ଭାବନା ତଲୱାର୍ (ହିନ୍ଦୀ : भावना तलवार)ଜଣେ ଭାରତୀୟ ମହିଳା ଜର୍ଣ୍ଣାଲିଷ୍ଟ , ଯିଏ ପରେ ଫିଲ୍ମ ନିର୍ଦ୍ଦେଶିକା ହେଇଥିଲେ । ତାଙ୍କର ପ୍ରଥମ ଫିଲ୍ମ " ଧରମ " ୨୦୦୭ ମସିହାରେ ନିର୍ମିତ ହେଇଥିଲା ଓ ଏହା ନର୍ଗିସ ଦତ୍ତ ପୁରସ୍କାର ପାଇଥିଲା । ଜାତୀୟ ସଂହତି ଉପରେ ଆଧାରିତ ଏହି ଫିଲ୍ମ ବହୁ ପ୍ରଶଂସିତ ହେଇଥିଲା । [୧] ଏହା ପରେ ସେ " ହାପପୀ" ନାମକ ଫିଲ୍ମ ନିର୍ମାଣ କରିଥିଲେ ।
ସେ ତାଙ୍କର କାର୍ଯ୍ୟ ସାମ୍ବାଦିକ ଭାବରେ ଏସିଆନ ଏଜ ସଂବାଦପତ୍ରରେ ଆରଭ କରି ସେଥିରେ ସେ ଫିଲ୍ମ , ରଙ୍ଗମଞ୍ଚ , ଫେସନ , ଉପରେ ସମ୍ପାଦନା କରୁଥିଲେ । ପରେ ସେ ଏକ ବିଜ୍ଞାପନ ଫିଲ୍ମ ନିର୍ମାଣ[୨] କମ୍ପାନୀରେ ୮ ବର୍ଷ ଧରି କାର୍ଯ୍ୟ କରିଥିଲେ । ସେଠାରେ ସେ " The Rain-Reebok" ନାମକ ବିଜ୍ଞାପନ ଫିଲ୍ମ ନିର୍ମାଣ କରିଥିଲେ । ଏହି ଫିଲ୍ମ କ୍ୟାନ୍ସ ଉତ୍ସବ ପାଇଁ ମନୋନୀତ ହେଇଥିଲା । .[୩]
୨୦୦୭ ମସିହାରେ ସେ ତାଙ୍କର ପ୍ରଥମ ଫିଲ୍ମ " ଧାରମ " ପଙ୍କଜ କପୁର ଓ ସୁପ୍ରିୟା ପାଠକଙ୍କୁ ନେଇ ନିର୍ମାଣ କରିଥିଲେ । ଏହା କ୍ୟାନ୍ସ ଫିଲ୍ମ ଉତ୍ସବରେ ପ୍ରଦର୍ଶିତ ହେଇଥିଲା । [୪]
ଏହି ଫିଲ୍ମକୁ ଭାରତୀୟ ଭାଷାର ଫିଲ୍ମ ଭାବରେ ଅଫିସିଆଲ ପ୍ରବେଶିକା ଦିଆ ନ ଯିବାରୁ ସେ ଏଥିପାଇଁ କୌର୍ଟରେ କେସ କରି ବିବାଦୀୟ ହେଇପଡିଥିଲେ । [୫]
Karmaveer Puraskaar Noble Laureates,2008