ବିଷ୍ଣୁପ୍ରୟାଗ , ପାଞ୍ଚ ପ୍ରୟାଗ ମଧ୍ୟରୁ ଏକ ପ୍ରୟାଗ । ଏହା ଭାରତୀୟ ରାଜ୍ୟ ଉତ୍ତରଖଣ୍ଡରେ ରହିଛି । ଏଠାରେ ଅଳକାନନ୍ଦା ଓ ଧଉଳିଗଙ୍ଗା ନଦୀର ସାଙ୍ଗମ ଘଟିଥାଏ । ଏହା ଚାମୋଲୀ ଜିଲ୍ଲାରେ ଅବସ୍ଥିତ । ଏଠାରେ ମହାନୁନି ନାରଦ ତପସ୍ୟା କରିଥିଲେ ଓ ଭଗବାନ ବିଷ୍ଣୁ ତାଙ୍କୁ ଆସି ଦର୍ଶନା ଦେଇଥିଲେ । ଏହା ନିକଟରେ କାକଭୁଷଣ୍ଡି ହ୍ରଦ ରହିଛି । .[୧]ଛାଞ୍ଚ:Which
ଏହାର ଭୌଗୋଳିକ ସ୍ଥିତି 30°20′N 79°20′E / 30.34°N 79.34°E. ଏହା ସମୁଦ୍ରପତ୍ତାନଠାରୁ 1,372 ମିଟର ଉପରେ ରହିଛି । [୨]ଛାଞ୍ଚ:Panch Prayag
ଅଳକାନନ୍ଦା ନଦୀ ଚଉଖମ୍ବା ନାମକ ସ୍ଥାନରୁ ବାହାରି ସରସ୍ୱତୀ ନଦୀ ସହ ମିଳିତ ହେଇ ବଦ୍ରୀନାଥ ମନ୍ଦିର ସାମ୍ନାରେ ପ୍ରବାହିତ ହେଇଥାଏ । ତାହା ଧଉଳିଗଙ୍ଗା ସହ ମିଳିତ ଏଇ ବିଷ୍ଣୁପ୍ରୟାଗ ସ୍ଥଳ ହେଇଥାଏ ।
ଏଠାରେ JP ଇଣ୍ଡଷ୍ଟ୍ରିଦ୍ୱାରା ଏକ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମିତ ହେଇ 400 ମେଗା ୱାଟ ଶକ୍ତି ଉତ୍ପାଦନ ହେଇଥାଏ । .[୩]
ଏଠାରେ ଥିବା ବଦ୍ରୀନାଥ ମନ୍ଦିର ହିନ୍ଦୁ ମାନଙ୍କ ପାଇଁ ଏକ ଖୁବ ପବିତ୍ର ମନ୍ଦିର । ପ୍ରବାଦ ଅନୁସାରେ ଶଙ୍କର କଳା ସାଲେଗ୍ରାମ ପ୍ରସ୍ତରରେ ନିର୍ମିତ ବଦ୍ରିନାରାୟଣଙ୍କ ପ୍ରତିମା ଏଠାରେ ପାଇ ତାକୁ ପ୍ରଥମେ ତପ୍ତ କୁଣ୍ଡ ନିକଟରେ ଗୁମ୍ଫାରେ ରାଖୀ ଆରାଧନାର ବ୍ୟବସ୍ଥା କରିଥିଲେ । 16 ତମ ଶତାବ୍ଦୀରେ ଗରବାଳର ରାଜା ଏହାକୁ ବର୍ତ୍ତମାନ ଥିବା ମନ୍ଦିର ନିର୍ମାଣ କରି ସେଠାକୁ ସ୍ଥାନାନ୍ତର କରିଥିଲେ ।
ହନୁମାନ ଚଟଟିଏକ ମନ୍ଦିର । ଏହା ବିଷ୍ଣୁପ୍ରୟାଗଠାରୁ କିଛି ଦୂରରେ ଭଗବାନ ହନୁମାନଙ୍କୁ ଉତ୍ଶର୍ଗିତ ଏକ ମନ୍ଦିର ।