ଭାଲକା ତୀର୍ଥ | |
---|---|
भालका तीर्थ | |
![]() | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ଗିର ସୋମନାଥ |
ଦେବାଦେବୀ | କୃଷ୍ଣ ଓ ତାଙ୍କ ମୃତ୍ୟୁ |
Governing body | ଗୁଜରାଟର ଶ୍ରୀ ସୋମନାଥ ଟ୍ରଷ୍ଟ |
Location | |
ସ୍ଥାନ | Veraval |
State | ଗୁଜରାଟ |
Country | ![]() |
ଭୌଗଳିକ ଅବସ୍ଥିତି | 20°53′16.9″N 70°24′5.0″E / 20.888028°N 70.401389°E |
Website | |
somnath.org |
ଭାଲକା ତୀର୍ଥ ସ୍ଥାନ (ଭାଲକା ତୀର୍ଥଯାତ୍ରା) (ହିନ୍ଦୀ : भालका तीर्थ) ଗୁଜରାଟ, ଭାରତର ସୌରାଷ୍ଟ୍ରରେ ଥିବା ଭେରାଭାଲର ପଶ୍ଚିମ ତଟରେ ଅବସ୍ଥିତ । ଏହା ସେହି ସ୍ଥାନ ଯେଉଁଠାରେ ଜାରା ଶବର ତୀର ମାରିବାରୁ, ଶିବଙ୍କୁ ପ୍ରାର୍ଥନା କରିବା ପରେ କୃଷ୍ଣ ତାଙ୍କର ମର ଶରୀର ପରିତ୍ୟାଗ କରିଥଲେ ଯାହାକୁ ପୁରାଣରେ ‘ଶ୍ରୀ କୃଷ୍ଣ ନିଜଧାମ ପ୍ରସ୍ଥାନ ଲୀଳା’ (ସଂସ୍କୃତ: श्री कृष्ण निजधाम प्रस्थान लीला).[୧][୨] କୁହାଯାଏ । ମଥୁରା, ବୃନ୍ଦାବନ, ବର୍ଶନା (Barsana), ଗୋବର୍ଦ୍ଧନ, କୁରୁକ୍ଷେତ୍ରର ୪୮ ଥର ପରିକ୍ରମା (Kurukshetra) ଓ ଦ୍ୱାରକା ଭଳି ଏହି ସ୍ଥାନ କୃଷ୍ଣଙ୍କ ଏକ ଲୀଳା ଧାମ ।
ଗୁଜରାଟ, ଭାରତରେ ଥିବା ଏକ ଜ୍ୟୋତିର୍ଲିଙ୍ଗ ବିଶିଷ୍ଟ ସୋମନାଥ ମନ୍ଦିରଠାରୁ ଏହି ସ୍ଥାନ ମାତ୍ର ୪ କିମି ଦୂରରେ ଅବସ୍ଥିତ ।
ଏହିଠାରେ ପୁରାତନ ଇତିହାସ ଅନୁସାରେ ଖ୍ରୀ:ପୂ:୨୦୦୦-୧୨୦୦ ମଧ୍ୟରେ ହିନ୍ଦୁ ଉପତ୍ୟକା ସଭ୍ୟତା ଥିବା ସମୟର ‘ପ୍ରଭାସ ପତନ’ (Prabhas Patan) ଅଧିକୃତ ହୋଇଥିଲା ।
ଭାଲକା ତୀର୍ଥ ସ୍ଥାନ (ଭାଲକା ତୀର୍ଥଯାତ୍ରା) (ହିନ୍ଦୀ : भालका तीर्थ) ଗୁଜରାଟ, ଭାରତର ସୌରାଷ୍ଟ୍ରରେ ଥିବା ଭେରାଭାଲର ପଶ୍ଚିମ ତଟରେ ଅବସ୍ଥିତ । ଏହା ସେହି ସ୍ଥାନ ଯେଉଁଠାରେ ଜାରା ଶବର ତୀର ମାରିବାରୁ, ଶିବଙ୍କୁ ପ୍ରାର୍ଥନା କରିବା ପରେ କୃଷ୍ଣ ତାଙ୍କର ମର ଶରୀର ପରିତ୍ୟାଗ କରିଥଲେ ଯାହାକୁ ପୁରାଣରେ ‘ଶ୍ରୀ କୃଷ୍ଣ ନିଜଧାମ ପ୍ରସ୍ଥାନ ଲୀଳା’ (ସଂସ୍କୃତ: श्री कृष्ण निजधाम प्रस्थान लीला).[୧][୨] କୁହାଯାଏ । ମଥୁରା, ବୃନ୍ଦାବନ, ବର୍ଶନା (Barsana), ଗୋବର୍ଦ୍ଧନ, କୁରୁକ୍ଷେତ୍ରର ୪୮ ଥର ପରିକ୍ରମା (Kurukshetra) ଓ ଦ୍ୱାରକା ଭଳି ଏହି ସ୍ଥାନ କୃଷ୍ଣଙ୍କ ଏକ ଲୀଳା ଧାମ । ଗୁଜରାଟ, ଭାରତରେ ଥିବା ଏକ ଜ୍ୟୋତିର୍ଲିଙ୍ଗ ବିଶିଷ୍ଟ ସୋମନାଥ ମନ୍ଦିରଠାରୁ ଏହି ସ୍ଥାନ ମାତ୍ର ୪ କିମି ଦୂରରେ ଅବସ୍ଥିତ । ଏହିଠାରେ ପୁରାତନ ଇତିହାସ ଅନୁସାରେ ଖ୍ରୀ:ପୂ:୨୦୦୦-୧୨୦୦ ମଧ୍ୟରେ ହିନ୍ଦୁ ଉପତ୍ୟକା ସଭ୍ୟତା ଥିବା ସମୟର ‘ପ୍ରଭାସ ପତନ’ (Prabhas Patan) ଅଧିକୃତ ହୋଇଥିଲା ।
ମହାଭାତ ଅନୁସାରେ ଗାନ୍ଧାରୀଙ୍କ ଶତ ପୁତ୍ର କୁରୁକ୍ଷେତ୍ରରେ ନିହତ ହୋଇଥିଲେ । ଦୁର୍ଯ୍ୟୋଧନ ମୃତ୍ୟୁର ପୂର୍ବ ରାତ୍ରିରେ ଗାନ୍ଧାରୀଙ୍କ ପାଖକୁ କୃଷ୍ଣ ସମବେଦନା ଜଣେଇବାକୁ ଯାଇଥିଲେ । ଗାନ୍ଧାରୀଙ୍କ ଭାବନା ଅନୁସାରେ କୃଷ୍ଣ ଜାଣିଶୁଣି ଯୁଦ୍ଧ ବନ୍ଦ କରେଇନଥିଲେ । କ୍ରୋଧର ଆବେଗରେ ସେ କୃଷ୍ଣଙ୍କୁ ଅଭିଶାପ ଦେଇ କହିଲେ, “ଯାଦବ ବଂଶ ସମେତ କୃଷ୍ଣ ୩୬ ବର୍ଷ ପରେ ନିଶ୍ଚୟ ମୃତ୍ୟୁ ମୁଖରେ ପତିତ ହେବେ ।” ଜାଦବମାନେ ଅତ୍ୟନ୍ତ ଗର୍ବୀ ଓ ଅଧର୍ମୀ ହୋଇଥିବାରୁ କୃଷ୍ଣ ମଧ୍ୟ ତାହା ଇଚ୍ଛା କରି “ତଥାସ୍ତୁ” କହିଲେ ।[୩][୪] ଛତିଶ ବର୍ଷ ପରେ ସେହି ଅଭିଶାପ ଫଳବତୀ ହେଲା ଓ ଗୋଟିଏ ପର୍ବ ପାଳନ ସମୟରେ ଯାଦବମାନଙ୍କ ମଧ୍ୟରେ ପରସ୍ପର ଯୁଦ୍ଧ ହୋଇ ସମସ୍ତଙ୍କର ମୃତ୍ୟୁ ହୋଇଗଲା । ମହାଭାରତ ଅନୁସାରେ ଜଣେ ଶବରହିଁ କୃଷ୍ଣଙ୍କ ମୃତ୍ୟୁର କାରଣ ହୋଇଥିଲା । ବଣରେ ଶିକାରୀ ଶିକାର ନିମନ୍ତେ ବୁଲୁ ବୁଲୁ ପତ୍ର ଗହଳ ମଧ୍ୟରେ କୃଷ୍ଣଙ୍କ ବାମ ପାଦ ଦେଖି ତାହାକୁ ହରିଣର କାନ ଭାବି ତୀର ମାରିଦେଲା ଓ ସେହି ତୀରବିଦ୍ଧ ହୋଇ କୃଷ୍ଣ ମୃତ୍ୟୁ ବରଣ କରିଥିଲେ । ଜରା ଶବର ପାଖକୁ ଆସି ତାହାର ଭୂଲ ଦେଖି ପାରିଲା । ତ୍ରେତା ଯୁଗରେ ଜାରା ବାଳୀ ହୋଇ ଜନ୍ମ ହୋଇଥିଲା ଓ ରାମଙ୍କ ତିରବିଦ୍ଧ ହୋଇ ମୃତ୍ୟୁ ବରଣ କରିଥିଲା । ରକ୍ତାକ୍ତ କୃଷ୍ଣ ଏକଥା ଜରାକୁ କହିଲେ ଓ ତାଙ୍କର ସାଂସାରିକ କାର୍ଯ୍ୟ ସମାପ୍ତ ହୋଇଥିବାରୁ ମୃତ୍ୟୁ ନିମନ୍ତେ ଜରା ଦୁଃଖ ନ କରିବା ନିମନ୍ତେ କହିଲେ । ଏହା କହି ସଶରୀରେ[୫] କୃଷ୍ଣ ଏହି ଧାରା ଧାମ ତ୍ୟାଗ କରି ତାଙ୍କର ଗୋଲୋକ ଧାନକୁ ପ୍ରୟାବର୍ତ୍ତନ କଲେ ।[୬][୭][୮] ଦେଖଣାହାରୀମାନେ କୃଷ୍ଣ ମୃତ୍ଯୁ ଖବର ମୃତ୍ୟୁ ଖବର ଉଭୟ ହାସ୍ତିନା ଓ ଦ୍ୱାରକାକୁ ପ୍ରେରଣ କରିଥିଲେ ।[୫] ସେହି ସ୍ଥାନ ଅଧୁନା ଭାଲକା ନାମରେ ପରିଚିତ ହୋଇଥିବା ବିଶ୍ୱାସ କରାଯାଏ ଓ ତାହା ସୋମନାଥ ମନ୍ଦିର Somnath temple ପାଖରେ ଥିବା କୁହାଯାଏ ।[୧][୨]
ଭାଗବତ ଅନୁସାରେ[୯] ଓ ବିଷ୍ଣୁ ପୁରାଣ[୧୦] ଅନୁସାରେ ଓ ବ୍ରହ୍ମ ପୁରାଣ[୧୧] ଅନୁସାରେ କୃଷ୍ଣ ଏହି ପୃଥିବୀ ପରିତ୍ୟାଗ କରିବା କ୍ଷଣି ଦ୍ୱାପର ଯୁଗ ସମାପ୍ତ ହୋଇ ୧୭/୧୮ ତାରିଖ ଖ୍ରୀ:ପୂ: ୩୧୦୨ରୁ କଳି ଯୁଗ ଆରମ୍ଭ ହେଲା ।[୧୨]
ରାମାୟଣ ଅନୁସାର କୃଷ୍ଣ ପୂର୍ବ ଜନ୍ମରେ ରାମ ହୋଇ ଜାତ ହୋଇଥିଲା । ଏକଦା ବାଳୀ ନିଜ ଭାଇ ସୁଗ୍ରୀବ ସାଥିରେ ଯୁଦ୍ଧ କରୁଥିବା ସମୟରେ ନିଜ ସୁରକ୍ଷାକାରୀ ପ୍ରତିଜ୍ଞା ପାଳନ କରିବା ନିମନ୍ତେ ଗୋଟେ ସ୍ଥାନରେ ଲୁଚି ରହି ରାମ ବାଳୀକୁ ଲକ୍ଷ କରି ଏକ ତୀର ମାରିଥିଲେ ଓ ବାଳୀର ମୃତ୍ୟୁ ହୋଇଥିଲା । ତାହାରି ପ୍ରତିଶୋଧ ନେବା ନିମନ୍ତେ ରାମ ବାଳୀକୁ ପରଜନ୍ମରେ ଜରା ନାମରେ ଜନ୍ମ ହେବା କଥା କହିଥିଲେ ଓ ତାହା ପୂରଣ ହୋଇଥିଲା ।
ଭାଲକା ତୀର୍ଥଠାରୁ ସୋମନାଥ ମନ୍ଦିର ମାତ୍ର ଚାରି କିମି ଦୂରରେ ଅବସ୍ଥିତ । ଅଧୁନା ସରକାର ଏହି ମନ୍ଦିରର ବିକାଶ କରି ଏହାକୁ ଏକ ପର୍ଯ୍ୟଟକ ଆକର୍ଷଣ କେନ୍ଦ୍ରରେ ପରିଣତ କରିଛନ୍ତି ।[୧] ସୋମନାଥ/ଭେରାଭାଲ ସହର/ଭାଲକା ସହିତ ରାସ୍ତା ବହୁତ ଭଲ ଭାବରେ ସଂଯୁକ୍ତ ହୋଇଛି । ନିକଟବର୍ତ୍ତୀ ଷ୍ଟେସନ ହେଉଛି ଭେରାଭାଲ ଷ୍ଟେସନ[୧୩] ଓ ନିକଟବର୍ତ୍ତୀ ଏୟାରପୋର୍ଟ ହେଉଛି ଡିଉ ଓ ରାଜକୋଟ । ବସ ସେବା ସର୍ବଦା ଏଠାରୁ ମିଳେ ।
Book 16: Mausala Parva Sections 4-8
{{cite web}}
: Check |url=
value (help)
On the very day, and at the very moment the Lord [Krishna] left the earth, on that very day this Kali, the source of irreligiousness, (in this world), entered here.
The Parijata tree proceeded to heaven, and on the same day that Hari [Krishna] departed from the earth the dark-bodied Kali age descended.
It was on the day on which Krishna left the Earth and went to heaven that the Kali age, with time for its body set in.