ଭଜନ ସୋପୋରୀ | |
---|---|
Background information | |
ଜନ୍ମ ସମୟରେ ନାମ | ଭଜନ ଲାଲ ସୋପୋରୀ |
ଜନ୍ମ | ୧୯୪୮ ଶ୍ରୀନଗର, ଜମ୍ମୁ ଓ କାଶ୍ମୀର |
ମୃତ୍ୟୁ | ୨ ଜୁନ ୨୦୨୨ (ବୟସ ୭୩-୭୪) ଗୁରୁଗ୍ରାମ, ହରିଆନା |
ଶୈଳୀ | ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଏବଂ ସୁଫୀ ସଙ୍ଗୀତ |
ପେଷା | ସଙ୍ଗୀତଜ୍ଞ |
ବାଦ୍ୟଯନ୍ତ୍ର | ସନ୍ତୁର |
ଭଜନ ସୋପୋରୀ ( ୧୯୪୮-୨ ଜୁନ ୨୦୨୨)[୧][୨] ଜଣେ ଭାରତୀୟ ସନ୍ତୁର ବାଦକ ଥିଲେ ।[୩] ଜାମ୍ମୁ ଓ କାଶ୍ମୀର ରାଜ୍ୟ ସହିତ ଭାରତର ଅନ୍ୟରାଜ୍ୟମାନଙ୍କ ସାଂସ୍କୃତିକ ସଂହତିର ସେତୁବନ୍ଧ ଭାବରେ ସେ କାର୍ଯ୍ୟ କରୁଥିଲେ । ତାଙ୍କୁ ୧୯୯୨ ମସିହାରେ ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ଓ ୨୦୦୪ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ୨୦୧୬ ମସିହାର ସାଧାରଣତନ୍ତ୍ର ଦିବସରେ ତାଙ୍କୁ ଜାମ୍ମୁ ଓ କାଶ୍ମୀରରାଜ୍ୟ ତରଫରୁ ଜୀବନବ୍ୟାପୀ ଅବଦାନ ସମ୍ମାନ ପ୍ରଦାନ କରାଯାଇଥିଲା ।[୪]
ଭଜନ ସୋପୋରୀ, କାଶ୍ମୀରର ସୋପୋରୀ ପରିବାର ସହ ସଂପୃକ୍ତ । ତାଙ୍କ ପୂର୍ବପୁରୁଷମାନେ ସନ୍ତୁର ବାଦ୍ୟଯନ୍ତ୍ରର ବିଶେଷଜ୍ଞ ଥିଲେ । ସେ ଭାରତୀୟ ସାଂସ୍କୃତିକ ସଙ୍ଗୀତର ସୁଫିୟାନା ଘରାନାର ଅଂଶବିଶେଷ ।[୫] ତାଙ୍କ ପୂର୍ବପୁରୁଷମାନେ ୬ ପୁରୁଷଧରି ସନ୍ତୁର ବାଦନ ସହିତ ସଂପୃକ୍ତ ।[୬] ଭଜନ, ନିଜ ବାପା ଏସ ସି ସୋପୋରୀ ଓ ଜେଜେ ବାବା ଶମ୍ଭୁନାଥଙ୍କଠାରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ । ୱାଶିଂଟନ ବିଶ୍ୱବିଦ୍ୟାଳୟରୁ ସେ ପାଶ୍ଚାତ୍ୟ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ ।
ତାଙ୍କ ପୁତ୍ର ଅଭୟ ରୁସ୍ତମ ସପୋରୀ ମଧ୍ୟ ଜଣେ ସନ୍ତୁର ବାଦକ ।
୧୦ ବର୍ଷ ବୟସରେ ଭଜନ ସୋପୋରୀ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ନିଜ ଜୀବନର ପ୍ରଥମ ମଞ୍ଚ ପ୍ରଦର୍ଶନ କରିଥିଲେ ।[୫] ନିଜେ ସଙ୍ଗୀତ ଶିକ୍ଷା କରିଥିବା ୱାଶିଂଟନ ବିଶ୍ୱବିଦ୍ୟାଳୟରେ, ସେ ପରେ ସଙ୍ଗୀତ ଶିକ୍ଷାଦାନ କରିଥିଲେ । ତାଙ୍କ ସଙ୍ଗୀତକୁ ବିଶ୍ୱବ୍ୟାପୀ ସାମାପା ( ସୋପୋରୀ ଏକାଡ଼େମୀ ଫର ମ୍ୟୁଜିକ ଆଣ୍ଡା ପରଫରମିଙ୍ଗ ଆକ୍ଟ ) ନାମରେ ଏକ ସଙ୍ଗୀତ ଅନୁଷ୍ଠାନ ପ୍ରତିଷ୍ଠା କରି ସେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷାଦାନ କରନ୍ତି ।[୭] ଏହି ଅନୁଷ୍ଠାନ ଜେଲବାସୀମାନଙ୍କୁ ମଧ୍ୟ ସଙ୍ଗୀତ ଶିକ୍ଷାଦେଇ ତାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଚେଷ୍ଟା କରିଥାଏ ।[୮] ୨୦୧୧ ମସିହାରେ ଏହି ଅନୁଷ୍ଠାନକୁ ଡୋଗରୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।[୯] ୨୦୧୫ ମସିହାରୁ ଏହି ଅନୁଷ୍ଠାନଦ୍ୱାରା ସାମାପା ପୁରସ୍କାର ମଧ୍ୟ ପ୍ରଦାନ କରାଯାଉଛି ।[୧୦]