Clinical data | |
---|---|
Trade names | Gemtesa |
Synonyms | RVT-901; MK4618; KRP114V; URO-901 |
AHFS/Drugs.com | monograph |
data | |
Routes of administration | By mouth |
Legal status | |
Legal status | |
Pharmacokinetic data | |
Protein binding | 49.6 to 51.3% is bound to plasma proteins [୨] |
Metabolism | Predominantly oxidation and glucuronidation [୨] |
Elimination half-life | 60 to 70 hours [୨] |
Excretion | 59% feces (54% of this is in the unchanged parent drug form), 20% urine (19% of this is in the unchanged parent drug form) [୩] |
Identifiers | |
| |
ECHA InfoCard | 100.210.547 |
Chemical and physical data | |
Formula | C26H28N4O3 |
Molar mass | ୪୪୪.୫୪ g·mol−1 |
3D model (JSmol) | |
| |
|
ଭିବେଗ୍ରନ (ଇଂରାଜୀ ଭାଷାରେ Vibegron), ଜେମେଟା ତାହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଅତିସକ୍ରିୟ ମୂତ୍ରାଶୟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୪] ଏହା ଅନିଚ୍ଛାକୃତ ମୂତ୍ରତ୍ୟାଗ, ଜରୁରୀତା ଏବଂ ପୁନଃପୌନିକ ମୂତ୍ର ତ୍ୟାଗ ଲକ୍ଷଣରେ ଉନ୍ନତି ଆଣିବା ପାଇଁ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ମୂତ୍ରନଳୀ ସଂକ୍ରମଣ, ତରଳ ଝାଡ଼ା, ଅଇ ଏବଂ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମୂତ୍ର ଧାରଣ (urinary retention) ହୋଇପାରେ । [୧] ଗୁରୁତର ବୃକ୍କ କିମ୍ବା ଯକୃତ ସମସ୍ୟା ଥିବା ଲୋକଙ୍କଠାରେ ବ୍ୟବହାର ସୁପାରିଶ କରାଯାଏ ନାହିଁ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୧] ଏହା ଏକ ନିର୍ବାଚିତ (ସିଲେକ୍ଟିଭ୍) ବିଟା<sub id="mwKA">୩</sub> ଆଡ୍ରେନର୍ଜିକ୍ ରିସେପ୍ଟର ଆଗୋନିଷ୍ଟ ।[୫]
୨୦୧୮ ମସିହାରେ ଜାପାନରେ ଏବଂ ୨୦୨୦ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଭିବେଗ୍ରନ ଅନୁମୋଦିତ ହୋଇଥିଲା ।[୧] [୬] ୨୦୨୨ ସୁଦ୍ଧା ବ୍ରିଟେନ କିମ୍ବା ୟୁରୋପରେ ଏହା ଅନୁମୋଦିତ ହୋଇନଥିଲା ।[୬] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ମାସକୁ ଏହା ପିଛା ପ୍ରାୟ ୪୬୦ ଡଲାର ଖର୍ଚ୍ଚ ହୋଇଥାଏ ।[୭]