Age spot | |
---|---|
Liver spot, solar lentigo,[୧] lentigo senilis,[୧]:686 old age spot,[୨] senile freckle[୨] | |
ବିଭାଗ | Dermatology |
ଲକ୍ଷଣ | Darker areas of skin[୩] |
ଅବଧି | Long-term[୩] |
କାରଣ | Sun exposure[୩] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on examination[୩] |
ସଠିକ ରୋଗ ନିର୍ଣ୍ଣୟ | Melanoma, freckles, seborrheic keratosis, multiple lentigines syndrome[୩][୪] |
ପ୍ରତିକାର | Sunscreen, avoiding the sun[୩] |
ଚିକିତ୍ସା | Cryotherapy, laser therapy[୫] |
Prognosis | Good[୩] |
ପୁନଃପୌନିକ | Very common[୩] |
ବୟସ ଦାଗ, (ଇଂରାଜୀରେ ଅନ୍ୟ ନାମ solar lentigo, "lentigo senilis", "old age spot", "senile freckle"), ବାର୍ଦ୍ଧକ୍ୟ ସହିତ ଜଡିତ ଚର୍ମର କଳା ଦାଗମାନଙ୍କୁ କୁହାଯାଏ । [୩] ସେଗୁଡ଼ିକ ହାଲୁକା ହଳଦିଆ, ବାଦାମୀ, କଳା ପର୍ଯ୍ୟନ୍ତ ରଙ୍ଗ ହୋଇଥାଏ । [୩] [୬] ସେମାନଙ୍କର ଆକୃତି ପରିବର୍ତ୍ତନଶୀଳ ଏବଂ ଅନେକ ସେଣ୍ଟିମିଟର ପର୍ଯ୍ୟନ୍ତ ହୋଇପାରେ । [୩] ସେମାନଙ୍କର ଏକ ନିର୍ଦ୍ଦିଷ୍ଟ ସୀମା ରେଖା ଥାଏ । [୩] ସୂର୍ଯ୍ୟ କିରଣ ଦେହାରେ ବାରମ୍ବାର ପଢ଼ୁଥିଲେ ଏହି ଦାଗ ଦଳ ଭାବରେ ମଧ୍ୟ ଦେଖାଯାଏ । [୩]
ଏହାର କାରଣ ହେଉଛି ସୂର୍ଯ୍ୟ କିରଣ | [୩] [୭] ଏହାର ଅନ୍ତର୍ନିହିତ ପ୍ରଣାଳୀରେ ପିଗମେଣ୍ଟ ମେଲାନିନର ଜମା ହୋଇଯାଏ । [୩] ପରୀକ୍ଷା ଉପରେ ରୋଗ ନିର୍ଣ୍ଣୟ ଆଧାରିତ। [୩] ଅସ୍ପଷ୍ଟ କ୍ଷେତ୍ରରେ ଏକ ବାୟୋପ୍ସି କରାଯାଇପାରେ । [୩]
ଏହି ଅବସ୍ଥା ଗୁରୁତର ନୁହେଁ। [୩] ଚିକିତ୍ସାରେ କ୍ରାଓଥେରାପି କିମ୍ବା ଲେଜର ଥେରାପି ବ୍ୟବହାର କରାଯାଏ । [୫] ପ୍ରଭାବିତ ଅଞ୍ଚଳରେ ୩୦% ଟ୍ରାଇକ୍ଲୋରୋଆସେଟିକ୍ ଏସିଡ୍ ବ୍ୟବହାର ସହାୟକ ହୋଇପାରେ । [୬] ହାଇଡ୍ରୋକ୍ଇନୋନ ସାହାଯ୍ୟରେ ଚର୍ମ ଧଳା କରିବାର ପ୍ରୟାସ ଫଳପ୍ରଦ ନୁହେଁ। [୩] ଚିକିତ୍ସା ବିନା ଏହା ଏକ ଦୀର୍ଘକାଳୀନ ଅବସ୍ଥା ହୋଇ ରହେ | [୩] ପ୍ରତିରୋଧ ନିମନ୍ତେ ସୌର ପରଦା ବ୍ୟବହାର ସୂର୍ଯ୍ୟ କିରଣ ଏଡ଼େଇ ଦିଆଯାଏ । [୩]
ଏହି ରୋଗ ଅତି ସାଧାରଣ, ବିଶେଷତଃ ୪୦ ବର୍ଷ ବୟସ ପରେ । [୩] ସେମାନେ କକେସିଆନ୍ ଏବଂ ଏସୀୟମାନଙ୍କଠାରେ ଏହି ଦାଗ ଅଧିକ ଦେଖାଯାଏ । [୪] ଏହାକୁ ବେଳେବେଳେ "ଯକୃତ ଦାଗ" କୁହାଯାଏ କିନ୍ତୁ ସେମାନଙ୍କର ଯକୃତ ସମସ୍ୟା ସହିତ କୌଣସି ସମ୍ପର୍କ ନାହିଁ । [୫]