![]() Fab fragment of belimumab. ଛାଞ୍ଚ:PDB. | |
Monoclonal antibody | |
---|---|
Type | Whole antibody |
Source | Human |
Target | B-cell activating factor (BAFF, BLyS) |
Clinical data | |
Trade names | Benlysta |
Synonyms | LymphoStat-B |
AHFS/Drugs.com | monograph |
MedlinePlus | a611027 |
data | |
Pregnancy category | |
Routes of administration | Intravenous |
Legal status | |
Legal status | |
Chemical and physical data | |
Formula | C6714H10428O2102S52 |
Molar mass | ୧,୨୬,୪୫୦.୩0 g·mol−1 |
(verify) |
ବେଲିମୁମାବ, ବେପାର ନାମ ବେନିଷ୍ଟା, ଏକ ଔଷଧ ଯାହା ସିଷ୍ଟମିକ୍ ଲୁପୁସ୍ ଏରିଥେମାଟୋସ୍ (SLE) କିମ୍ବା ଲୁପୁସ ବୃକ୍କ ପ୍ରଦାହ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୪] ଏହା ଅନ୍ୟାନ୍ୟ ଚିକିତ୍ସା ସହିତ ଏହା ବ୍ୟବହୃତ ହୁଏ, ଯେତେବେଳେ ସେଗୁଡ଼ିକ ପର୍ଯ୍ୟାପ୍ତ ନୁହେଁ । [୫] ଏହା ଏକ ଶିରାରେ କିମ୍ବା ଚର୍ମ ତଳେ ଇଞ୍ଜେକ୍ସନ ଆକାରରେ ଦିଆଯାଏ |।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ୱାସନଳୀ ସଂକ୍ରମଣ, ତରଳ ଝଡ଼ା ଏବଂ ହର୍ପିସ ଜୋଷ୍ଟର ହୋଇପାରେ । [୬] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଇନଫ୍ୟୁଜନ୍ ପ୍ରତିକ୍ରିୟା, ପ୍ରଗତିଶୀଳ ମଲ୍ଟିଫୋକାଲ୍ ଲ୍ୟୁକୋଏନସେଫାଲୋପାଥି, ଅବସାଦ ଏବଂ ଆନାଫାଇଲକ୍ସିସ୍ ହୋଇପାରେ । [୨] [୪] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ବି-ସେଲ୍ ଆକ୍ଟିଭିଟିଙ୍ଗ୍ ଫ୍ୟାକ୍ଟର୍ (BAFF)କୁ ମଧ୍ୟ ସଂଲଗ୍ନ ଓ ଅବରୋଧ କରି ବି- ଲିମ୍ଫୋସାଇଟର ଆୟୁଷକୁ ହ୍ରାସ କରେ । [୨]
୨୦୧୧ରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ବେଲିମୁମାବକୁ ଅନୁମୋଦନ କରାଯାଇଥିଲା। [୬] [୪] [୫] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ୪୦୦ ମିଗ୍ରାର ମୂଲ୍ୟ ପ୍ରାୟ ୪୦୫ ଡଲାର ଅଟେ। । [୭]