ଭି. ଅନ୍ବିଟେବୁଲ୍ (ବିକାଶ ଅନ୍ବିଟେବୁଲ୍ ଭାବରେ ମଧ୍ୟ ଜଣା) ହେଉଛି ମୁମ୍ବାଇର ଏକ ନୃତ୍ୟ ଦଳ ।[୧][୨] ଏହି ନୃତ୍ୟଦଳଟି ୨୦୧୮ ମସିହାରେ ଷ୍ଟାର୍ ପ୍ଲସ୍ରେ ପ୍ରସାରିତ ନୃତ୍ୟ ଭିତ୍ତକ କାର୍ଯ୍ୟକ୍ରମ ଡ୍ୟାନ୍ସ ପ୍ଲସ୍ରେ ଅଂଶଗ୍ରହଣ କରିବାପରେ ଲୋକ ଲୋଚନକୁ ଆସିଥିଲା ଏବଂ ଏହି ପ୍ରତିଯୋଗିତାରେ ୪ର୍ଥ ସ୍ଥାନ ଅକ୍ତିଆର କରିଥିଲା ।[୩][୪] ୨୦୧୯ ମସିହାରେ ସେମାନେ ଯେତେବେଳେ ଆମେରିକାଜ୍ ଗଟ୍ ଟ୍ୟାଲେଣ୍ଟର ଚତୁର୍ଦ୍ଦଶ ଭାଗରେ ଅଂଶଗ୍ରହଣ କରିଥିଲେ ଏବଂ ବାସ୍କେଟବଲ୍ ଖେଳାଳୀ ତଥା ଅତିଥି ବିଚାରପତି ଡ୍ୱାଇନ୍ ୱେଡଙ୍କଠାରୁ ଗୋଲଡେନ୍ ବଜର୍ ପ୍ରାପ୍ତ କରିଥିଲେ, ସେତେବେଳେ ସେମାନେ ଆନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧିଲାଭ କରିଥିଲେ ।[୫]
ଫେବୃଆରୀ ୨୦୨୦ରେ, ସେମାନେ ଆମେରିକାସ୍ ଗଟ୍ ଟ୍ୟାଲେଣ୍ଟ୍: ଦ ଚାମ୍ପିଅନ୍ସର ୨ୟ ଭାଗର ବିଜୟୀ ହୋଇଥିଲେ ।[୬]
ଏହି ନୃତ୍ୟଦଳର ନୃତ୍ୟଶିଳ୍ପୀମାନେ ମୁମ୍ବାଇର ବସ୍ତୀ ଅଞ୍ଚଳର, ଯେଉଁମାନେ ସେଠାରେ ବିଦ୍ୟୁତ୍ ବିନା ଖରାପ ଅବସ୍ଥାରେ ରହୁଥିଲେ, ଯାହାଙ୍କ ପାଖରେ ପିଇବା ପାଇଁ ମଧ୍ୟ ବିଶୁଦ୍ଧ ପାନୀୟଜଳ ନଥାଏ ।
ଅଭ୍ୟାସ ସମୟରେ ଷ୍ଟଣ୍ଟ ପ୍ରଦର୍ଶନ କରି ମୃତ୍ୟୁବରଣ ଏହି ଦଳର କରିଥିବା ପୂର୍ବତନ ସଦସ୍ୟ ବିକାଶ ଗୁପ୍ତାଙ୍କ ପରେ ନାମର ଆରମ୍ଭରେ ଥିବା ଅକ୍ଷର ଭି (V) ଅନୁସାରେ ଏହି ଦଳର ନାମକରଣ କରାଯାଇଛି ।[୭] ୨୦୧୭ ମସିହାରେ ସେମାନେ ପ୍ରଥମେ କଲର୍ସ ଟିଭିରେ ପ୍ରସାରିତ ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଇଣ୍ଡିଆ ବନେଗା ମଞ୍ଚରେ ଭାଗନେଇଥିଲେ ।
୨୦୧୮ ମସିହାରେ, ସେମାନେ ଭାରତୀୟ ନୃତ୍ୟ ପ୍ରତିଯୋଗିତା ଡ୍ୟାନ୍ସ ପ୍ଲସରେ ପ୍ରତିଦ୍ୱନ୍ଦ୍ୱିତା କରି ୪ର୍ଥ ସ୍ଥାନରେ ରହିଥିଲେ ।[୩]
୨୦୧୯ ମସିହାରେ ସେମାନେ ଆମେରିକାସ୍ ଗଟ୍ ଟ୍ୟାଲେଣ୍ଟ୍ରେ ଭାଗନେଇଥିଲେ । ସେମାନଙ୍କର ପ୍ରଥମ ନୃତ୍ୟରେ ବିଚାରପତି ହାଓ ମାଣ୍ଡେଲ, ଗାବ୍ରିଏଲ୍ ୟୁନିଅନ୍, ଜୁଲିୟାନ୍ ହଫ୍, ସାଇମନ୍ କୋୱେଲ୍ ଏବଂ ଅତିଥି ବିଚାରପତି ଡ୍ୱାଇନ୍ ୱେଡ୍ ସମସ୍ତେ ସେମାନଙ୍କୁ ଛିଡ଼ା ହୋଇ ପ୍ରସଂଶା କରିଥିଲେ । ସେମାନଙ୍କ ପ୍ରଦର୍ଶନରେ ପ୍ରଭାବିତ ହୋଇ ଅତିଥି ବିଚାରପତି ୱେଡ୍ ଗୋଲଡେନ ବଜର୍ ଦବାଇଥିଲେ ଏବଂ ସେମାନଙ୍କୁ ସିଧାସଳଖ କ୍ୱାର୍ଟର ଫାଇନାଲକୁ ପଠାଇଥିଲେ । ଏହାପରେ ସେମାନେ କ୍ୱାଟର ଫାଇନାଲ୍ ଏବଂ ସେମିଫାଇନାଲରେ ସଫଳ ହୋଇ ଫାଇନାଲ୍ରେ ପହଞ୍ଚିଥିଲେ, ମାତ୍ର ୪ର୍ଥ ସ୍ଥାନ ରହିଥିଲେ ।
ଭି. ଅନ୍ବିଟେବୁଲ୍ ୨୦୨୦ ମସିହାରେ ଆମେରିକାସ୍ ଗଟ୍ ଟ୍ୟାଲେଣ୍ଟ୍: ଦ ଚାମ୍ପିଅନ୍ସରେ ଭାଗନେଇଥିଲେ ଏବଂ ଆରମ୍ଭରୁ ହାଓ ମାଣ୍ଡେଲଙ୍କଠାରୁ ଗୋଲଡେନ୍ ବଜର୍ ପାଇ ସିଧାସଳଖ ଫାଇନାଲ୍ରେ ପହଞ୍ଚିଥିଲେ । ଫାଇନାଲ୍ରେ ସେମାନେ ଟ୍ରାଭିସ୍ ବରକରଙ୍କ ସହ ମିଶି ନୃତ୍ୟକଳା ପ୍ରଦର୍ଶନ କରିଥିଲେ ଏବଂ ଏହି ପ୍ରତିଯୋଗିତାକୁ ଜିତି "ବିଶ୍ୱ ଚାମ୍ପିଅନ" ଆକ୍ଷା ପାଇଥିଲେ ।[୬]
ବର୍ଷ | ନେଟୱାର୍କ | କାର୍ଯ୍ୟକ୍ରମ | ଭୂମିକା | ମନ୍ତବ୍ୟ |
---|---|---|---|---|
୨୦୧୮ | କଲର୍ସ ଟିଭି | ଭାରତ ବାନେଗା ମଞ୍ଚ | ନୃତ୍ୟ | |
୧୦୧୯ | ଷ୍ଟାର୍ ପ୍ଲସ୍ | ଡ୍ୟାନ୍ସ ପ୍ଲସ୍ ୪ | ନୃତ୍ୟ | ୪ର୍ଥ ସ୍ଥାନ[୮] |
୨୦୧୯ | ଏନ୍.ବି.ସି. | ଆମେରିକାସ୍ ଗଟ୍ ଟ୍ୟାଲେଣ୍ଟ୍ (୧୪ଶ ସଂସ୍କରଣ) | ନୃତ୍ୟ | ୪ର୍ଥ ସ୍ଥାନ |
୨୦୨୦ | ଏନ୍.ବି.ସି. | ଆମେରିକାସ୍ ଗଟ୍ ଟ୍ୟାଲେଣ୍ଟ୍: ଦ ଚାମ୍ପିଅନ୍ସ | ନୃତ୍ୟ | ବିଜେତା |
୨୦୨୦ | ଷ୍ଟାର୍ ପ୍ଲସ୍ | ଡ୍ୟାନ୍ସ ପ୍ଲସ୍ ୫ | ଅତିଥି | - |