ବିହାର ପ୍ରଦେଶ ବ୍ରିଟିଶ ଭାରତର ଏକ ପ୍ରଦେଶ ଥିଲା, ଯାହା ୧୯୩୬ ମସିହାରେ ବିହାର ଓ ଓଡ଼ିଶା ପ୍ରଦେଶର ବିଭାଜନଦ୍ୱାରା ଗଠିତ ହୋଇଥିଲା ।
ବିହାର ପ୍ରଦେଶ | ||||||
ବ୍ରିଟିଶ ଭାରତର ରାଷ୍ଟ୍ରପତି ଓ ପ୍ରଦେଶ ।ପ୍ରଦେଶ of ବ୍ରିଟିଶ ଭାରତ | ||||||
| ||||||
| ||||||
ବ୍ରିଟିଶ ଭାରତର ୧୯୪୦ ମାନଚିତ୍ରରେ ବିହାର ପ୍ରଦେଶ | ||||||
Capital | ପାଟନା | |||||
History | ||||||
• | ବିହାର-ଓଡ଼ିଶା ବିଭାଜନ | ୧୯୩୬ | ||||
• | ଭାରତର ସ୍ୱାଧୀନତା | ୧୯୪୭ | ||||
Today part of |
୧୭୫୬ ମସିହାରେ ବିହାର ବଙ୍ଗଳାର ଏକ ଅଂଶ ଥିଲା । ୧୮୦୩ ମସିହା ଅକ୍ଟୋବର ୧୪ ତାରିଖରେ ଓଡ଼ିଶା ବ୍ରିଟିଶ ଶାସନ ଅଧୀନରେ ଥିଲା ।[୧] ୧୯୧୨ ମସିହା ମାର୍ଚ୍ଚ ୨୨ ତାରିଖରେ ଉଭୟ ବିହାର ଏବଂ ଓଡ଼ିଶା ବଙ୍ଗଳାରୁ ବିହାର ଓ ଓଡ଼ିଶା ପ୍ରଦେଶ ଭାବରେ ଅଲଗା ହୋଇଥିଲେ ।[୨] ୧୯୩୬ ମସିହା ଏପ୍ରିଲ ୧ରେ ବିହାର ଓ ଓଡ଼ିଶା ଅଲଗା ଅଲଗା ପ୍ରଦେଶରେ ପରିଣତ ହୋଇଥିଲେ ।[୩]
ଭାରତ ସରକାର ଅଧିନିୟମ୧୯୩୫ରେ ଏକ ପ୍ରାଦେଶିକ ବିଧାନ ସଭା ଏବଂ ଏକ ଦାୟିତ୍ୱବାନ ସରକାରର ନିର୍ବାଚନ ପାଇଁ ବ୍ୟବସ୍ଥା କରାଯାଇଥିଲା । ୧୯୩୭ରେ ନିର୍ବାଚନ ହୋଇଥିଲା ଏବଂ ଭାରତୀୟ ଜାତୀୟ କଂଗ୍ରେସ ଅଧିକାଂଶ ଆସନ ନେଇଥିଲା କିନ୍ତୁ ସରକାର ଗଠନ କରିବାକୁ ମନା କରିଦେଇଥିଲା । ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ସଂଖ୍ୟାଲଘୁ ଅସ୍ଥାୟୀ ସରକାର ଗଠନ ହୋଇଥିଲା ।[୪]
ମନ୍ତ୍ରୀ | ବିଭାଗ |
---|---|
ମହମ୍ମଦ ୟୁନୁସ୍ | ଗୃହ ଓ ଶିକ୍ଷା |
ଅଜିତ ପ୍ରସାଦ ସିଂହଦେଓ | ସ୍ଥାନୀୟ ସ୍ୱୟଂ ଶାସନ (ଚିକିତ୍ସା ଓ ଅବକାରୀ ସମେତ) |
ଅବଦୁଲ ୱାହାବ ଖାନ | ଅର୍ଥ ଓ ଜଳସେଚନ |
ଗୁର ସହାୟ ଲାଲ | ରାଜସ୍ୱ ଓ ବିକାଶ |
କଂଗ୍ରେସ ତା'ର ନିଷ୍ପତ୍ତି ବଦଳାଇ ୧୯୩୭ ଜୁଲାଇରେ କ୍ଷମତା ଗ୍ରହଣ କରିବାକୁ ସଂକଳ୍ପ ନେଇଥିଲା। ତେଣୁ ରାଜ୍ୟପାଳ ଶ୍ରୀକୃଷ୍ଣ ସିହ୍ନାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିଲେ।
ମନ୍ତ୍ରୀ | ବିଭାଗ |
---|---|
ଶ୍ରୀକୃଷ୍ଣ ସିହ୍ନା | ପ୍ରିମିୟର |
ଅନୁଗ୍ରହ ନାରାୟଣ ସିହ୍ନା | ଉପପ୍ରଧାନମନ୍ତ୍ରୀ, ଅର୍ଥ ଏବଂ ସ୍ଥାନୀୟ ସ୍ୱୟଂ ଶାସନ |
ସୟଦ ମହମୁଦ | ଶିକ୍ଷା |
ଜଗଲାଲ ଚୌଧୁରୀ | ଜନସ୍ୱାସ୍ଥ୍ୟ ଓ ଅବକାରୀ |
ନଭେମ୍ବର ୧୯୩୯ରେ ଗଭର୍ଣ୍ଣର ଜେନେରାଲଙ୍କ ଭାରତୀୟ ନେତାମାନଙ୍କ ସହ ପରାମର୍ଶ ନକରି ଜର୍ମାନୀ ବିରୋଧରେ ଯୁଦ୍ଧ ଘୋଷଣାର କରିଥିବାରୁ, ଅନ୍ୟ ପ୍ରଦେଶର କଂଗ୍ରେସ ମନ୍ତ୍ରଣାଳୟ ସହିତ ଶ୍ରୀକୃଷ୍ଣ ସିହ୍ନା ଇସ୍ତଫା ଦେଇଥିଲେ ଏବଂ ବିହାର ରାଜ୍ୟପାଳ ଶାସନ ଅଧୀନରେ ଆସିଥିଲା। ୧୯୪୬ରେ ଆଉ ଏକ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ କଂଗ୍ରେସର ଆଉ ଏକ ସଂଖ୍ୟାଗରିଷ୍ଠତା ମିଳିଥିଲା ଏବଂ ସିହ୍ନା ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇଥିଲେ ।
ଶେଷରେ ୧୫ ଅଗଷ୍ଟ ୧୯୪୭ରେ ବିହାର ପ୍ରଦେଶ ସ୍ୱାଧୀନ ଭାରତର ଅଂଶ ହୋଇଗଲା ।[୫]