![]() Breast engorgement in a women who is breastfeeding | |
ବିଭାଗ | Family medicine |
---|---|
ଲକ୍ଷଣ | Painful and hard breasts[୧] |
ଆକ୍ରାନ୍ତ ସମୟ | Shortly following delivery[୨] |
ଅବଧି | Up to 2 weeks[୨] |
ବିପଦ କାରକ | Not enough breastfeeding, ineffective feeding, excessive milk production, breast implants[୨] |
ସଠିକ ରୋଗ ନିର୍ଣ୍ଣୟ | Mastitis, blocked milk duct, breast abscess, yeast infection[୧] |
ଚିକିତ୍ସା | Removing milk, specifically designed bra, ibuprofen or acetaminophen (paracetamol), applying cold[୧][୨] |
ପୁନଃପୌନିକ | 15% to 50% of women[୨] |
ଭରା ସ୍ତନ ହୁଏ ଯେତେବେଳେ ସ୍ତନ କ୍ଷୀରରେ ପରିପୂର୍ଣ୍ଣ ହୋଇଯାଏ ।[୧] ଏହାର ଲକ୍ଷଣ ମଧ୍ୟରେ ସ୍ତନରେ ଯନ୍ତ୍ରଣା ଏବଂ କଠିନ ଅନୁଭବ ହୁଏ ।[୧] ସ୍ତନାଗ୍ର ସମତଳ ହୋଇଯାଏ ଯେଉଁଥିପାଇଁ ଶିଶୁକୁ କ୍ଷୀର ପାନ କରେଇବା କଷ୍ଟକର ହୋଇପାରେ[୧] ପ୍ରସବ ପରବର୍ତ୍ତୀ ଦିନମାନଙ୍କରେ ଉଭୟ ସ୍ତନ ଜଡ଼ିତ ହେବା ଆରମ୍ଭ ହୁଏ ।[୨] [୩] ଜଟିଳତା ମଧ୍ୟରେ ମାସ୍ଟାଇଟିସ, ଫାଟିଯାଇଥିବା ସ୍ତନାଗ୍ର କିମ୍ବା ମହିଳାମାନେ ସ୍ତନ୍ୟପାନ ବନ୍ଦ କରୁଥିବା ହୋଇପାରେ । [୨]
ସ୍ତନ କ୍ଷୀରର ଅଣ-ପର୍ଯ୍ୟାପ୍ତ ଅପସାରଣ ଯୋଗୁଁ ଏହା ସାଧାରଣତଃ ଘଟିଥାଏ ।[୨] ଯଥେଷ୍ଟ ସ୍ତନ୍ୟପାନ ନ କରାଇବା, ପ୍ରଭାବହୀନ ଖାଇବା କିମ୍ବା ଅତ୍ୟଧିକ କ୍ଷୀର ଉତ୍ପାଦନ ହେତୁ ଏହା ହୋଇପାରେ ।[୨] ଅନ୍ୟାନ୍ୟ ବିପଦ କାରକଗୁଡ଼ିକ ମଧ୍ୟରେ ସ୍ତନ ପ୍ରତିରୋପଣ ହୋଇପାରେ ।[୨]
ସ୍ତନ୍ୟପାନ କରାଇଲେ କିମ୍ବା ହାତରେ କିଛି କ୍ଷୀର ବାହାର କରିଦେଲେ ଏହି ଅବସ୍ଥାର ଉନ୍ନତି ହୋଇପାରେ ।[୧] ହାତରେ କ୍ଷୀର ବାହାର କରିଦେଲେ କ୍ଷୀର ଉତ୍ପାଦନ ବୃଦ୍ଧି ପାଇପାରେ ।[୪] ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକ ମଧ୍ୟରେ ବିଶେଷ ଭାବରେ ତିଆରି ବ୍ରା ପିନ୍ଧିବା, ଆଇବୁପ୍ରୋଫେନ୍ କିମ୍ବା ଆସେଟାମିନୋଫେନ (ପାରାସିଟାମୋଲ) ଗ୍ରହଣ କରିବା, ଥଣ୍ଡା ଜେଲ ପ୍ୟାକ୍ କିମ୍ବା କୋବି ପତ୍ର ପ୍ରୟୋଗ କରିବା ଅନ୍ତର୍ଭୁକ୍ତ ହୋଇପାରେ ।[୧] [୨] ସାଧାରଣତଃ ପ୍ରସବ କରିବାର ୨ ସପ୍ତାହ ମଧ୍ୟରେ ଲକ୍ଷଣର ଉନ୍ନତି ହୁଏ ।[୨] ଏହି ଅବସ୍ଥାରେ ପ୍ରାୟ ୧୫%ରୁ ୫୦% ମହିଳା ପ୍ରଭାବିତ ହୁଅନ୍ତି ।[୨]