ଭାଙ୍ଗରା (ପଞ୍ଜାବୀ: ਭੰਗੜਾ (Gurmukhi), بھنگڑا (Shahmukhi); ଉଚ୍ଚାରଣ [pə̀ŋɡɽaː]) Listen ଶବ୍ଦ ପଞ୍ଜାବ ଅଞ୍ଚଳର 'ମଝାରେ ଉତ୍ପତ୍ତି ହୋଇଥିବା ଏକ ପାରମ୍ପରିକ ନୃତ୍ୟକୁ ବୁଝାଇଥାଏ,[୧] ଯାହା ଭାରତର ପଞ୍ଜାବରୁ ଉତ୍ପତ୍ତି ହୋଇଥିବା ପାରମ୍ପରିକ ଭାଙ୍ଗରାଠାରୁ ମୁକ୍ତ ଏବଂ ଆଧୁନିକ ଭାଙ୍ଗରା ପ୍ରବାସୀ ପଞ୍ଜାବୀଦ୍ୱାରା ଉନ୍ନତ କରାଯାଇଅଛି ।
ପାରମ୍ପରିକ ଭଙ୍ଗରାର ଉତ୍ପତ୍ତି ଅନୁମାନ କରାଯାଏ । ଆଇ ଏସ୍ ଧିଲୋଂଙ୍କ କହିବା ଅନୁଯାୟୀ, ଭାଙ୍ଗରା ପଞ୍ଜାବୀ ସାମରିକ ନୃତ୍ୟ 'ବାଗା' ସହ ସମ୍ପୃକ୍ତ ।[୨] ତଥାପି ମଝାର ଲୋକନୃତ୍ୟ ସିଆଲକୋଟରୁ ଆରମ୍ଭ ହୋଇଥିଲା ଓ ଗୁଜରନୱାଲା, ଶେଖପୁର, ଗୁଜରାଟ (ପଞ୍ଜାବର ଜିଲ୍ଲା, ପାକିସ୍ତାନ) ଓ ଗୁରଦାସପୁର (ପଞ୍ଜାବର ଜିଲ୍ଲା, ଭାରତ) ପ୍ରଭୃତିରେ ଆଦର ପାଇଥିଲା ।[୩][୪][୫] ଭାଙ୍ଗରାର ପାରମ୍ପରିକ ଶୈଳୀ, ଯାହା ସିଆଲକୋଟର ଗାଁରେ ନୃତ୍ୟ କରାଯାଇଥାଏ, ତାହାକୁ ସାଧାରଣ ମାପକ ଭାବେ ଧରାଯାଏ ।[୬] ଯଦିଓ ପାରମ୍ପରିକ ଭଙ୍ଗରା ନୃତ୍ୟ କରାଯାଉଥିବା ମୁଖ୍ୟ ଜିଲ୍ଲାଗୁଡ଼ିକ ପାକିସ୍ତାନର ପଞ୍ଜାବରେ ଅଛି, ତେବେ ଭାରତରେ ଥିବା ପଞ୍ଜାବର ଗୁରଦାସପୁର ଜିଲ୍ଲା ଓ ହୋସିଆରପୁର ଜିଲ୍ଲାରେ ପାରମ୍ପରିକ ଭାଙ୍ଗରାର ସମ୍ପ୍ରଦାୟିକ ରୂପକୁ ବଜାୟ ରଖାଯାଏ ।[୭] ଋତୁଭିତ୍ତିକ ନୃତ୍ୟ ହେତୁ, ପାରମ୍ପରିକ ଭାଙ୍ଗରା ବୈଶାଖୀ ପର୍ବର ମାସରେ ଅଭ୍ୟାସ କରାଯାଏ । ଏହି ମାସରେ ଅମଳ, ମୁଖ୍ୟତଃ ଗହମ ଶସ୍ୟ କଟାଯାଏ । ଆଞ୍ଚଳିକ ମେଳା ବୈଶାଖୀ ପର୍ବର ଚିହ୍ନ ସ୍ୱରୂପ ଥାଏ । ଶସ୍ୟ କଟାଯିବା ଓ ବୈଶାଖୀ ପର୍ବ ପାଳନ ପରେ ଭାଙ୍ଗରା ନୃତ୍ୟ ପୁରୁଷମାନଙ୍କ ନୃତ୍ୟ ଭାବେ ଏକୁଟିଆ ପାଳନ କରାଯାଏ ।
ପାରମ୍ପରିକ ଭାଙ୍ଗରା ଏକ ବୃତ୍ତରେ ପାଳନ କରାଯାଏ ।[୮] ଏବଂ ପାରମ୍ପରିକ ନୃତ୍ୟ ଛାନ୍ଦ ପକାଯାଏ । ଆଞ୍ଚଳିକ ଗୀତ ଅନୁସାରେ ବାଜା ବଜାଯାଏ ଓ ଏହା ସହିତ ମଝାର ବିଶିଷ୍ଟ ଅଞ୍ଚଳିକ ସଙ୍ଗୀତ ଢୋଲା ମଧ୍ୟ ବୋଲାଯାଏ । ନିମ୍ନଲିଖିତ ଗୀତଟି ଢୋଲାର ଏକ ଉଦାହରଣ:[୯]
ਕੰਨਾ ਨੂੰ ਬੁੰਦੇ ਸਿਰ ਛੱਤੇ ਨੇ ਕਾਲੇ
ਦਹੀ ਦੇ ਧੋਤੇ ਮੇਰੇ ਮੱਖਣਾ ਦੇ ਪਾਲੇ
ਰੱਲ ਮਿਟੀ ਵਿੱਚ ਗਏ ਨੇ
ਸੱਜਣ ਕੌਲ ਨਹੀ ਪਾਲੇ
ਤੇਰੇ ਬਾਝੋਂ ਵੇ ਢੋਲਿਆ
ਸਾਨੂੰ ਕੌਣ ਸੰਭਾਲੇ
ଅନୁବାଦ:
କନ ନୁ ବୁନ୍ଦେ ସେର ଛାତେ କଲେ
ଦାହି ଦେ ଧୋତେ ମେରେ ମଖନା ଦେ ପାଲେ
ରାଲ୍ ମିଟ୍ଟି ଭିଚ ଗୟେ ନେ
ସାଜନ କୋଲ ନହି ପାଲେ
ତେରେ ବାଜୋ ୱେ ଢୋଲେୟା
ସାନୁ କୌନ ସମ୍ଭାଲୟା
ପାରମ୍ପରିକ ଭାଙ୍ଗରା ବର୍ତ୍ତମାନ ଅମଳ ଋତୁ ଛଡା ଅନ୍ୟ ପର୍ବ ସମୟରେ ମଧ୍ୟ ପରିବେଷଣ କରାଯାଏ ।[୧୦] ଓ ପାକିସ୍ତାନରେ ଲୋକପ୍ରିୟ ମଧ୍ୟ ।[୧୧]
ପାରମ୍ପରିକ ଭାଙ୍ଗରା ଜମ୍ମୁରୁ ଆମଦାନୀ ହୋଇଛି ।[୧୨][୧୩][୧୪][୧୫][୧୬] ଏହାର ସମତଳ ଭୂମି[୧୭] ପଞ୍ଜାବ ସମତଳ ଭୂମି ସହ ସମାନ ହୋଇଯାଇଛି ଏବଂ ଏହି ନୃତ୍ୟ ସହ, ଅନ୍ୟ ପଞ୍ଜାବୀ ଲୋକନୃତ୍ୟ ଯଥା: ଗିଢା ଓ ଲୁଡି ପ୍ରଭୃତି ସହ ଏକାଠି ହୋଇଯାଇଛି ।[୧୮] ପଞ୍ଜାବୀ ଭାଷାର ପ୍ରଭାବ ଯେତେବେଳେ ଜମ୍ମୁରେ ଲୋକମାନେ ନୃତ୍ୟ କରୁଥାନ୍ତି, ସେତେବେଳେ ଦେଖିବାକୁ ମିଳେ ।[୧୯] କାରଣ ଏହା ପଞ୍ଜାବୀ ଅଞ୍ଚଳ ମଧ୍ୟରେ ଯାଉଛି ଓ ପଞ୍ଜାବ ସହ ସମ୍ବନ୍ଧ ଭାଗ କରେ ।[୨୦]
୧୯୪୭ରେ ପଞ୍ଜାବ ଅଞ୍ଚଳ ଭାଗ ହେବା ପରେ, ସମସ୍ତ ବିଶ୍ୱାସର ପୁରୁଷମାନେ ଏକାଠି ଭାଙ୍ଗରା ନାଚିଥିଲେ । ତଥାପି ୧୯୪୭ ପରେ ବହୁତ ଲୋକ ନୂଆ ରାଷ୍ଟ୍ର ପାକିସ୍ତାନ ଓ ଭାରତ ମଧ୍ୟରେ ପୁନଃସ୍ଥାପିତ ହୋଇଗଲେ । ଭାଙ୍ଗରା ଅଭ୍ଯାସ କରାଯୌଥିବା ବହୁ ସ୍ଥାନ ପାକିସ୍ତାନରେ ରହିଗଲା । ତେବେ ଶିଖ ଓ ହିନ୍ଦୁ ଅଭ୍ୟାସକାରୀମାନେ ଭାରତୀୟ ପଞ୍ଜାବକୁ ଫେରିଲେ, ଯେଉଁଠାରେ ପାରମ୍ପରିକ ନୃତ୍ୟ ମୁକ୍ତ ଭାଙ୍ଗରାଅ ଉନ୍ନତି ହେଲା ।
୧୯୫୦ରେ ଭାରତୀୟ ପଞ୍ଜାବରେ ପାରମ୍ପରିକ ନୃତ୍ୟ ମୁକ୍ତ ଭାଙ୍ଗରାର ଉନ୍ନତି ହେଲା ଯାହାକୁ ପଟିଆଲାର ରାଜା ପୃଷ୍ଠପୋଷକତା କରିଥିଲେ, ଯେ ୧୯୫୩ ମସିହାରେ ଏକ ମଞ୍ଚ ଅଭିନୟ କରିବାକୁ ଅନୁରୋଧ କରିଥିଲେ । ଏଇ ଶୈଳୀର ପ୍ରଥମ ଆଖିଦୃଶିଆ ଉନ୍ନତି ସୁନାମର ଦୀପକ ପରିବାରର ଭାଇମାନଙ୍କ (ମନୋହର, ଅବତାର ଓ ଗୁରବଚ୍ଚନ) ଏକ ନୃତ୍ୟଗୋଷ୍ଠୀ ଓ ବାଜା ବାଦକ ଭନା ରାମ ସୁନାମିଙ୍କଦ୍ୱାରା ହୋଇଥିଲା ।[୨୧] ପାରମ୍ପରିକ ଭାଙ୍ଗରା ନୃତ୍ୟରୁ ମୁକ୍ତି ମଞ୍ଚ ଅଭିନୟରୁ ଆରମ୍ଭ ହୋଇଥିଲା, ଯାହା ପାରମ୍ପରିକ ଭାଙ୍ଗରା ଛାନ୍ଦକୁ ଏକାଠି କରିଥିଲା ଏବଂ ଅନ୍ୟ ଅନ୍ୟ ପଞ୍ଜାବୀ ନୃତ୍ୟ ଲୁଡ୍ଡି, ଝୁମାର, ଧମାଲ ଓ ଘମ ଲୁଡ୍ଡିର ପାଳିକୁ ମିଶାଇଥିଲେ ମଧ୍ୟ । ପଞ୍ଜାବୀ ଲୋକ ସଙ୍ଗୀତ ବୋଲିଆନର ଗାଇବା ଶୈଳୀ ମଧ୍ୟ ମାଲୱାଇ ଗିଢାରୁ ଅଣାଯାଇଛି ।[୨୨]
ପାରମ୍ପରିକ ନୃତ୍ୟମୁକ୍ତ ଭାଙ୍ଗରା ପ୍ରଥମେ ୧୯୫୪ ମସିହାରେ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଜାତୀୟ ସ୍ତରର ମଞ୍ଚରେ ପରିବେଷଣ କରାଯାଇଥିଲା ।[୨୩] ଏହି ଶୈଳୀର ନୃତ୍ୟ ୧୯୫୦ ମସିହାରେ ଲୋକପ୍ରିୟ ହେଲା ଓ କ୍ରମାଗତ ଭାବେ ଭାରତରେ ଲୋକପ୍ରିୟ ହେବାକୁ ଲାଗିଲା ଏବଂ ୧୯୦ ମସିହା ବେଳକୁ ଏକ ସାଧାରଣ ମାପକରେ ପରିବର୍ତ୍ତିତ ହୋଇଜାଇଥିଲା । ଏହାପରେ ଏହି ନୃତ୍ୟ ବିଭିନ୍ନ ପଞ୍ଜାବୀ ପ୍ରବାସୀଙ୍କଦ୍ୱାରା ଅନ୍ୟ ଦେଶକୁ ବ୍ୟାପିଥିଲା ।
ବହୁ ଦଶନ୍ଧି ଧରି ଭରତୀୟ ପଞ୍ଜାବରେ ଭାଙ୍ଗରା ପ୍ରତିଯୋଗିତା ଅନିଷ୍ଠିତ ହେଉଛି, ଯେଉଁଥିରେ ୧୯୫୦ ମସିହାରେ ପଟିଆଲାର ମହିନ୍ଦ୍ରା ମହାବିଦ୍ୟାଳୟ ଭାଗ ନେଇଥିଲା ।[୨୪] ସେମାନେ ମୁଖ୍ୟତଃ ମହାବିଦ୍ୟାଳୟର ଯୁବ ଉତ୍ସ୍ୱରେ ସାମିଲ ହୋଇଥାନ୍ତି ।
୧୯୯୦ ବେଳକୁ ଆଧୁନିକ ଭାଙ୍ଗରା ମୁଖ୍ୟତଃ ପଶ୍ଚିମ ନୃତ୍ୟ ଶୈଳୀ ସହ ମିଶାଯାଇ ଏବଂ ପୂର୍ବରୁ ରେକର୍ଡ କରାଯାଇଥିବା ଗୀତ ସହ ମିଶାଯାଇ ପରିବେଷଣ କରାଯୌଥିଲା । ୧୯୯୦ ମସିହାରୁ, ବିଶ୍ୱବିଦ୍ୟାଳୟ ଓ ବିଭିନ୍ନ ଅନୁଷ୍ଠାନ ବାର୍ଷିକ ଭାବେ ଆମେରିକା, କାନାଡା ଓ ଇଂଲଣ୍ଡରେ ଆଧୁନିକ ଭାଙ୍ଗରା ନୃତ୍ୟର ପ୍ରତିଯୋଗିତା ଆୟୋଜନ କରିଛନ୍ତି । ଏହି ପ୍ରତିଯୋଗିତାରେ ଯୁବ ପଞ୍ଜାବୀ, ଅନ୍ୟ ଦକ୍ଷିଣ ଏସୀୟ ଓ ସକ୍ଷିଣ ଏସିଆ ସହ ସମ୍ପର୍କ ନ ଥିବା ଲୋକେ ମଧ୍ୟ ଟଙ୍କା ଓ ପୁରସ୍କାର ପାଇଁ ଭାଗ ନେଇଥାନ୍ତି ।
ଆଧୁନିକ ଭାଙ୍ଗରା ନୃତ୍ୟରେ ନାଚୁଥିବା ମହିଳାମାନେ ଏକ ପାରମ୍ପରିକ ପଞ୍ଜାବୀ ପୋଷକ ସାଲୱାର କମିଜ, ଲମ୍ବା ବ୍ୟାଗି ପ୍ୟାଣ୍ଟ ଯାହା ବଳାଗଣ୍ଠି ପାଖେ ଚିପା (ସାଲୱାର) ଥାଏ ଓ ଏକ ଲମ୍ବା ରଙ୍ଗୀନ ସାର୍ଟ (କମିଜ) ପିନ୍ଧିଥାନ୍ତି । ମହିଳାମାନେ ମଧ୍ୟ ଚୁନୀ, ବେକରେ ଗୁଡ଼ା ଯାଉଥିବା ରଙ୍ଗୀନ ପୋଷାକ ପିନ୍ଧିଥାଆନ୍ତି ।
ଏହିସବୁ ଜିନିଷ ରଙ୍ଗ ବେରଙ୍ଗର ଓ ପଞ୍ଜାବର ଉତ୍କୃଷ୍ଟ ଗାଁ ରଙ୍ଗକୁ ଦର୍ଶାଏ ।[୨୫] ଏହାଛଡା ଭାଙ୍ଗରା ପୋଷାକର ବିଭିନ୍ନ ଅଂଶ ରହିଛି, ଯାହା ତଳେ ବର୍ଣ୍ଣନା କରାଗଲା ।
The home of Bhangra on the internet http://gabroo.tv
[[ଶ୍ରେଣୀ:ପଞ୍ଜାବର ଲୋକନୃତ୍ୟ]