ବେଣୁ ମାଧବ | |
---|---|
ଜନ୍ମ | କୋଡୋଡ, ସୂର୍ଯ୍ୟପେଟ ଜିଲ୍ଲା, ତେଲେଙ୍ଗାନା, ଭାରତ | ୩୦ ଡିସେମ୍ବର ୧୯୭୯
ମୃତ୍ୟୁ | ୨୫ ସେପ୍ଟେମ୍ବର ୨୦୧୯ | (ବୟସ ୫୦)
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତା |
ପୁରସ୍କାର | ନନ୍ଦି ପୁରସ୍କାର |
ବେଣୁ ମାଧବ (୩୦ ଡିସେମ୍ବର ୧୯୬୮ - ୨୫ ସେପ୍ଟେମ୍ବର ୨୦୧୯)[୧] ଜଣେ ଭାରତୀୟ କଥାଚିତ୍ର ଅଭିନେତା, ଦୂରଦର୍ଶନ ଉପସ୍ଥାପକ ଏବଂ ହାସ୍ୟ ଅଭିନେତା ଥିଲେ, ଯିଏକି ମୁଖ୍ୟତଃ ତେଲୁଗୁ, ତାମିଲ ଓ କନ୍ନଡ଼ କଥାଚିତ୍ର ଜଗତରେ କାର୍ଯ୍ୟ କରୁଥିଲେ । ତେଲୁଗୁ କଥାଚିତ୍ର ଜଗତରେ କାର୍ଯ୍ୟ କରୁଥିବା ଅଭିନେତାମାନଙ୍କ ମଧ୍ୟରେ ସେ ଜଣେ ଜଣାଶୁଣା ହାସ୍ୟ ଅଭିନେତା ଥିଲା, ଯିଏକି ୬୦୦ରୁ ଉର୍ଦ୍ଧ୍ୱ ତେଲୁଗୁ କଥାଚିତ୍ରରେ ଅଭିନୟ କରିଥିଲେ ।[୨] ୧୯୯୭ ମସିହାର ତେଲୁଗୁ କଥାଚିତ୍ର ମାଷ୍ଟର ଏବଂ ୧୯୯୮ର ତେଲୁଗୁ କଥାଚିତ୍ର ଥୋଲି ପ୍ରେମା ଭଳି ବଡ଼ ବଡ଼ ସଫଳ ଚଳଚ୍ଚିତ୍ରରେ ସେ ଦୃଷ୍ଟାନ୍ତମୂଳକ ଅଭିନୟ କରିଥିଲେ, ଯାହାକି ତାଙ୍କ ଅଭିନୟ ଜୀବନର ମୋଡ଼ ବଦଳେଇଦେଇଥିଲା ।[୩][୪]
୨୦୦୬ ମସିହାରେ ତାଙ୍କୁ ତେଲୁଗୁ ଚଳଚ୍ଚିତ୍ର ଲକ୍ଷ୍ମୀ ପାଇଁ ରାଜ୍ୟ ନନ୍ଦି ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ମିଳିଥିଲା । ତାଙ୍କୁ ଦୁଇଥର ସିନେମାଆ ପୁରସ୍କାର ମଧ୍ୟ ମିଳିଛି ।[୫]
ବେଣୁ ମାଧ୍ୟବ ୧୯୬୮ ମସିହାର ଡିସେମ୍ବର ମାସ ୩୦ ତାରିଖରେ ତେଲେଙ୍ଗାନାର ସୁର୍ଯ୍ୟପେଟ ଜିଲ୍ଲାର କୋଡାଡଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଦୁଇଜଣ ଭାଇ ଏବଂ ଦୁଇଜଣ ଭଉଣୀ ଅଛନ୍ତି । ତାଙ୍କ ପତ୍ନୀଙ୍କ ନାମ ଶ୍ରୀ ବାଣୀ ଏବଂ ମାଧବ ସ୍ୱୀକାର ଏବଂ ମାଧବ ପ୍ରଭାକର ନାମକ ତାଙ୍କର ଦୁଇ ପୁଅ ଅଛନ୍ତି ।[୬]
୨୦୧୯ ମସିହାର ସେପ୍ଟେମ୍ବର ମାସ ୨୫ ତାରିଖରେ ବେଣୁ ମାଧବ ସିକନ୍ଦରାବାଦର ଯଶୋଦା ହସ୍ପାତାଳରେ ମୃତ୍ୟୁବରଣ କରିଥିଲେ ।[୬] ସେ ବୃକକ ଏବଂ କଲିଜ ଜନିତ ସମସ୍ୟା ପାଇଁ ମୃତ୍ୟୁବରଣ କରିଥିଲେ ।[୬]
{{cite web}}
: |first3=
has numeric name (help)CS1 maint: extra punctuation (link) CS1 maint: numeric names: authors list (link)