Renal agenesis | |
ବିଭାଗ | Nephrology |
---|---|
ଲକ୍ଷଣ | One kidney: None, high blood pressure, kidney failure[୧] Both kidneys: Poor lung development, death shortly after birth[୧] |
ଆକ୍ରାନ୍ତ ସମୟ | Present at birth[୧] |
ବିପଦ କାରକ | Genetic mutation, diabetes or certain medication during pregnancy[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Medical imaging[୨] |
ସଠିକ ରୋଗ ନିର୍ଣ୍ଣୟ | Kidney dysplasia, surgical removal[୨] |
ଚିକିତ୍ସା | Regular monitoring, treatment of high blood pressure[୨] |
ପୁନଃପୌନିକ | 1 in 2,000 (one kidney), 1 in 8,500 (both kidneys)[୧] |
ବୃକ୍କ ଜନ୍ମତୃଟି (ଇଂରାଜୀ ଭାଷାରେ Kidney agenesis) ହେଉଛି ଏକ ଜନ୍ମ ଦୋଷ ଯେଉଁଥିରେ ଗୋଟିଏ କିମ୍ବା ଉଭୟ ବୃକ୍କର ବିକାଶ ତୃଟିପୂର୍ଣ୍ଣ ହୋଇଥାଏ ।[୧] ଯଦି କେବଳ ଗୋଟିଏ ବୃକ୍କ ଜଡ଼ିତ ଥାଏ ତେବେ ଅନେକ ଲୋକଙ୍କର କୌଣସି ଲକ୍ଷଣ ନଥାଏ, ଯଦିଓ କେତେକ କ୍ଷେତ୍ରରେ ଉଚ୍ଚ ରକ୍ତଚାପ ଏବଂ ବୃକ୍କ ବିଫଳତା ସୃଷ୍ଟି ହୁଏ ।[୧] ଯଦି ଉଭୟ ବୃକ୍କ ଅନୁପସ୍ଥିତ ଥାଏ, ତେବେ ଫୁସଫୁସ ବିକାଶ ତୃଟିପୂର୍ଣ୍ଣ ହୁଏ ଏବଂ ଶିଶୁ ଜନ୍ମ ହେବାର କିଛି ସମୟ ପରେ ମରିଯାଏ ।[୧]
ଆରଇଟି ପ୍ରୋଟୋ-ଅଙ୍କୋଜିନ ଭଳି ଅନେକ ଜେନେଟିକ ପରିବର୍ତ୍ତନ ଯୋଗୁ ଏହି ଅବସ୍ଥା ସୃଷ୍ଟି ହୁଏ ।[୧] କେତେକ କ୍ଷେତ୍ରରେ ଅଟୋସୋମାଲ ଡୋମିନାଣ୍ଟ ବା ଅଟୋସୋମାଲ ରିସିସିଭ ଆକାରରେ ଏହି ରୋଗ ପରିବାରରେ ଚାଲୁ ରହେ ।[୧] ଅନ୍ୟାନ୍ୟ ବିପଦ କାରକଗୁଡ଼ିକ ମଧ୍ୟରେ ମଧୁମେହ ଏବଂ ଗର୍ଭାବସ୍ଥାରେ କିଛି ଔଷଧର ବ୍ୟବହାର ହୋଇପାରେ ।[୧] ମେଡିକାଲ ଇମେଜିଙ୍ଗ ମାଧ୍ୟମରେ ଜନ୍ମ ପୂର୍ବରୁ କିମ୍ବା ପରେ ଏହି ରୋଗ ନିର୍ଣ୍ଣୟ ହୋଇପାରେ ।[୨]
ଗୋଟିଏ ବୃକ୍କ ଥିବା ଲୋକଙ୍କର ନିୟମିତ କାର୍ଯ୍ୟ ଧାରା ଏବଂ ରକ୍ତଚାପର ନିୟମିତ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦିଆଯାଇଛି ।[୨] ଉଚ୍ଚ ରକ୍ତଚାପ ଥିଲେ ଏସିଇ ଇନହିବିଟର ସୁପାରିଶ କରାଯାଇପାରେ ।[୨] ପ୍ରାୟ ୨୦୦୦ ଲୋକଙ୍କ ମଧ୍ୟରୁ ଜଣକର ଗୋଟିଏ ବୃକ୍କ ପ୍ରଭାବିତ ହୁଏ ଏବଂ ୮୫୦୦ ଲୋକଙ୍କ ମଧ୍ୟରୁ ଜଣଙ୍କର ଉଭୟ ବୃକ୍କ ପ୍ରଭାବିତ ହୋଇଥାଏ ।[୧] ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କଠାରେ ଉଭୟ ବୃକ୍କ ଅଧିକ ପ୍ରଭାବିତ ହୋଇଥାଏ ।[୩]