ବୀଣା ବାନାର୍ଜୀ | |
---|---|
ଜନ୍ମ | [୧] | ୧୯ ଫେବୃଆରୀ ୧୯୪୩
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୭୭–ଏବେଯାଏଁ |
ବୈବାହିକ-ସାଥୀ | ଅଜୟ ବିଶ୍ୱାସ (ବିବାହ ବିଚ୍ଛେଦ) |
ପିତାମାତା | ପ୍ରଦୀପ କୁମାର |
ବୀଣା ବାନାର୍ଜୀ (ଜନ୍ମ: ୧୯ ଫେବୃଆରୀ ୧୯୪୩) ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ବଙ୍ଗଳା ଓ ହିନ୍ଦୀ କଥାଚିତ୍ର ଜଗତରେ କାମ କରନ୍ତି ।
ବୀଣା ୧୯୪୩ ମସିହା ଫେବୃଆରୀ ମାସରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ପ୍ରଦୀପ କୁମାର (୧୯୨୫-୨୦୦୧) ଜଣେ କଥାଚିତ୍ର ଅଭିନେତା ଥିଲେ । ଜନ୍ମ ସମୟରେ ତାଙ୍କ ନାମ ଥିଲା ବୀଣା ବତାବ୍ୟାଲ୍ । ସେ ଅଭିନେତା ତଥା କଥାଚିତ୍ର ନିର୍ଦ୍ଦେଶକ ଅଜୟ ବିଶ୍ୱାସଙ୍କୁ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ, ସେମାନଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା ।[୨] ତାଙ୍କ ପୁଅ ସିଦ୍ଧାର୍ଥ ବାନାର୍ଜୀ ଜଣେ ସହକାରୀ ନିର୍ଦ୍ଦେଶକ ଭାବରେ ହିନ୍ଦୀ କଥାଚିତ୍ର ହାଉସ୍ଫୁଲ୍ ୨ (୨୦୧୨) ଓ ହିମ୍ମତୱାଲା (୨୦୧୩) ରେ କାମ କରିଛନ୍ତି ।[୩]