ଭୂଇଁ କଖାରୁ ଏକ ଲତା ଜାତୀୟ ଉଦ୍ଭିଦ। ଏହାର ମୂଳରେ ବଡ଼ କନ୍ଦ ରହିଥାଏ। ଏହି କନ୍ଦକୁ ଭୂଇଁ କଖାରୁ କୁହାଯାଏ। ପତ୍ରଗୁଡ଼ିକ ଚିକ୍କଣ ଓ ପାଞ୍ଚଆଙ୍ଗୁଳିଆ ପତ୍ର ପରି ଶିରା ଶିରା ହୋଇଥାଏ। ଏହାର ଫୁଲ ଧଳା ଓ ଗୋଲାପୀ ରଙ୍ଗର ହୋଇଥାଏ।
ପ୍ରାଦେଶିକ ଭାଷା | ନାମ |
---|---|
ଓଡ଼ିଆ | ଭୂଇଁ କଖାରୁ, ଭୂମି କୁଷ୍ମାଣ୍ଡ |
ସଂସ୍କୃତ | ଭୂମି କୁଷ୍ମାଣ୍ଡ, ବିଦାରୀ, କ୍ଷୀର ବିଦାରୀ, କ୍ଷୀରବଲ୍ଲୀ, ଭୂକୁଷ୍ମାଣ୍ଡ, ବିଦାରୀକନ୍ଦ, ଶୁଗାଳିକା ଓ ପୟସ୍ୱିନୀ କୁହାଯାଏ। |
ହିନ୍ଦୀ | ଗେଠୀ, କ୍ଷୀର ବିଦାରୀ, ବଲାଇକନ୍ଦ |
ତେଲୁଗୁ | ବିଦାରିଆଲୁ |
ବଙ୍ଗଳା | ଭୂଇଁକୁମଡା |
ମଧୁର ରସ, ସ୍ନିଗ୍ଧ, ଶୀତଳ, ରସାୟନ
ଏହାର ମୂଳକୁ ହିଁ ଔଷଧରୂପେ ବ୍ୟବହାର କରାଯାଏ। ଏହା ରକ୍ତ ଶୋଧକ, ପୁଷ୍ଟିକର, ବାର୍ଦ୍ଧକ୍ୟ ନିବାରକ, ସ୍ୱର ପରିସ୍କାରକ, ସ୍ତନବର୍ଦ୍ଧକ, ମୂତ୍ରରୋଧ, ଅଶ୍ମରୀ, ବାୟୁ, ପିତ୍ତଦୋଷ, ଦାହ, ଶୁକ୍ର ହୀନତା, ଶାରୀରିକ ଦୁର୍ବଳତା, ପ୍ରମେହ ଓ ଧ୍ୱଜଭଙ୍ଗ ଆଦିର ଚିକିତ୍ସାରେ ବ୍ୟବହୃତ ହୁଏ।