Bennett fracture | |
---|---|
ବିଭାଗ | Plastic surgery, orthopedics |
ଲକ୍ଷଣ | Thumb swelling and pain.[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | X-rays[୧] |
ସଠିକ ରୋଗ ନିର୍ଣ୍ଣୟ | Rolando fracture, other first metacarpal fractures[୨] |
ଚିକିତ୍ସା | Surgery, casting[୨] |
Prognosis | Good if bones realigned[୧] |
ପୁନଃପୌନିକ | Relatively common[୩] |
ବେନେଟ୍ଟ ଅସ୍ଥିଭଗ୍ନ ହେଉଛି ଏକ ପ୍ରକାର ଭଙ୍ଗା ଆଙ୍ଗୁଠି ଯାହା ବୁଢା ଆଙ୍ଗୁଠିର ମୂଳରେ ହୋଇ ନକଲ ପର୍ଯ୍ୟନ୍ତ ଯାଇଥାଏ ।[୪] [୧] ଲକ୍ଷଣଗୁଡିକ ମଧ୍ୟରେ ସାଧାରଣତଃ ଆଙ୍ଗୁଠି ଫୁଲିଯିବା ଏବଂ ଯନ୍ତ୍ରଣା ହୋଇପାରେ ।[୧] ସଂପୃକ୍ତ ଆଘାତରେ ଆଙ୍ଗୁଠି କିମ୍ବା ଟ୍ରାପିଅମ ଅସ୍ଥିଭଗ୍ନ ବା ଅଲନାର କୋଲାଟେରାଲ୍ ଲିଗାମେଣ୍ଟ୍ ଆଘାତ ହୋଇପାରେ ।[୧]
ଏହାର କାରଣରେ ସାଧାରଣତଃ ଆଙ୍ଗୁଠିର ଲମ୍ବା ଅକ୍ଷରେ ଏକ ଶକ୍ତି ଲାଗିଲେ ଭଗ୍ନ ହୁଏ ।[୧] ରୋଗ ନିର୍ଣ୍ଣୟ ରଞ୍ଜନରଶ୍ମିଦ୍ୱାରା ସମର୍ଥିତ ହୁଏ ।[୧] ପ୍ରାୟ ସବୁବେଳେ କାର୍ପୋମେଟାକାରପାଲ ଗଣ୍ଠି କିଛି ମାତ୍ରାରେ ବିଛିନ୍ନ ହୋଇଥାଏ ।[୨]
ଏହାର ଚିକିତ୍ସାରେ ପ୍ରାୟ ଅସ୍ତ୍ରୋପଚାର ଆବଶ୍ୟକ ହୁଏ; କିଛି କ୍ଷେତ୍ରରେ ହାଡ଼ଗୁଡିକ ନିଜ ସ୍ଥାନରେ ଥିଲେ ୩ରୁ ୪ସପ୍ତାହ ପର୍ଯ୍ୟନ୍ତ ଏକ ଆଙ୍ଗୁଠି ସ୍ପାଇକାରେ କାଷ୍ଟିଂ କଲେ ଯଥେଷ୍ଟ ହୋଇପାରେ ।[୫] [୨] ଯଦି ହାଡ଼ଗୁଡିକ ଚିକିତ୍ସା ଯୋଗୁ ଭଲ ଭାବରେ ନିଜ ସ୍ଥାନରେ ରହିଯାଏ ତେବେ ଫଳାଫାଲ ଭଲ ହୁଏ ।[୧] ଅନ୍ୟଥା ପରବର୍ତ୍ତୀ ସମୟରେ ଆର୍ଥ୍ରାଇଟିସ ହୋଇ ନିୟମିତ କାର୍ଯ୍ୟ ହ୍ରାସ ହୋଇପାରେ ।[୨]
ଆଙ୍ଗୁଠିର ମୂଳରେ ସବୁଠାରୁ ସାଧାରଣ ଭଙ୍ଗା ହେଉଛି ବେନେଟ୍ ଭଙ୍ଗା ।[୩][୧] ମହିଳାଙ୍କ ତୁଳନାରେ ପୁରୁଷମାନେ ୧୦ ଗୁଣ ଅଧିକ ଆଘାତ ପ୍ରାପ୍ତ ହୁଅନ୍ତି | [୩] ଏହା ଏଡୱାର୍ଡ ହାଲାରାନ୍ ବେନେଟ୍ଟ ନାମରେ ନାମିତ ହୋଇଛି ।[୩]