Clinical data | |
---|---|
Pronunciation | bue tor’ fa nol[୧] |
Trade names | Stadol, others |
Synonyms | BC 2627 |
AHFS/Drugs.com | monograph |
MedlinePlus | a682667 |
Pregnancy category |
|
Routes of administration | IV, intranasal |
Legal status | |
Legal status |
|
Pharmacokinetic data | |
Bioavailability | Nasal: 60-70%; Sublingual: 25%-35%; PO 10% |
Metabolism | Liver hydroxylated & glucuronidated |
Onset of action | Within 15 min[୨] |
Elimination half-life | 4-7 hours |
Duration of action | Up to 5 hrs[୨] |
Excretion | Kidney, 75% Biliary, 11-14% Fecal, 15% |
Identifiers | |
| |
ECHA InfoCard | 100.050.717 |
Chemical and physical data | |
Formula | C21H29NO2 |
Molar mass | ୩୨୭.୪୭ g·mol−1 |
3D model (JSmol) | |
| |
| |
(verify) |
ବୁଟୋରଫାନୋଲ, ଅନ୍ୟମାନଙ୍କ ମଧ୍ୟରେ ବେପାର ନାମ ଷ୍ଟାଡୋଲ, ଯନ୍ତ୍ରଣାକୁ ଚିକିତ୍ସା କରିବା ପାଇଁ ବ୍ୟବହୃତ ଏକ ଓପିଓଏଡ <b id="mwDg">ଔଷଧ</b> । [୩] ନାକ ସ୍ପ୍ରେ ଭାବରେ ଏହା ଅଧକପାଳି ଚିକିତ୍ସା ପାଇଁ ବ୍ୟବହୃତ ହୋଇପାରେ ।[୧] ଶିରା କିମ୍ବା ମାଂସପେଶୀରେ ଇଞ୍ଜେକ୍ସନ ଦେଇ ମଧ୍ୟମରୁ ପ୍ରବଳ ଯନ୍ତ୍ରଣାର ଚିକିତ୍ସା ପାଇଁ ଏହା ବ୍ୟବହାର କରାଯାଇପାରେ । [୧] [୪] ଏହାର ପ୍ରଭାବ ଆରମ୍ଭ ୧୫ ମିନିଟ ମଧ୍ୟରେ ହୁଏ ଏବଂ ଏହା ୫ ଘଣ୍ଟା ପର୍ଯ୍ୟନ୍ତ ରହିପାରେ । [୨]
ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ଶ୍ୱାସକ୍ରିୟା ଅବସାଦ, ଦ୍ୱନ୍ଦ୍ୱ, ଉଚ୍ଚ ଅନୁଭବ, ଉତ୍ତେଜନା, ଗଲୁ, ଝାଳ, ବାନ୍ତି, ଏବଂ କୋଷ୍ଠକାଠିନ୍ୟ ଅନ୍ତର୍ଭୁକ୍ତ ହୋଇପାରେ । [୩] ଅପବ୍ୟବହାରର ସମ୍ଭାବନା ଥିବାବେଳେ ଏହା ମର୍ଫିନରୁ କମ୍ ଅଟେ । [୧] ଗର୍ଭାବସ୍ଥାରେ ଦୀର୍ଘକାଳୀନ ବ୍ୟବହାର ଶିଶୁର ନିଓନାଟାଲ ଆବଷ୍ଟିନାନ୍ସ ସିଣ୍ଡ୍ରୋମ ହୋଇପାରେ । [୫] ଏହାର ଆଗୋନିଷ୍ଟ - ଆଣ୍ଟାଗୋନିଷ୍ଟ ପ୍ରଭାବ µ ଏବଂ ĸ ଟାଇପ୍ ଓପିଏଟ ରିସେପ୍ଟରଗୁଡ଼ିକ ଉପରେ ହୁଏ । [୧]
୧୯୭୧ ମସିହାରେ ବୁଟୋରଫାନୋଲ ପେଟେଣ୍ଟ୍ ହୋଇଥିଲା ଏବଂ ୧୯୭୮ରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । [୬] [୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [୧] ଯୁକ୍ତରାଷ୍ଟ୍ରରେ ଇଞ୍ଜେକ୍ସନ ପାଇଁ ୧ ମିଗ୍ରା ଭାଏଲର ମୂଲ୍ୟ ପ୍ରାୟ ୬ ଡଲାର । [୭] ଯୁକ୍ତରାଷ୍ଟ୍ରରେ ଏହା ଏକ ସିଡ୍ୟୁ୪ ନିୟନ୍ତ୍ରିତ ପଦାର୍ଥ । [୧]