ୍କଡ଼ବଗ, ପାଟଣା, ବିହାର |
ବୃତ୍ତି | ସଙ୍ଗୀତକାର |
ପ୍ରସିଦ୍ଧି | ଭାରତୀୟ ଲୋକଗୀତ |
ବୈବାହିକ-ସାଥୀ | ସିଦ୍ଧେଶ୍ୱର ଚନ୍ଦର ବର୍ମା |
ପୁରସ୍କାର | ପଦ୍ମଶ୍ରୀ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଅହଲ୍ୟା ବାଇ ପୁରସ୍କାର |
ବିନ୍ଧ୍ୟବାସିନୀ ଦେବୀ (ମୃତ୍ୟୁ: ୨୦୦୬) ଜଣେ ସଙ୍ଗୀତକାର ଥିଲେ, ଯିଏକି ଭାରତୀୟ ଲୋକଗୀତ ଉପରେ କାର୍ଯ୍ୟ କରୁଥିଲେ । ସେ ବିହାର କୋକିଳ ଭାବରେ ମଧ୍ୟ ପରିଚିତ ଥିଲେ । ପାଟଣାଠାରେ ସେ ବିନ୍ଧ୍ୟ କଳା ମନ୍ଦିର ନାମକ ଏକ ସଙ୍ଗୀତ ଅନୁଷ୍ଠାନର ପ୍ରତିଷ୍ଠ କରିଥିଲେ, ଯାହାକି ଲୋକଗୀତ ଉପରେ ଗବେଷଣା, ସଙ୍ଗୀତ ଶିକ୍ଷା ଆଦି ଦିଗରେ କାର୍ଯ୍ୟ କରୁଛି । ଏହି ଅନୁଷ୍ଠାନଟି ଲକ୍ଷ୍ନୌସ୍ଥିତ ଭାଟଖଣ୍ଡେ ବିଶ୍ୱବିଦ୍ୟାଳୟର ଅନୁମୋଦନରେ କାର୍ଯ୍ୟ କରୁଛି ।[୧][୨]
ସେ ବିହାରର ମୁଜାଫରପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ ମୈଥିଲି, ଭୋଜପୁରି ଏବଂ ମଗାହି ଲୋକ ଗୀତରେ ନିପୂଣା ଥିଲେ ।[୧] ସେ ବିବାହ ଗୀତ କଥାଚିତ୍ରରେ ଛୋଟେ ଦୁହ୍ଲାକେ ନାମକ ଏକ ଲୋକପ୍ରିୟ ଗୀତର କଣ୍ଠଦାନ କରିଥିଲେ ।[୩] ତାଙ୍କର ଅନେକ ଗୀତ ସିଡି ଜରିଆରେ ମୁକ୍ତିଲାଭ କରିଥିଲା ।[୪][୫][୬]
୧୯୭୪ ମସିହାରେ ଭାରତ ସରକାର ତାଙ୍କୁ ଦେଶର ଚତୁର୍ଥ ସର୍ବୋଚ୍ଚ ସମ୍ମାନ ପଦ୍ମଶ୍ରୀ ପ୍ରଦାନ କରିଥିଲେ ।[୭] ୧୯୯୧ ମସିହାରେ ସଙ୍ଗୀତ ନାଟକ ଏକାଡେମୀଦ୍ୱାରା ତାଙ୍କୁ ପୁରସ୍କୃତ କରାଯାଇଥିଲା ।[୮][୯] ଏବଂ ୨୦୦୬ ମସିହାରେ ତାଙ୍କୁ ଏକାଡେମୀ ଫେଲୋସିପ୍ ପ୍ରଦାନ କରାଯାଇଥିଲା ।[୧୦][୧୧] ୧୯୯୮ ମସିହାରେ ମଧ୍ୟପ୍ରଦେଶ ସରକାରଦ୍ୱାରା ତାଙ୍କୁ ଅହଲ୍ୟା ବାଇ ପୁରସ୍କାର ପ୍ରଦାନ କରାଯାଇଥିଲା ।[୧୨][୯]
୨୦୦୬ ମସିହାର ଅପ୍ରେଲ ୧୮ ତାରିଖରେ ସେ ପାଟଣାର କଙ୍କଡ଼ବଗଠାରେ ମୃତ୍ୟୁବରଣ କରିଥିଲେ ।[୧୨] ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଥିଲା ।[୯]