ବ୍ୟକ୍ତିଗତ ସୂଚନା | |||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ଜନ୍ମ |
ରାଉରକେଲା, ଓଡ଼ିଶା, ଭାରତ | ୩ ଫେବୃଆରୀ ୧୯୯୦||||||||||||||||||||||||||||||||||||||||||||||||||||
ଉଚ୍ଚତା | 167 cm (5 ft 6 in) | ||||||||||||||||||||||||||||||||||||||||||||||||||||
ଓଜନ | ୬୮ କେଜି | ||||||||||||||||||||||||||||||||||||||||||||||||||||
Playing position | ଫୁଲବ୍ୟାକ | ||||||||||||||||||||||||||||||||||||||||||||||||||||
Senior career | |||||||||||||||||||||||||||||||||||||||||||||||||||||
Years | Team | Apps | (Gls) | ||||||||||||||||||||||||||||||||||||||||||||||||||
୨୦୧୨ରୁ | ଚଣ୍ଡିଗଡ଼ କମେଟ୍ସ | ||||||||||||||||||||||||||||||||||||||||||||||||||||
ବିପିସିଏଲ | |||||||||||||||||||||||||||||||||||||||||||||||||||||
–୨୦୦୮ | ଓଡ଼ିଶା ଷ୍ଟିଲର୍ସ | ||||||||||||||||||||||||||||||||||||||||||||||||||||
୨୦୧୩-୨୦୧୪ | ରାଞ୍ଚି ରାଇନୋସ | ୧୫ | (0) | ||||||||||||||||||||||||||||||||||||||||||||||||||
୨୦୧୫ | ରାଞ୍ଚି ରେସ | ||||||||||||||||||||||||||||||||||||||||||||||||||||
National team | |||||||||||||||||||||||||||||||||||||||||||||||||||||
୨୦୧୨-୨୦୨୧ | ଭାରତୀୟ ପୁରୁଷ ହକି ଦଳ | ୧୭୨ | (୯) | ||||||||||||||||||||||||||||||||||||||||||||||||||
Medal record
| |||||||||||||||||||||||||||||||||||||||||||||||||||||
Last updated on: ୨ ମାର୍ଚ୍ଚ ୨୦୧୯ |
ବିରେନ୍ଦ୍ର ଲାକ୍ରା (ଜନ୍ମ : ୩ ଫେବୃଆରୀ ୧୯୯୦) ଜଣେ ଭାରତୀୟ ହକି ଖେଳାଳି । ସେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ବିରେନ୍ଦ୍ରଙ୍କ ବଡ଼ ଭାଇ ବିମଳ ମଧ୍ୟ ଭାରତୀୟ ହକି ଦଳର ଜଣେ ମିଡ଼ଫିଲ୍ଡର ଖେଳାଳି । ତାଙ୍କ ଭଉଣୀ ଅସୁନ୍ତା ଲାକ୍ରା ମଧ୍ୟ ଭାରତୀୟ ମହିଳା ଦଳରେ ଖେଳିଛନ୍ତି ଓ ଅଧିନାୟିକା ଦାୟିତ୍ୱ ମଧ୍ୟ ନିର୍ବାହ କରିଛନ୍ତି ।[୧] ୨୦୨୦ ଟୋକିଓ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ଦଳରେ ସେ ଥିଲେ ଉପ-ଅଧିନାୟକ । ହକିରୁ ସନ୍ୟାସ ନେବା ପରେ ସେ ୨୦୨୨ ମସିହାରେ ଓଡ଼ିଶା ପୁଲିସରେ ଯୋଗ ଦେଇଥିଲେ ।
ବିରେନ୍ଦ୍ର, ୧୯୯୦ ମସିହା ଫେବୃଆରୀ ୩ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାର ଲଚ୍ଛଦାଠାରେ ଜନ୍ମଗ୍ରହଣ କରିଥିଲେ । ସେମାନେ ଓରାଁ ଜନଜାତୀର ଲୋକ ।
ବିରେନ୍ଦ୍ର, ରାଉରକେଲା ଇସ୍ପାତ କାରଖାନାର "ସେଲ ହକି ଏକାଡେମୀ"ରେ ପ୍ରଶିକ୍ଷିତ ହୋଇଥିଲେ । [୨] ୨୦୦୭ରେ ସିଙ୍ଗାପୁରରେ ଅନୁଷ୍ଠିତ ଜୁନିୟର ବିଶ୍ୱ କପପାଇଁ ସେ ଭାରତର ଜୁନିୟର ହକି ଦଳରେ ଚୟିତ ହୋଇଥିଲେ । ଜୁନିୟର ଦଳରେ ଥାଇ ୨୦୦୯ରେ ସେ ସିଡ଼ନିଠାରେ ଅନୁଷ୍ଠିତ "ୟୁଥ ଅଲିମ୍ପିକ୍ସ" ଓ ୨୦୧୦ରେ ଢାକାଠାରେ "ସାଫ ଗେମ୍ସ" ଖେଳିଥିଲେ । ୨୦୧୨ରେ ସେ ଭାରତ ସିନିୟର ଦଳରେ ଚୟିତ ହୋଇ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ପ୍ରଥମେ ଖେଳିଥିଲେ ।
୨୦୧୨ରେ ଅଲିମ୍ପିକ ହକି କ୍ୱାଲିଫାୟର ମ୍ୟାଚରେ ସେ ଫ୍ରାନ୍ସ ବିରୁଦ୍ଧରେ ନିଜର ପ୍ରଥମ ଆନ୍ତର୍ଜାତୀୟ ଗୋଲ କରିଥିଲେ । ୨୦୧୨ ଚାମ୍ପିୟନସିପ ଟ୍ରଫିରେ ଭାରତକୁ ସେମି ଫାଇନାଲ ପର୍ଯ୍ୟନ୍ତ ନେବାରେ ତାଙ୍କର ପ୍ରମୁଖ ଅବଦାନ ରହିଥିଲା । ବେଲଜିୟମ ବିରୋଦ୍ଧରେ ଏହି ମ୍ୟାଚରେ, ସେ ଫରୱାର୍ଡ଼ ଖେଳାଳିକୁ ପାସ ଦେଇ ଗୋଲ କରିବାରେ ସହାୟତା କରିଥିଲେ । ଏହି ଗୋଲଦ୍ୱାରା ଭାରତ ୮ ବର୍ଷ ପରେ ଚାମ୍ପିୟନସିପ ଟ୍ରଫିର ସେମି-ଫାଇନାଲରେ ସ୍ଥାନ ପାଇଥିଲା ।
୨୦୧୪ ରାଷ୍ଟ୍ରମଣ୍ଡଳ ଖେଳରେ ସେ ଭାରତୀୟ ଦଳରେ ଥାଇ ରୌପ୍ୟ ପଦକ ହାସଲ କରିଥିଲେ ।
୨୦୨୦ ଟୋକିଓ ଅଲିମ୍ପିକ୍ସରେ ବିରେନ୍ଦ୍ର ଭାରତୀୟ ଦଳର ଉପ-ଅଧିନାୟକ ଥିଲେ । ଏହି ଅଲିମ୍ପିକ୍ସରେ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା । ଏହି ଅଲିମ୍ପିକ୍ସ ପରେ ପରେ ୨୦୨୧ ମସିହା ସେପ୍ଟେମ୍ବର ୩୦ତାରିଖରେ ବିରେନ୍ଦ୍ର ଆନ୍ତର୍ଜାତୀୟ ହକିରୁ ସନ୍ୟାସ ନେଇଥିଲେ ।[୩]
ହକି ଖେଳରୁ ସନ୍ୟାସ ନେବା ପରେ, ୨୦୨୨ ମସିହାରେ ସେ ଓଡ଼ିଶା ପୁଲିସ ବିଭାଗରେ ଡିଏସପି ଭାବରେ ଯୋଗଦେଇଥିଲେ ।[୪]
ହକି ଇଣ୍ଡିଆ ଲିଗର ପ୍ରଥମ ସଂସ୍କରଣରେ ବିରେନ୍ଦ୍ରଙ୍କୁ ରାଞ୍ଚି ରାଇନୋ ଦଳ ୪୧୦୦୦ ଆମେରିକୀୟ ଡଲାର ଦେଇ କିଣିଥିଲେ ।[୫] ଏହି ପ୍ରତିଯୋଗିତାରେ ରାଞ୍ଚି ଦଳ ପ୍ରଥମ ସ୍ଥାନ ଅଧିକାର କରିଥିଲା । ୨୦୧୫ ସଂସ୍କରଣରେ ସେ ରାଞ୍ଚି ରେସ ଦଳରେ ଅନ୍ତର୍ଭୁକ୍ତ ହୋଇଥିଲେ ।